ବ୍ରହ୍ମପୁର: ସହରର ବିଭିନ୍ନ ପୁଜାମଣ୍ଡପରେ ଚାଲିଛି ମା' ଜଗତଜନନୀଙ୍କ ବିଜୟାଦଶମୀ । ସହରର ବିଭିନ୍ନ ପୂଜା ମଣ୍ଡପରେ ଅନ୍ତିମ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ବ୍ରହ୍ମପୁରର ପୁରାତନ ପୂଜା ମଣ୍ଡପ ବିଜିପୁର, କମାପଲ୍ଲୀ ଓ ବ୍ୟାରେକ୍ସ ପୂଜାମଣ୍ଡପ ଠାରୁ ସେଲଟ୍ୟାକ୍ସ ଅଫିସ ଛକ ପର୍ଯ୍ୟନ୍ତ ବିଭିନ୍ନ ଆକର୍ଷଣୀୟ ଆଲୋକମାଳାରେ ଚମକି ଉଠୁଛି ।
ସେହିପରି କୋର୍ଟପେଟା, ଗାନ୍ଧୀନଗର, ଗିରିଜା ଛକ ଭଳି ବିଭିନ୍ନ ପୂଜାମଣ୍ଡପରେ ମଧ୍ୟ ଚିତାକର୍ଷକ ତୋରଣର ସାରା ସହରକୁ ଝଲାସଉଛି । ଏପଟେ ମା' ଙ୍କ ଅନ୍ତିମ କରିବା ସହ ସାନିଧ୍ୟ ଲାଭ କରୁଛନ୍ତି ଶ୍ରଦ୍ଧାଳୁ ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ