ETV Bharat / state

ଆରମ୍ଭ ହେଲା ଗଞ୍ଜାମର ଗଣପର୍ବ, ପାରମ୍ପରିକ ଦଣ୍ଡନୃତ୍ୟରେ ଦୁଲିକିବ ଗାଁ ଦାଣ୍ଡ - ଗଞ୍ଜାମ ଜିଲ୍ଲାର ଗଣପର୍ବ ଦଣ୍ଡନୃତ୍ୟ

ଗଞ୍ଜାମର ଗଣପର୍ବ ଦଣ୍ଡନୃତ୍ୟ ଆରମ୍ଭ ହୋଇଯାଇଛି । ପାରମ୍ପରିକ ରୀତିନୀତି ଅନୁଯାୟୀ ଏହି ଯାତ୍ରାରେ ଭଗବାନ ଶିବ ଓ ଦେବୀ ରୁଦ୍ରକାଳୀଙ୍କୁ ଏକାଠି ପୂଜା କରାଯାଏ । ମାନସିକଧାରୀ ଦଣ୍ଡୁଆମାନେ ନିଜର ମନସ୍କାମନା ପୂର୍ଣ୍ଣ ପାଇଁ ଏହି ଯାତ୍ରାରେ ମା'ଙ୍କ ନିକଟରେ ବିଭିନ୍ନ ଦଣ୍ଡ ବରଣ କରିଥାନ୍ତି । ଅଧିକ ପଢ଼ନ୍ତୁ

ଆରମ୍ଭ ହେଲା ଗଞ୍ଜାମର ଗଣପର୍ବ ଦଣ୍ଡନୃତ୍ୟ
ଆରମ୍ଭ ହେଲା ଗଞ୍ଜାମର ଗଣପର୍ବ ଦଣ୍ଡନୃତ୍ୟ
author img

By

Published : Mar 26, 2023, 9:26 PM IST

ଆରମ୍ଭ ହେଲା ଗଞ୍ଜାମର ଗଣପର୍ବ ଦଣ୍ଡନୃତ୍ୟ

ଗଞ୍ଜାମ: ପ୍ରତିବର୍ଷ ଚୈତ୍ର ମାସ ଆସିଲେ ଗଞ୍ଜାମ ଜିଲ୍ଲାରେ ଦେଖିବାକୁ ମିଳିଥାଏ ଦଣ୍ଡନୃତ୍ୟ । ପାରମ୍ପରିକ ରୀତିନୀତି ଅନୁଯାୟୀ ମାନସିକଧାରୀ ଦଣ୍ଡୁଆମାନେ ନିଜର ମନସ୍କାମନା ପୂର୍ଣ୍ଣ ପାଇଁ ଏଠାରେ ଦୈନିକ ଧୂଳି ଦଣ୍ଡ, ପାଣି ଦଣ୍ଡ, ବଜ୍ର ଦଣ୍ଡ, ଅଗ୍ନି ଦଣ୍ଡ ଓ ନୃତ୍ୟ ଦଣ୍ଡ ଆଦି ବରଣ କରନ୍ତି । ପ୍ରାୟ ତିନି ଶହ ବର୍ଷର ପୁରାତନ ସଂସ୍କୃତିକୁ ନେଇ ଆୟୋଜିତ ହେଉଥିବା ଏହି ଦଣ୍ଡନୃତ୍ୟ ଚଳିତ ବର୍ଷ ଆରମ୍ଭ ହୋଇଯାଇଛି । ରୁଦ୍ରକାଳୀଙ୍କୁ ନେଇ ଆୟୋଜିତ ହେଉଥିବା ଏହି ଯାତ୍ରା ମେରୁ ସଂକ୍ରାନ୍ତିରେ ଶେଷ ହେବ ।

ଗଞ୍ଜାମ ଜିଲ୍ଲାର ଗଣପର୍ବ ଦଣ୍ଡନୃତ୍ୟ: ରାଜ୍ୟର ଏକ ପ୍ରାଚୀନ ଓ ପାରମ୍ପରିକ ପର୍ବ ମଧ୍ୟରେ ଅନ୍ୟତମ ହେଉଛି ଦଣ୍ଡନୃତ୍ୟ । ଗଞ୍ଜାମ ଜିଲ୍ଲାର ଏହା ହେଉଛି ଏକ ଗଣପର୍ବ । ଏହି ଦଣ୍ଡନୃତ୍ୟର ଉତ୍ପତି ନେଇ ଅନେକ ଉପାଖ୍ୟାନ ରହିଛି । ଦଣ୍ଡନାଚରେ ପ୍ରଭା, ନାଗ, ଫାସ, ଦଣ୍ଡ, ଗୌରୀବେତ, ମୟୂର ଚନ୍ଦ୍ରିକା, ଚମ୍ପାବର, ଗୁଆ, କଷାୟ ବସ୍ତ୍ର, ପତାକା ଏବଂ ବେତ ଏକାନ୍ତ ଆବଶ୍ୟକ । ଗୌରୀବେତରେ ସ୍ବୟଂ ଶିବ ବିରାଜମାନ କରୁଥିବା ବିଶ୍ବାସ ରହିଛି । ଚୈତ୍ର ମାସରେ ଦଣ୍ଡନାଚ ପାଇଁ ଗଞ୍ଜାମର ପଲ୍ଲୀରୁ ସହର ଉତ୍ସବମୁଖର ହୋଇଉଠେ । ଦଣ୍ଡୁଆମାନେ କଠିନ ନିଷ୍ଠାର ସହ ଉପବାସ କରି ଦୈନିକ ଦଣ୍ଡ ଭୋଗ କରିଥାଆନ୍ତି । ରାତିରେ ଷୋହଳ ସୁଆଙ୍ଗ ଦଣ୍ଡନାଚର ମୁଖ୍ୟ ଆକର୍ଷଣ । ପରମ୍ପରା ଅନୁଯାୟୀ ଚୈତ୍ର ମାସ ପଣା ସଂକ୍ରାନ୍ତିର ୨୧ ଦିନ, ୧୮ ଦିନ କିମ୍ବା ୧୩ ଦିନ ପୂର୍ବରୁ ଏହି ଦଣ୍ଡଯାତ୍ରା ଆରମ୍ଭ ହୋଇଥାଏ । ଏହି ଯାତ୍ରାରେ ଶିବ ଓ କାଳୀଙ୍କୁ ଏକାଠି ପୂଜା କରାଯାଏ ।

ମା'ଙ୍କ ନିକଟରେ ଦଣ୍ଡ ବରଣ କରିବେ ମାନସିକଧାରୀ: କଳା ଓ ସଂସ୍କୃତିକୁ ନେଇ ବାର ମାସରେ ତେର ପର୍ବ ପାଳିତ ହେଉଥିବା ଗଞ୍ଜାମ ଜିଲ୍ଲାର ଅନ୍ୟତମ ପାରମ୍ପରିକ ଦଣ୍ଡନାଚରେ ରହିଥାଏ ବିଷେଶତା । ସକାଳର ସୂର୍ଯ୍ୟୋଦୋୟଠାରୁ ଆରମ୍ଭ କରି ରାତି ପର୍ଯ୍ୟନ୍ତ ଏହି ନୃତ୍ୟରେ ମାନସିକଧାରୀମାନେ କଠିନ ନିଷ୍ଠାର ସହ ଉପବାସ କରି ଦୈନିକ ଦଣ୍ଡ ଭୋଗ କରିଥାନ୍ତି । ମୁଖ୍ୟତଃ ଚୈତ୍ର ମାସର ପଣା ସଂକ୍ରାନ୍ତି ପୂର୍ବରୁ ୨୧ ଦିନ ଧରି ରୁଦ୍ରକାଳୀଙ୍କୁ ସାଙ୍ଗରେ ନେଇ ଆୟୋଜିତ ହେଉଥିବା ଏହି ପୂଜାର୍ଚ୍ଚନାରେ ନିଜର ମନସ୍କାମନା ପୂର୍ଣ୍ଣ ପାଇଁ ନିୟମିତ ଭାବେ ମା'ଙ୍କ ନିକଟରେ ଧୂଳି ଦଣ୍ଡ,ପାଣି ଦଣ୍ଡ, ବଜ୍ର ଦଣ୍ଡ ଓ ଅଗ୍ନି ଦଣ୍ଡ ଆଦି ବରଣ କରିଥାନ୍ତି ଦଣ୍ଡୁଆ ମାନେ ।

ମେରୁ ସଂକ୍ରାନ୍ତିରେ ଉଦ୍‌ଯାପିତ ହେବ ଋଷି ପୁତ୍ରଙ୍କ ବ୍ରତ: ପ୍ରଥମ ଦିନରେ ଦଣ୍ଡରେ ଯୋଗଦାନ କରିବାକୁ ଆସିଥିବା ମାନସୀକଧାରୀ ମା'ଙ୍କ ମନ୍ଦିର ନିକଟରୁ ପୂଜାର୍ଚ୍ଚନା କରି ଦଣ୍ଡରେ ଯୋଗ ଦେଇଥିଲେ । ଜିଲ୍ଲାରେ ମୁଖ୍ୟତଃ ଏହି ନୃତ୍ୟ ୨୧ ଦିନ, ୧୮ ଦିନ ଏବଂ ୧୩ ଦିନ ଧରି ଆୟୋଜିତ ହେଉଥିବା ବେଳେ ଏହା ମେରୁ ପର୍ବରେ ଉଦ୍‌ଯାପିତ ହୋଇଥାଏ । ଦଣ୍ଡନୃତ୍ୟ ପରମ୍ପରାରେ ସାମିଲ ହେଉଥିବା ମାନସିକଧାରୀଙ୍କୁ ଋଷି ପୁତ୍ର ନାମରେ ଉଚ୍ଚାରଣ କରାଯାଉଥିବା ବେଳେ ଏମାନେ ଉପବାସ ରହିବା ସହିତ କେବଳ ମଧ୍ୟରାତ୍ରରେ ଦୈନିକ ଥରେ ଭୋଜନ କରି ଏହି ବ୍ରତ ପାଳନ କରିଥାନ୍ତି । ଏପରିକି ଭକ୍ତମାନେ ଖାଲି ପାଦରେ ଶିବ, ପାର୍ବତୀ, କାଳୀ, କଳସ, ବେତ, ଛତ୍ର, ବାନା, ଘଣ୍ଟ, ଢୋଲ, ମହୁରୀ, ଶଙ୍ଖ ଓ ତୁରୀ ଆଦି ଧରି ଗାଁ ଠାରୁ ସହର ପରିକ୍ରମା କରିଥାନ୍ତି ।

ଇଟିଭି ଭାରତ, ଗଞ୍ଜାମ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.