ETV Bharat / state

ବିନା ଅନୁମତିରେ ଜିଲ୍ଲା ବାହାରକୁ ଯାଇପାରିବେନି ଗଞ୍ଜାମ ଜିଲ୍ଲାର ଅଧିକାରୀ ଓ କର୍ମଚାରୀ - ହେଡ୍ କ୍ବାର୍ଟର ଛାଡି ବାହରକୁ ଯିବାକୁ ବାରଣ

ଜନସାଧାରଣଙ୍କୁ ସେବା ଯୋଗାଉଥିବା ଅଧିକାରୀ ଓ କର୍ମଚାରୀ ନିଜ ହେଡ୍ କ୍ବାର୍ଟର ଛାଡି ବାହରକୁ ଯିବାକୁ ବାରଣ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ । ଏହାକୁ ଅବମାନନା କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଯିବ ନେଇ ସ୍ପଷ୍ଟ କରିଛନ୍ତି ଜିଲ୍ଲାପାଳ ।

'ଗଞ୍ଜାମ ଜିଲ୍ଲାର ଅଧିକାରୀ ଓ କର୍ମଚାରୀ ବିନାନୁମତିରେ ଜିଲ୍ଲା ବାହାରକୁ  ଯାତାୟତ କରିପାରିବେ ନାହିଁ '

author img

By

Published : Sep 29, 2020, 6:04 PM IST

ବ୍ରହ୍ମପୁର: ଗଞ୍ଜାମରେ କୋରୋନା ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କ ନୂଆ ପଦକ୍ଷେପ । ଅଧିକାରୀ ଓ କର୍ମଚାରୀଙ୍କୁ ନିଜ ହେଡ୍ କ୍ବାର୍ଟର ଛାଡି ବାହାରକୁ ଯିବାକୁ ବାରଣ। ଜନସାଧାରଣଙ୍କୁ ସେବା ଯୋଗାଉଥିବା ଅଧିକାରୀ ଓ କର୍ମଚାରୀଙ୍କ ଯୋଗୁଁ ସାଧାରଣ ଲୋକ ଯେପରି କୋରୋନା ସଂକ୍ରମଣରୁ ସଂକ୍ରମିତ ହେବେ ନାହିଁ ସେଥିଲାଗି ଅଧିକାରୀମାନଙ୍କୁ ମଙ୍ଗଳବାର ଏଭଳି ନିର୍ଦ୍ଦେଶ ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ । ଏହାକୁ ଅବମାନନା କଲେ ସଂପୃକ୍ତ ବ୍ୟକ୍ତିବିଶେଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ପଷ୍ଟ କରିଛନ୍ତି ଜିଲ୍ଲାପାଳ ।

କୌଣସି କାରଣ ନଥାଇ କଟକ ଓ ଭୁବନେଶ୍ବରକୁ କେତେକ କର୍ମଚାରୀ ଯିବା ଆସିବା ଘଟଣା ଜିଲ୍ଲା ପ୍ରଶାସନ ନଜରକୁ ଆସିଛି । ସମସ୍ତଙ୍କ ଅହରହ ଅକ୍ଲାନ୍ତ ପରିଶ୍ରମ ଫଳରେ ଗଞ୍ଜାମକୁ ସଂକ୍ରମଣ ମୁକ୍ତ କରିବା ନେଇ ପ୍ରୟାସ ଜାରି ରହିଛି । ତେବେ ପୂର୍ବ ଅପେକ୍ଷା ବର୍ତ୍ତମାନ ସ୍ଥିତିରେ ଗଞ୍ଜାମ ଜିଲ୍ଲାରେ କିଛି ମାତ୍ରାରେ ସୁଧାର ଆସିଛି ।

ଅନ୍ୟ ସହର ବିଶେଷକରି ଭୁବନେଶ୍ବର ଓ କଟକରେ କୋରୋନା ସ୍ଥିତି ଗମ୍ଭୀର ରହିଛି ।

ଅନ୍ୟ ସହର ଓ ରାଜ୍ୟକୁ ଯାତାୟତ କରିବା ଫଳରେ ନିଜେ ସଂକ୍ରମିତ ହୋଇ ଜିଲ୍ଲାବାସୀଙ୍କୁ ସଂକ୍ରମିତ ନ କରିବା ପାଇଁ ଜିଲ୍ଲାପାଳ ଅଧିକାରୀମାନଙ୍କୁ ଜଣାଇଛନ୍ତି । ସଂକ୍ରମଣ ବ୍ୟାପିବାର ସମ୍ଭାବନା ରହିଥିବା ହେତୁ ଏବଂ ପୂର୍ବଭଳି ଅପ୍ରୀତିକର ପରିସ୍ଥିତିକୁ ଏଡାଇବା ନିମନ୍ତେ ଲିଖିତ ପତ୍ର ମାଧ୍ୟମରେ ସମସ୍ତ କାର୍ଯ୍ୟାଳୟକୁ ଜଣାଇ ଦିଆଯାଇଛି । ଏହି ଆଦେଶ ଅବମାନନା କଲେ ସଂପୃକ୍ତ କାର୍ଯ୍ୟାଳୟର ଅଧିକାରୀ ଉତ୍ତରଦାୟୀ ରହିବେ ଓ ସଂପୃକ୍ତ ବ୍ୟକ୍ତିବିଶେଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜଣାଇଛନ୍ତି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟଙ୍କ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.