ବ୍ରହ୍ମପୁର: ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଛାତ୍ରୀଙ୍କ ସନ୍ଦେହଜନଙ୍କ ମୃତ୍ୟୁ । ମୃତ ଛାତ୍ରୀ ଜଣଙ୍କ ବ୍ରହ୍ମପୁର ସହରର ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଯୁକ୍ତ ଦୁଇ ଦ୍ଵିତୀୟ ବର୍ଷର ବିଜ୍ଞାନ ବିଭାଗରେ ପଢୁଥିଲେ । ତେବେ ରାଗିଂ କାରଣରୁ ଛାତ୍ରୀଜଣଙ୍କ ଆତ୍ମହତ୍ୟା କରିଥିବା ନେଇ ପରିବାର ବର୍ଗ ଅଭିଯୋଗ କରିଛନ୍ତି । ଏନେଇ ଥାନାରେ ଏକ ମାମଲା ରୁଜୁ କରିଛନ୍ତି ଛାତ୍ରୀଙ୍କ ସମ୍ପର୍କୀୟ ।
ବ୍ରହ୍ମପୁର ସହରର ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଅଧ୍ୟୟନରତ ଜଣେ ଯୁକ୍ତ ଦୁଇ ଦ୍ଵିତୀୟ ବର୍ଷର ବିଜ୍ଞାନ ବିଭାଗର ଛାତ୍ରୀଙ୍କ ସନ୍ଦେହଜନଙ୍କ ମୃତ୍ୟୁକୁ ନେଇ ଦିନ ତମାମ ଦେଖିବାକୁ ମିଳିଥିଲା ଚାପା ଉତ୍ତୋଜନା । ରବିବାର ଦିନ ମୃତ ଛାତ୍ରୀଜଣଙ୍କ ନିଜ ପରିବାର ଲୋକ ସହିତ କଥା ହୋଇଥିବା ବୋଲି ଛାତ୍ରୀଙ୍କ ଭାଇ କହିଥିଲେ । ହେଲେ ଫୋନରେ କଥାବାର୍ତ୍ତା ହେବାର କିଛି ସମୟ ପରେ ଛାତ୍ରୀ ଜଣଙ୍କ ଗୁରୁତ୍ତର ରହିଥିବା ଶିକ୍ଷାନୁଷ୍ଠାନ ପକ୍ଷରୁ ପରିବାର ବର୍ଗଙ୍କୁ କୁହାଯାଇଥିଲା ।
ସେମାନେ ବ୍ରହ୍ମପୁରରେ ପହଞ୍ଚିବା ବେଳକୁ ଛାତ୍ରୀଜଣଙ୍କ ମୃତ୍ୟୁ ଘଟିଥିବା ନେଇ ଡାକ୍ତର ସୂଚନା ଦେଇଥିଲେ । ଝିଅର ଅଚାନକ ମୃତ୍ୟୁ ଖବର ଶୁଣି ହତ୍ବାକ୍ ହୋଇପଡିଥିଲେ ପରିବାର ଲୋକ । ସେପଟେ ଛାତ୍ରୀ ଜଣଙ୍କ ହୋଷ୍ଟେଲରେ ଆତ୍ମହତ୍ୟା କରିଥିବା ନେଇ ଶିକ୍ଷାନୁଷ୍ଠାନ କର୍ତ୍ତୁପକ୍ଷ କହିଛନ୍ତି । ତେବେ ଝିଅର ମୃତ୍ୟୁ ପଛର କାରଣ ତଦନ୍ତ କରିବାକୁ ପରିବାର ଲୋକେ ଥାନାରେ ଏକ ମାମଲା ରୁଜୁ କରିଛନ୍ତି । ସେପଟେ ପୋଲିସ ଘଟଣାର ବିଭିନ୍ନ ଦିଗକୁ ନେଇ ତଦନ୍ତ କରୁଥିବା କହିଛନ୍ତି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ।
ଇଟିଭି ଭାରତ, ବ୍ରହ୍ମପୁର