ବ୍ରହ୍ମପୁର: କୋରୋନା କାଳରେ କ୍ୟାମ୍ପାସ୍ ନିଯୁକ୍ତି ମେଳା । ସୁଜିକି ମୋଟରସ୍ ପକ୍ଷରୁ ବ୍ରହ୍ମପୁର ସହରର ସରକାରୀ ଆଇଟିଆଇ ପରିସରରେ ଆୟୋଜିତ ହୋଇଥିବା କ୍ୟାମ୍ପାସ୍ ଚୟନ ନିଯୁକ୍ତି ମେଳାରେ ମୋଟ ୫୭୭ ଜଣ ବିଦ୍ୟାର୍ଥୀ ଅଂଶଗ୍ରହଣ କରିଥିବା ବେଳେ ସେଥିମଧ୍ୟରୁ ୪୬୦ ବିଦ୍ୟାର୍ଥୀ ଚୟନ ହୋଇଥିବା ଜଣାଯାଇଛି ।
ଆଉ ସେଥି ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୪୦ ଜଣ ବିଦ୍ୟାର୍ଥୀଙ୍କୁ ସ୍ୱତନ୍ତ୍ର ବସ୍ ରେ ସୁଜିକି ମୋଟରସ୍ ପକ୍ଷରୁ ଗୁଜୁରାଟ ନିଆଯାଇଛି । ପ୍ରତେକ ବିଦ୍ୟାର୍ଥୀଙ୍କୁ ମାସିକ ୨୦ ହଜାର ଟଙ୍କା ଦରମାରେ ଏହି ନିଯୁକ୍ତି ଦିଆଯାଇଥିବା ଇଟିଭି ଭାରତକୁ ସୂଚନା ଦେଇଛନ୍ତି ଆଇଟିଆଇର ଅଧ୍ୟକ୍ଷ ରଜତ ପାଣିଗ୍ରାହୀ ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ