ETV Bharat / state

ଭାଇ ସାଜିଲା ଭାଇର ହତ୍ୟାକାରୀ ! ମଝିଆ ଭାଇର କାତି ଚୋଟରେ ସାନ ଭାଇ ମୃତ

author img

By ETV Bharat Odisha Team

Published : Aug 29, 2023, 3:09 PM IST

ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅଢେଇବର ଗ୍ରାମରେ ଜମି ବିବାଦ ପାଇଁ ଭାଇକୁ ହତ୍ୟା କଲା ଭାଇ । ମଝିଆ ଭାଇର କାତି ଚୋଟରେ ସାନ ଭାଇର ଗଲା ଜୀବନ । ଅଧିକ ପଢନ୍ତୁ

ଭାଇ ସାଜିଲା ଭାଇର ହତ୍ୟାକାରୀ
ଭାଇ ସାଜିଲା ଭାଇର ହତ୍ୟାକାରୀ

ବ୍ରହ୍ମପୁର: ଭାଇ ସାଜିଲା ହତ୍ୟାକାରୀ ! ଜମି ବିବାଦ ପାଇଁ ଭାଇକୁ ହତ୍ୟା କଲା ଭାଇ । ମଝିଆ ଭାଇର କାତି ଚୋଟରେ ସାନ ଭାଇର ଗଲା ଜୀବନ । ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅଢେଇବର ଗ୍ରାମରେ । ମୃତ ବ୍ୟକ୍ତି ଜଣକ ହେଉଛନ୍ତି କାଳୁ ନାହାକ ।

ସୂଚନା ଅନୁଯାୟୀ, ଗତକାଲି ରାତି ସମୟରେ କାଳୁ ନାହାକ ନିଜ ଘରେ ଥିଲେ । ସେହି ସମୟରେ ନିଜ ପରିବାରର ମଝିଆ ଭାଇ ପୁନିଆ ନାହାକ ଏବଂ ତାଙ୍କ ପୁଅ ସହିତ ଅନ୍ୟ କେତେକ ସେଠାରେ ପହଞ୍ଚି କାଳୁଙ୍କ ଘର ଉପରକୁ ଟେକା ମାଡ଼ କରିଥିଲେ । ଯେଉଁଥିରେ କାଳୁ ରାସ୍ତା ଉପରକୁ ଆସିବାରୁ ସେମାନେ ଗୋଡ଼ାଇ ଗୋଡ଼ାଇ ତାଙ୍କୁ କାତିରେ ଆକ୍ରମଣ କରିଥିଲେ । ଆଉ ସେହି ସମୟରେ ଆକ୍ରମଣର ଶିକାର ହେଉଥ‌ିବା କାଳୁଙ୍କୁ ରକ୍ଷା କରିବାରୁ ତାଙ୍କ ପତ୍ନୀ ରାସ୍ତା ଉପରକୁ ଯାଇଥିଲେ ମଧ୍ୟ ତାଙ୍କ ସ୍ବାମୀଙ୍କୁ ରକ୍ଷା କରିପାରିନଥିଲେ ।

ଅତ୍ୟାଧିକ ରକ୍ତସ୍ରାବ ହେତୁ ଗୁରୁତର ହୋଇ ପଡ଼ିଥିବା ଭାଇ କାଳୁଙ୍କ ରାସ୍ତା ଉପରେ ଜୀବନ ଚାଲିଗଲା । ଏହି ଘଟଣା ପରେ କବିସୂର୍ଯ୍ୟନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହିତ ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଭାଇ ପୁନିଆ ନାହାକକୁ ପୋଲିସ୍ ଅଟକ ରଖିଥ‌ବା ସୂଚନା ମିଳିଛି । ଜମିବାଡ଼ି ବିବାଦ ନେଇ ଦୁଇ ଭାଇଙ୍କ ମଧ୍ୟରେ ଗତ କିଛି ବର୍ଷ ଧରି ଗଣ୍ଡଗୋଳ ହୋଇ ଆସୁଥିଲା । ତେବେ ଏହି ଘଟଣାକୁ ନେଇ ଥାନାରେ ମାମଲା ରୁଜୁ ହେବା ସହ ମାମଲା କୋର୍ଟରେ ବି ରହିଥିବା କୁହାଯାଇଛି ।

ଏହା ମଧ୍ୟ ପଢନ୍ତୁ- ଭାଇ ସାଜିଲା ଭଗାରୀ, ସାମାନ୍ୟ ବଚସାରୁ ସାନ ଭାଇକୁ ହତ୍ୟା କଲା ବଡ଼ ଭାଇ

ଗତ କିଛି ମାସ ପୂର୍ବେ ସୁନ୍ଦରଗଡ଼ ଜିଲ୍ଲା ବିରମିତ୍ରପୁର ଥାନା ଅନ୍ତର୍ଗତ ବାରାବାଶ ଗୌଡ଼ଟୋଲି ଅଞ୍ଚଳରେ ନିଶାଶକ୍ତ ଅବସ୍ଥାରେ ସାନ ଭାଇକୁ ହତ୍ୟା କରିଥିଲା ବଡ଼ ଭାଇ । ମୃତକ ଜଣକ ୩୦ ବର୍ଷୀୟ ବୁଧରାମ ମାଝୀ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଅଭିଯୁକ୍ତ ବଡ଼ ଭାଇକୁ ଗିରଫ କରିଥିଲା ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.