ETV Bharat / state

INTERVIEW: 'ସାଧାରଣ ଲୋକଙ୍କ ପାଖରେ ନାହିଁ ୨୦୦୦ ଟଙ୍କିଆ ନୋଟ, କିଛି ଅସୁବିଧା ହେବ ନାହିଁ' - ଭାରତୀୟ ରିଜର୍ଭ ବ୍ୟାଙ୍କ

ବଜାରରୁ ୨୦୦୦ ଟଙ୍କିଆ ନୋଟକୁ ହଟାଇବା ଲାଗି RBI ଘୋଷଣା କରିଛି । ତେବେ ଏହି ଘୋଷଣା ସାଧାରଣ ଲୋକଙ୍କ ଉପରେ ବିଶେଷ ପ୍ରଭାବ ପଡ଼ିବ ନାହିଁ । କାରଣ ଲୋକଙ୍କ ପାଖରେ ୨୦୦୦ ଟଙ୍କିଆ ନୋଟ ନାହିଁ ବୋଲି କହିଛନ୍ତି ଅର୍ଥନୈତିକ ବିଶେଷଜ୍ଞ ଭାଗବତ ପାତ୍ର । ଦେଖନ୍ତୁ ସମ୍ପୂର୍ଣ୍ଣ ସାକ୍ଷାତକାର

Etv Bharat
Etv Bharat
author img

By

Published : May 20, 2023, 10:03 PM IST

INTERVIEW

ବ୍ରହ୍ମପୁର: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)ପକ୍ଷରୁ ୨୦୦୦ ଟଙ୍କା ନୋଟ ଦେଶର କାରବାରରୁ ବାଦ ଦିଆଯିବା ନେଇ ଏକ ବଡ ଘୋଷଣା କରାଯିବା ପରେ ଏହାକୁ ନେଇ ଲାଗି ରହିଛି ଦେଶବ୍ୟାପୀ ଚର୍ଚ୍ଚା । ବର୍ତ୍ତମାନ ୨୦୦୦ ଟଙ୍କିଆ ନୋଟକୁ ବ୍ୟାଙ୍କ ପକ୍ଷରୁ ଆଉ କାହାରିକୁ ପ୍ରଦାନ କରାଯିବ ନାହିଁ ବୋଲି କୁହାଯିବା ସହିତ ଚଳିତ ମାସର ୨୩ ତାରିଖଠାରୁ ଦେଶର ସବୁଠାରୁ ବଡ ଏହି ନୋଟଗୁଡିକରୁ ଲୋକଙ୍କ ପାଖରୁ ସଂଗ୍ରହ କରିବା ଆରମ୍ଭ ହେବା ସହିତ ଆସନ୍ତା ସେପ୍ଟେମ୍ବର ୩୦ ସୁଦ୍ଧା ସଂଗ୍ରହ କରିବାର ଶେଷ ତାରିଖ ଧାର୍ଯ୍ୟ କରାଯାଇଛି । ଯାହାକି ବର୍ତ୍ତମାନ ଏହା ପ୍ରଚଳନ ହେବାକୁ ରହିଥିବା ବେଳେ ଏହାକୁ ଆଗାମୀ ଦିନରେ ସଂପୂର୍ଣ୍ଣ ଭାବରେ ଅଚଳ ହେବାକୁ ଯାଉଛି । ଏହାକୁ ନେଇ ସାରା ଦେଶର ୧୯ ଗୋଟି ଆଞ୍ଚଳିକ କାର୍ଯ୍ୟାଳୟ ସମେତ ଦେଶରେ ବ୍ୟାଙ୍କ ଗୁଡିକରେ ଏହି ୨୦୦୦ ଟଙ୍କିଆ ନୋଟଗୁଡିକୁ ବଦଳାଇ ହେବ ।

ଜଣେ ବ୍ୟକ୍ତି ଏକ ଥରକେ ୨୦ ହଜାର ଟଙ୍କା ବ୍ୟାଙ୍କରେ ବଦଳାଇ ପାରିବେ ବୋଲି କୁହାଯାଇଛି । ଦେଶରେ ବିମୁଦ୍ରୀକରଣ ପରେ ଗତ ୨୦୧୬ ମସିହାରେ ଏହି ୨୦୦୦ ଟଙ୍କିଆ ନୋଟକୁ ପ୍ରଥମେ ପ୍ରଚଳନ ଆରମ୍ଭ ହୋଇଥିଲା । ହେଲେ ପରବର୍ତ୍ତୀ ସମୟରେ ୨୦୧୮-୧୯ ଆର୍ଥିକ ବର୍ଷ ପରେ ପରେ ଏହାକୁ ଆଉ ଛପାଯାଇନଥିବା ନେଇ RBI ପକ୍ଷରୁ ଜାରି କରାଯାଇଥିବା ବିବୃତ୍ତିରେ ସ୍ପଟ କରାଯାଇଛି । ଏନେଇ ସବୁଠି ଚର୍ଚ୍ଚା ଲାଗିରହିଥିବା ବେଳେ ଅର୍ଥନୈତିକ ସମୀକ୍ଷକ ପ୍ରଫେସର ଡ.ଭାଗବତ ପ୍ରସାଦ ପାତ୍ରଙ୍କ କହିବା କଥା ସାଧାରଣ ଜନତାଙ୍କ ପାଖରେ ନାହିଁ ୨୦୦୦ ଟଙ୍କିଆ ନୋଟ୍ ।

'ଏହା ମୁଦ୍ରାର ପରିବର୍ତ୍ତନ, ବିମୁଦ୍ରୀକରଣ ନୁହେଁ'

ଆମ ଦେଶରେ ଆର.ବି.ଆଇ ପକ୍ଷରୁ ଘୋଷଣା କରାଯାଇଥିବା ୨୦୦୦ ଟଙ୍କିଆ ନୋଟ ଅଚଳକୁ ଆମେ ମୁଦ୍ରାର ପରିବର୍ତ୍ତନ ବୋଲି କହିପାରିବା । ଏହାକୁ ଅଚଳ କରି ହୁଏତ ସରକାର ଏହାର ବିକଳ୍ପ କିଛି କରିପାନ୍ତି । ଏଭଳି ଟଙ୍କାର ପରିବର୍ତ୍ତନା କରିବା ଏକ ଧାରାବାହିକ ପକ୍ରିୟା । ଆମ ବ୍ୟବହାର କରୁଥିବା ନୋଟଗୁଡିକୁ ସରକାର ବହୁତ ସମୟରେ ଏହାର ପରିବର୍ତ୍ତନ କରୁଛନ୍ତି । ଏଣୁ ପରିବର୍ତ୍ତନ ଓ ବିମୁଦ୍ରୀକରଣ ମଧ୍ୟରେ ଫରକ ରହିଥିବାରୁ ସମସ୍ତେ ଏହାକୁ ବୁଝିବା ଆବଶ୍ୟକ । ୨୦୦୦ ଟଙ୍କିଆ ନୋଟକୁ ଡିସେମ୍ୱର ପରେ ଯାହା ଅଚଳ ହେବ ବୋଲି ରିଜର୍ଭ ବ୍ୟାଙ୍କ ଘୋଷଣା କରିଛି ।

କାହିଁକି ପ୍ରଧାନମନ୍ତ୍ରୀଙ୍କ ବଦଳରେ RBI କଲା ଘୋଷଣା ?

ବିମୁଦ୍ରୀକରଣ ବେଳେ ପ୍ରଧାନମନ୍ତ୍ରୀ ଦେଶରେ ୫୦୦ ଓ ୧୦୦୦ ଟଙ୍କା ଅଚଳ ହୋଇଥିବା ଘୋଷଣା କରିଥିଲେ ହେଲେ ଚଳିତଥର ରିଜର୍ଭ ବ୍ୟାଙ୍କ ଘୋଷଣା କରିବା ଏହାରି ମଧ୍ୟରେ ଟିକିଏ ପାର୍ଥକ୍ୟ ଥିବା ଭଳି ମନେ ହୁଏ । ମୁଖ୍ୟତଃ ମୁଦ୍ରାନୀତିରେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ହେଉଛି ସବୁଠାରୁ ବଡ କ୍ଷମତା କେନ୍ଦ୍ର । ଯେହେତୁ ଦେଶରେ ପ୍ରଧନମନ୍ତ୍ରୀ ବିମୁଦ୍ରୀକରଣ ସମୟରେ ଘୋଷଣା କରିଥିଲେ ବୋଲି ଏହାକୁ ସମାଲୋଚନା କରାଯାଇ ଏହା RBIର କାର୍ଯ୍ୟ ହୋଇଥିବାରୁ କାହିଁକି ପ୍ରଧାନମନ୍ତ୍ରୀ ଘୋଷଣା କରିବେ ବୋଲି ପ୍ରଶ୍ନବାଚୀ ଆସିଥିବାରୁ ଚଳିତଥର ଏହାକୁ କେନ୍ଦ୍ର ସରକାର ସତର୍କ ହେବା ସହିତ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏହାକୁ ନେଇ ଘୋଷଣା କରିଛି । ହେଲେ ଏହା କରିବା ପୂର୍ବରୁ RBI କେନ୍ଦ୍ର ସରକାରଙ୍କ ସହିତ ନିଶ୍ଚିତ ବିଚାର ବିମର୍ଶ କରିଥିବ ବୋଲି କହିଛନ୍ତି ଅର୍ଥନୈତିକ ସମୀକ୍ଷକ ଭାଗବତ ।

'ସାଧାରଣ ବଜାରରେ ୨୦୦୦ ଟଙ୍କିଆ ନୋଟର ଆବଶ୍ୟକତା ପଡୁନାହିଁ'

ମୁଖ୍ୟତଃ ଦେଶର ସାଧାରଣ ବଜାରରେ ୨୦୦୦ ଟଙ୍କିଆ ନୋଟର ଆବଶ୍ୟକତା ପଡୁନାହିଁ । ଯାହାକୁ ଅନୁଧ୍ୟାନ କରି ୨୦୧୯ରୁ ହିଁ ଜାଣିପାରିଛନ୍ତି କେନ୍ଦ୍ର ସରକାର । ଏହାକୁ ୨୦୧୬ ମସିହାରେ ପ୍ରଚଳନ କରାଯାଇଥିଲେ ମଧ୍ୟ ୨୦୧୮-୧୯ ବେଳକୁ ସରକାର ଏହାକୁ ଆଉ ପ୍ରଚଳନ ନକରିବା ପାଇଁ ସ୍ଥିର କରିନେଇଥିଲେ ବୋଲି ଆକଳନ କରିଛନ୍ତି ଅର୍ଥନୈତିକ ସମୀକ୍ଷକ । କେବଳ ଧନୀ ଲୋକଙ୍କ ପାଖରେ ଏହା କଳାଧନ ଆକରରେ ଗଚ୍ଛିତ କରି ରଖିବା ପାଇଁ ସୁହାଉଥିବା ସରକାର ଏହାକୁ ଜାଣିବା ପରେ ଏହା ବଜାରରେ କାରବାର ପାଇଁ ଲାଭ ନଥିବା ହୃଦବୋଧ କରି ଆଉ ଛପାଯାଇନଥିବା କୁହାଯାଇଛି ।

ଦୁର୍ନୀତି ଓ କଳାଧନ ରୋକିବା ପାଇଁ ନିଆଯାଇଛି କି ଏପରି ପଦକ୍ଷେପ ?

କେନ୍ଦ୍ର ସରକାରଙ୍କ ପକ୍ଷରୁ ଦୁର୍ନୀତି ରୋକିବା ପାଇଁ ନିଆଯାଇଥାଇ ପାରେ ଏପରି ପଦକ୍ଷେପ ବୋଲି ଇଟିଭି ଭାରତ ସହିତ ଆଲୋଚନା ସମୟରେ ଅନୁମାନ କରିଛନ୍ତି ଅର୍ଥନୈତିକ ସମୀକ୍ଷକ । ମୁଖ୍ୟତଃ ନିର୍ବାଚନ ସମୟରେ ସମସ୍ତ ଦଳ ପକ୍ଷରୁ ଅନ୍ୟକୁ ଦୁର୍ନୀତିଗ୍ରସ୍ତ ବୋଲି ଦର୍ଶାଇ ରାଜନୈତିକ ବୈତରଣୀ ପାର ହେବାକୁ ଚେଷ୍ଟା କରିଥାନ୍ତି । ଏପରିକି ୨୦୧୪ ସାଧାରଣ ନିର୍ବାଚନ ସମୟରେ ଦେଶର ସାଧାରଣ ଜନତା ଯେପରି ମୋଦି ସରକାରଙ୍କୁ ଭୋଟ ଦେଲେ ସେହି ସମୟରେ ଦେଶରେ ଟୁ-ଜି ଦୁର୍ନୀତି ସହିତ କୋଇଲା ଦୁର୍ନୀତି ଭଳି ଅନେକ ଦୁର୍ନତି ରହିଥିବା ଯୋଗୁଁ ଲୋକେ ଦୁର୍ନୀତି ହଟିବା ପାଇଁ ଦେଶରେ ବିଜେପିର ମୋଦି ସରକାରଙ୍କୁ ବିଜୟୀ କରାଇଥିଲେ । ଏଣୁ ଏପରି ସମୟରେ କର୍ଣ୍ଣାଟକ ନିର୍ବାଚନ ପରେ ପ୍ରଧାନମନ୍ତ୍ରୀ ପୁଣି ଥରେ ଦେଶରେ ଦୁର୍ନୀତିକୁ ମୁଖ୍ୟ ଇସ୍ୟୁ କରିବେ ବୋଲି ହୃଦବୋଧ କରି ଏପରି ପଦକ୍ଷେପ ନେଇଥାଇପାନ୍ତି ବୋଲି କୁହାଯାଇଛି ।

ବିମୁଦ୍ରୀକରଣ ସମୟରେ କଳାଧନ ରୋକିବା ପାଇଁ ଯାହା ପଦକ୍ଷେପ ନିଆଯାଇଥିଲା ହେଲେ କଳାଧନ ଅତ୍ୟନ୍ତ କମ ମିଳିଲା ବୋଲି କହିବା ସହିତ ବହୁତ ବ୍ୟାଙ୍କ ମାନେ କଳାଧନକୁ ଲୁଚାଇବା କ୍ଷେତ୍ରରେ ସହାୟତା କରିଥିବା କହିଛନ୍ତି ଭାଗବତ । ହେଲେ ଏଭଳି କଥା କୁହାଯାଉଥିଲେ ମଧ୍ୟ ତାହାର ପ୍ରମାଣ କରାଯାଇପାରିନାହିଁ । ହେଲେ ସେହି ସମୟରେ ହୋଇଥିବା ଲକ୍ଷ ଲକ୍ଷ ଟ୍ରାଜେକସନ୍ ସଠିକ୍ କି ନାହିଁ ତାହାକୁ ଦେଖିବା ମଧ୍ୟ ସମ୍ଭବ ନାହିଁ ବୋଲି କୁହାଯାଇଛି । ହେଲେ ଏଥର ନିଶ୍ଚିତ ରୂପେ ବ୍ୟାଙ୍କ ମାନେ ଟିକିଏ ଭୟ କରିବେ । କାହିଁକି ବର୍ତ୍ତମାନ ଯାହା ଅର୍ଥ ଅଛି ତାହା ବହୁଳ ପରିମାଣରେ ଜମା ହେବା ପାଇଁ ଆସିବ ନାହିଁ ବୋଲି କୁହିଛନ୍ତି ଭାଗବତ ।

ଦୁଇ ହଜାର ପରେ ପୁଣି ହଜାର ଟଙ୍କିଆ ପୁନଃ ପ୍ରଚଳନର ଆବଶ୍ୟକତା ରହିଛି କି ?

ବର୍ତ୍ତମାନ ସମୟରେ ଆଉ ବଡ ଧରଣର ଟଙ୍କା କାରବାର ନଗଦ ଆକାରରେ ନହୋଇ ସମସ୍ତେ ଅନଲାଇନ୍ ଆକାରରେ କରୁଥିବା ଯୋଗୁଁ ଏପରି ବଡଧରଣର ନୋଟ୍ ବର୍ତ୍ତମାନ ପରିସ୍ଥିତିରେ ଆବଶ୍ୟକତା ନଥିବା କୁହାଯାଇଛି । ହେଲେ ଆଗାମୀ ବର୍ଷେ ଦୁଇ ବର୍ଷ ଅପେକ୍ଷା କରି ଏହାକୁ ନେଇ କଣ ସମସ୍ୟା ଆସିପାରେ ତାହାକୁ ଅନୁଧ୍ୟାନ କରିବା ଆବଶ୍ୟକ । ଯେ କୌଣସି ନୂତନ ବଡ ଧରଣର ନୋଟ୍ ପ୍ରଚଳନ ପୂର୍ବରୁ ଆର୍.ବି.ଆଇ ଏକ କମିଟି କରି ଅନୁଧ୍ୟାନ କରୁ । ଲୋକଙ୍କ ବର୍ତ୍ତମାନ ସ୍ଥିତିରେ ପାଞ୍ଚ ଶହ ଟକିଆ ପର୍ଯ୍ୟନ୍ତ ନୋଟ୍ ରହିବା ପରେ କଣ ଅସୁବିଧା ହେଉଛି କି ତାହାକୁ ଚିନ୍ତା କରି ଏକ ହଜାର ଟଙ୍କିଆ ନୋଟ୍ ଛାପିପା ଆବଶ୍ୟକତା ରହିଛି । ଏଣୁ ଏହାପରେ ଏକ୍ସପର୍ଟ କମିଟି ତର୍ଜମା କରିବା ଆବଶ୍ୟକ । ଏ ସମସ୍ତ ଗୁରୁତ୍ୱପୂର୍ଣ୍ଣ ବିଷୟକୁ ନେଇ ଅର୍ଥନୈତିକ ସମୀକ୍ଷକ ପ୍ରଫେସର ଡ.ଭାଗବତ ପ୍ରସାଦ ପାତ୍ର ଇଟିଭି ଭାରତ ସହିତ ଆଲୋଚନା କରିଛନ୍ତି ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.