ETV Bharat / sports

ପ୍ୟାରିସ ଅଲିମ୍ପିକ୍ସ: କ୍ବାର୍ଟର ଫାଇନାଲରେ ହାରିଲା ଭାରତ; ଦୀପିକା କୁମାରୀଙ୍କ ଯାତ୍ରା ଶେଷ - Paris Olympics 2024

author img

By ETV Bharat Sports Team

Published : Aug 3, 2024, 6:00 PM IST

Paris Olympics 2024 Archery : ଭାରତର ଷ୍ଟାର ତୀରନ୍ଦାଜ ଦୀପିକା କୁମାରୀଙ୍କ ପ୍ୟାରିସ ଅଲିମ୍ପିକ୍ସ ଯାତ୍ରା ଶେଷ । ମହିଳା ସିଙ୍ଗଲ୍ସ ତୀରନ୍ଦାଜୀ କ୍ବାର୍ଟର ଫାଇନାଲରେ କୋରିଆର ନାମ ସୁହୟୋନ 6-4ରେ ଦୀପିକାଙ୍କୁ ପରାସ୍ତ କରିଛନ୍ତି । ଅଧିକ ପଢ଼ନ୍ତୁ

Paris Olympics 2024 Archery
Paris Olympics 2024 Archery (AP Photo)

ପ୍ୟାରିସ (ଫ୍ରାନ୍ସ): ପ୍ୟାରିସ୍‌ ଅଲିମ୍ପିକ୍ସ 2024ର ମହିଳା ସିଙ୍ଗଲ୍ସ ତୀରନ୍ଦାଜୀ କ୍ବାର୍ଟର ଫାଇନାଲରେ ଭାରତୀୟ ତୀରନ୍ଦାଜ ଦୀପିକା କୁମାରୀଙ୍କୁ ପରାଜୟର ସାମ୍ନା କରିବାକୁ ପଡ଼ିଛି । ଏହାସହିତ ସେ ସେମିଫାଇନାଲରେ ପ୍ରବେଶ କରିବା ନେଇ ରହିଥିବା ଆଶା ଧୂଳିସାତ ହୋଇଯାଇଛି । ଦୀପିକାଙ୍କୁ କ୍ବାର୍ଟର ଫାଇନାଲ ମ୍ୟାଚରେ କୋରିଆର ନାମ ସୁହୟୋନ 6-4ରେ ପରାସ୍ତ କରିଛନ୍ତି । ଏହା ସହିତ ଦୀପିକାଙ୍କ ଅଲିମ୍ପିକ୍ସ ଅଭିଯାନ ଏହିଠାରେ ଶେଷ ହୋଇଛି ।

ପ୍ରଥମ ରାଉଣ୍ଡ ଜିତି ଦ୍ବିତୀୟ ରାଉଣ୍ଡରେ ହାରିଥିଲେ ଦୀପିକା :-

ପ୍ରଥମ ରାଉଣ୍ଡରେ ଦୀପିକା ପ୍ରଥମ ସଟ୍‌ରେ 9, ଦ୍ବିତୀୟରେ 10 ଏବଂ ତୃତୀୟ ସଟ୍‌ରେ 9 ପଏଣ୍ଟ ସ୍କୋର କରିଥିଲେ । ଅନ୍ୟପଟେ ପ୍ରତିପକ୍ଷ ତୀରନ୍ଦାଜ ପ୍ରଥମ ସେଟ୍‌ରେ 10, ଦ୍ବିତୀୟରେ 8 ଏବଂ ତୃତୀୟ ସେଟ୍‌ରେ 8 ପଏଣ୍ଟ ହିଟ୍ କରିଥିଲେ । ଦୀପିକା ଏହି ରାଉଣ୍ଡକୁ 28-26ରେ ଜିତିଥିଲେ । ଏହାପରେ ଦ୍ବିତୀୟ ରାଉଣ୍ଡରେ କୋରିଆ ଖେଳାଳି ପ୍ରଥମ ସଟ୍‌ରେ 9, ଦ୍ବିତୀୟ ସଟ୍‌ରେ 9 ଏବଂ ତୃତୀୟ ସଟ୍‌ରେ 8 ପଏଣ୍ଟ ମାରିଥିଲେ । ଅନ୍ୟପଟେ ଦୀପିକା ପ୍ରଥମ ସଟ୍‌ରେ 10, ଦ୍ବିତୀୟ ସଟ୍‌ 6 ଏବଂ ତୃତୀୟ ସଟ୍‌ 8କୁ ମାରି 25-28ରେ ଏହି ରାଉଣ୍ଡ ହାରି ଯାଇଥିଲେ ।

ତୃତୀୟ ରାଉଣ୍ଡରେ କମ୍‌ବ୍ୟାକ୍‌, 4ର୍ଥରେ ପୁଣି ହାରିଗଲେ :-
ତୃତୀୟ ରାଉଣ୍ଡରେ ଦୀପିକା ପ୍ରଥମ ସଟ୍‌ରେ 10, ଦ୍ବିତୀୟ ସଟ୍‌ରେ 9 ଏବଂ ତୃତୀୟ ସଟ୍‌ରେ 10 ସ୍କୋର କରିଥିଲେ । ଅନ୍ୟପଟେ କୋରିଆ ଖେଳାଳି ପ୍ରଥମ ସଟ୍‌ 10, ଦ୍ବିତୀୟ ସଟ୍‌ 10 ଏବଂ ତୃତୀୟ ସଟ୍‌ 9 କ୍ଷେତ୍ରକୁ ମାରିଥିଲେ । ଏହା ସହିତ ଦୀପିକା ଏହି ରାଉଣ୍ଡକୁ 29-28ରେ ମ୍ୟାଚ୍ ଜିତି ନେଇଥିଲେ । ଏହାପରେ କିନ୍ତୁ 4ର୍ଥ ରାଉଣ୍ଡ ହାରିଯାଇଥିଲେ ଦୀପିକା । ଏହି ରାଉଣ୍ଡରେ କୋରିଆ ଖେଳାଳି ପ୍ରଥମ ସଟ୍‌ 10, ଦ୍ବିତୀୟ ସଟ୍ 9 ଏବଂ ତୃତୀୟ ସଟ୍‌ରୁ 10 ପଏଣ୍ଟ ନେଇଥିଲେ । ହେଲେ ଦୀପିକା ପ୍ରଥମ ସଟ୍‌ରୁ 10, ଦ୍ବିତୀୟରୁ 7 ଏବଂ ତୃତୀୟ ସଟ୍‌ରୁ 10 ପଏଣ୍ଟ ନେଇଥିଲେ । ଏହା ସହିତ ଦୀପିକା 27-29ରେ ଏହି ରାଉଣ୍ଡ ହରାଇଲେ । 4ର୍ଥ ରାଉଣ୍ଡ ଶେଷ ସୁଦ୍ଧା ମ୍ୟାଚ୍‌ 2-2ରେ ବରାବର ସ୍ଥିତିରେ ରହିଥିଲା ।

ପଞ୍ଚମ ରାଉଣ୍ଡରେ ହାରିଲେ ଦୀପିକା :-

ପଞ୍ଚମ ରାଉଣ୍ଡରେ ଦୀପିକା କୁମାରୀ ପ୍ରଥମ ସଟ୍‌ 9, ଦ୍ବିତୀୟ ସଟ୍‌ 9 ଏବଂ ତୃତୀୟ ସଟ୍‌ରୁ ମଧ୍ୟ 9 ପଏଣ୍ଟ କରିଥିଲେ । ଅନ୍ୟପଟେ କୋରିଆ ଖେଳାଳି ପ୍ରଥମ ସଟ୍‌ 10, ଦ୍ବିତୀୟ ସଟ୍ 9 ଏବଂ ତୃତୀୟ ସଟ୍‌ରୁ 10 ପଏଣ୍ଟ ହାସଲ କରିଥିଲେ । ଦୀପିକା କୁମାରୀ ଏହି ରାଉଣ୍ଡକୁ 28-29ରେ ହାରି ନିଜ ଅଭିଯାନ ଶେଷ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ପ୍ୟାରିସ ଅଲିମ୍ପିକ୍ସ: ହକିରେ ଆସିବ ମେଡାଲ; ଜାଣନ୍ତୁ କେବେ ଓ କାହା ସହିତ ଖେଳିବ ଭାରତ - Paris Olympics 2024

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.