ETV Bharat / state

ରୋମିଓ ରାଜାର 49 ରାଣୀ: ସୁନ୍ଦରୀ ତରୁଣୀଙ୍କ ସାଜିଥିଲା ସପନର ସୌଦାଗର, ଏମିତି ଫସିଲା ପୋଲିସ ଜାଲରେ - Fake IB Inspector Arrested

author img

By ETV Bharat Odisha Team

Published : Aug 3, 2024, 6:55 PM IST

Fake IB Inspector Arrested By Commissionerate Police: ମିଛ ପ୍ରେମ ଜାଲରେ ଫସାଇ ଛାଡ଼ପତ୍ର ପାଇଥିବା ମହିଳାଙ୍କ ଠାରୁ ଟଙ୍କା ଲୁଟୁଥିଲା ରୋମିଓ ମଜନୁ । ୪୯ ଜଣଙ୍କ ସହ ସମ୍ପର୍କରେ ଥିଲା । ରୋମିଓ ରାଜାକୁ ଧରିବା ପାଇଁ ମିଛ ପ୍ରେମିକା ସାଜିଲେ ମହିଳା ପୋଲିସ । ଏଇ ରସିକିଆ ଠକକୁ ଧରିଲା ପୋଲିସ । ଅଧିକ ପଢ଼ନ୍ତୁ

Fake IB Inspector Arrested
Fake IB Inspector Arrested (ETV Bharat Odisha)

ଭୁବନେଶ୍ବର: କଥାରେ ଅଛି ସେ ୯୯ ରାଣୀ ରଜା, ତାକୁ ହଜାରେ ପଡିଛି ଖୋଜା । ଆଜି ଏମିତି ଘଟଣା ଦେଖିବାକୁ ମିଳିଛି ରାଜଧାନୀରେ । ଧରା ପଡ଼ିଛି ରସିକିଆ ଠକ । ଜଣେ କି ୨ ଜଣ ନୁହେଁ ଏକାଥରେ ୪୯ ଜଣ ମହିଳାଙ୍କ ସହ ସମ୍ପର୍କ ରଖିଥିଲା ଏହି ରସିକିଆ ପ୍ରେମିକ । କାହାକୁ ଲଙ୍ଗଡ୍ରାଇଭ ତ କାହାକୁ ବ୍ଲୁମୁନ ଡେଟ୍ ଓ ବିଚ ଭିୟୁ ରିସୋର୍ଟରେ ସମୟ ଅତିବାହିତ ପାଇଁ ମିଠାମିଠା କଥାରେ ଫସାଉଥିଲା । ଏକାଧିକ ମହିଳାଙ୍କ ସାଜିଥିଲା ସପନର ସୌଦାଗର । ସେପଟେ ଅଭିଯୋଗ ପରେ ଫିଲ୍ମ ଷ୍ଟାଇଲରେ ଠକ ମଜନୁକୁ ଧରିଛି କମିଶନରେଟ ପୋଲିସ । ଠକକୁ ଧରିବାକୁ ପ୍ରେମିକା ସାଜିଥିଲେ ଜଣେ ମହିଳା ପୋଲିସ ।

Commissionerate Police (ETV Bharat Odisha)

ମାଟ୍ରିମୋନିରେ ମାୟାଜାଲ ବିଛାଇ ଥିଲା ମଜନୁ:

ପୋଲିସ କମିଶନର ସଞ୍ଜୀବ ପଣ୍ଡା କହିଛନ୍ତି, "ଯୁବକ ଜଣଙ୍କ ହେଉଛନ୍ତି ଯାଜପୁର ଜିଲ୍ଲାର ସତ୍ୟଜିତ ସାମଲ । ଯାହାଙ୍କ ବୟସ ୩୪ ବର୍ଷ । ସେ ଭୁବନେଶ୍ବର ଚନ୍ଦ୍ରଶେଖରପୁରରେ ରହୁଥିଲେ । ମାଟ୍ରିମୋନିଆଲ ସାହଯ୍ୟରେ ମୁଖ୍ୟତଃ ଛାଡ଼ପତ୍ର ନେଇଥିବା ମହିଳାଙ୍କୁ ଟାର୍ଗେଟ କରୁଥିଲେ । ସେମାନଙ୍କ ସହିତ ଚାଟିଂ କରିବା ପରେ ବିବାହ କରିବାର ପ୍ରତିଶୃତି ଦେବା ସହ ଏଗ୍ରିମେଣ୍ଟ କରୁଥିଲେ । ପରେ ମହିଳାଙ୍କୁ ଫସାଇ ସେମାନଙ୍କ ଠାରୁ ଟଙ୍କା ଗାଡ଼ି ନେଉଥିଲେ । ଗାଡ଼ି ଗୁଡ଼ିକ ଟ୍ରାଭେଲ ଏଜେନ୍ସିରେ ଭଡ଼ାରେ ଲଗାଉଥିଲେ । ମହିଳାମାନେ ତାଙ୍କୁ ଟଙ୍କା ମାଗିଲେ ସେ ଦୁବାଇ ପଳାଉଥିଲେ । ସେଠାରେ ବୁଲାବୁଲି କରି ଫେରୁଥିଲେ । ଦୁଇ ମହିଳା କରିଥିବା ଅଭିଯୋଗ ଅନୁସାରେ, ଟଙ୍କା ମାଗିଲେ ଯୁବକ ଜଣଙ୍କ ବନ୍ଧୁକ ଦେଖାଇ ଧମକ ଦେଉଥିଲେ । ବର୍ତ୍ତମାନ ଯୁବକ ଜଣଙ୍କ ଧାର ପଡ଼ିଥିବା ବେଳେ ୨ ଲକ୍ଷ ୧୦ ହଜାର ଟଙ୍କା, ଏକ ବୋଲେନ କାର ଓ ବୁଲେଟ ଜବତ କରାଯାଇଛି । ଏହାସର ୩ଟି ଫୋନ ଓ ୩ଟି ଆକାଉଣ୍ଟ ଜବତ କରାଯାଇଛି, ଯେଉଁଥିରେ ୧ ଲକ୍ଷ ୭୫ ହଜାର ଟଙ୍କା ରହିଛି । ଏହା ବ୍ୟତୀତ ୨ଟି ମ୍ୟାରେଜ ଏଗ୍ରିମେଣ୍ଟ ପେପର ଜବତ କରାଯାଇଛି । ଏଭଳି ୪୯ ଜଣ ମହିଳାଙ୍କ ସହ ଯୁବକ ଜଣଙ୍କ ସମ୍ପର୍କରେ ରହିଥିଲେ । ୨ ଜଣ ଅଭିଯୋଗ କରିଥିବା ବେଳେ ଅନ୍ୟ ୨ ଜଣଙ୍କୁ ଫୋନ୍‌ କରି ଜାଣିବାକୁ ପାଇଛୁ ଯେ, ସେ ୨ ଜଣଙ୍କୁ ଏଗ୍ରିମେଣ୍ଟ ମ୍ୟାରେଜ କରିଛନ୍ତି ।"

ରସିକିଆ ଯୁବକ ଟାର୍ଗେଟରେ ଛାଡପତ୍ର ଓ ବିଧବା ମହିଳା :

ତେବେ ଯୁବକ ଜଣଙ୍କ ମାଟ୍ରିମୋନିଆଲ ସାଇଟରେ ନିଜର ଏକ ସୁନ୍ଦର ଫଟୋରେ ପ୍ରୋଫାଇଲ୍ ତିଆରି କରି ନିଜକୁ ଜଣେ ଇଣ୍ଟେଲିଜେନସ ବ୍ୟୁରୋ ଅଫିସର ଭାବରେ ପରିଚୟ ଦେଉଥିଲା । ବିଶେଷ କରି ଏହି ଯୁବକ ଜଣଙ୍କ ଛାଡ଼ପତ୍ର ଓ ବିଧବା ମହିଳାଙ୍କୁ ଟାର୍ଗେଟ କରୁଥିଲା । ପ୍ରଥମେ ସେମାନଙ୍କ ସହ ମେସେଜ କରି ଚାର୍ଟିଂ କରୁଥିଲା । ପରେ ଦେଖାକରିବା ବାହାନାରେ କାରରେ ବୁଲାଇବାକୁ ନେଇଥାଏ । ଧିରେ ଧିରେ ସମ୍ପର୍କ ବଢାଇ ମହିଳାଙ୍କର ହାବ ଭାବ ଚାଲି ଚଳଣି ଲକ୍ଷ୍ୟ କରି ତାଙ୍କର କେତେ ଟଙ୍କା ଅଛି ବା ତାଙ୍କୁ କିପରି ଠକି ହେବ ସେନେଇ ବାଟ ତିଆରି କରୁଥିଲା । ମହଳାଙ୍କଠୁ ଧାର ଆକାରରେ ନଚେତ ମହିଳାଙ୍କ ନାଁରେ ଲୋନ ନେଇ ଟଙ୍କା ବ୍ୟବସାୟ ପାଇଁ ନଚେତ ଇନଭେଷ୍ଟମେଣ୍ଟ ଆଦି ବାହାନ ଦେଖାଇ ଟଙ୍କା ନେବା ପରେ ଛୁ ମାରୁଥିଲା ।

ପ୍ରତିବାଦ କଲେ ଦେଉଥିଲା ଧମକ:

ସରକାରୀ ଚାକିରି କରିଥିବା ଜଣେ ମହିଳାଙ୍କଠୁ HDFC ବ୍ୟାଙ୍କରୁ 8 ଲକ୍ଷ, ବନ୍ଧନ ବ୍ୟାଙ୍କରୁ ୬ଲକ୍ଷ, ICICI ବ୍ୟାଙ୍କରୁ ୬ଲକ୍ଷ, SBIରୁ ୮ଲକ୍ଷ ସହ ଏକ କାର ନେଇ ଛୁ ମାରିଥିବା ନେଇ କ୍ୟାପିଟାଲ ଥାନାରେ ପ୍ରଥମେ ଅଭିଯୋଗ ହୋଇଥିଲା । ସେହିପରି ଅନ୍ୟ ଜଣେ ମହିଳାଙ୍କ ଠାରୁ ସ୍କୁଟି ଓ ବୁଲେଟ ସହ ୮ଲକ୍ଷ ଟଙ୍କା ନେଇ ଛୁ ମାରିଥିବା ଅଭିଯୋଗ ହୋଇଥିଲା । ଏପରିକି କେହି କିଛି ପ୍ରତିବାଦ କଲେ ବନ୍ଧୁକ ଦେଖାଇ ଧମକ ଚମକ ମଧ୍ୟ ଦେଇ ଚୁପ୍ କରାଉଥିଲେ ଏହି ରୋମିଓ ମଜୁନ ।

ଯୁବକଙ୍କୁ ଧରିବାକୁ ପ୍ରେମିକା ସାଜିଲେ ମହିଳା ପୋଲିସ:

ଯୁବକଙ୍କ ନାଁରେ ଏଭଳି ଅନେକ ଅଭିଯୋଗ ଆସିବା ପରେ ଘଟଣାକୁ ଗୁରୁତର ସହ ନେବା ପରେ ଯୁବକଙ୍କୁ ଧରିବା ପାଇଁ ଏକ ଅପରେସନ କରିଥିଲା ପୋଲିସ । ଯୁବକ ଜଣଙ୍କୁ ଧରିବା ପାଇଁ ଥାନା ଜଣେ ମହିଳା ସବ୍ ଇନସ୍ପେକ୍ଟର ଏକ ଫେକ ପ୍ରୋଫାଇଲ୍ କରି ଯୁବକ ସହ ମିଛ ଚାଟିଂ କରିବା ସହ ମିଛ ପ୍ରେମିକା ସାଜିଥିଲେ । ଏହାସହ ତାଙ୍କୁ ଭେଟିବା ପାଇଁ କହିଥିଲେ । ସେପଟେ ତାଙ୍କୁ ଦେଖା କରିବା ପାଇଁ ଯୁବକ ଜଣଙ୍କ ଦୁବାଇରୁ ଭୁବନେଶ୍ୱର ଆସିଥିଲେ । ଭୁବନେଶ୍ୱରରେ ପହଁଚିବା ପରେ ଲଙ୍ଗଡ୍ରାଇଭରେ ଯିବା ସହ ଏକ ତାରକା ହୋଟେଲରେ ରହିବା ନେଇ ଲେଡି ଅଫିସର ଚାଟିଂ ଜରିଆରେ କଥା ହୋଇଥିଲେ । ଭୁବନେଶ୍ୱର କଳ୍ପନା ଛକରେ ଦେଖା କରିବା ପାଇଁ ଲେଡି ଅଫିସର ସାଧା ପୋଷାକରେ ଠିଆ ହୋଇଥିଲେ । ସେପଟେ ଯୁବକ ଜଣଙ୍କ ଏକ ଧଳା ବଲେନୋ କାର ଆସି ଗାଡିରୁ ଓହ୍ଲାଇ ଥିଲା । ଏପଟେ ପୂର୍ବରୁ ପୋଲିସ କରିଥିବା ଫାସରେ ଫସିଥିଲା ଯୁବକ । ଲେଡି ଅଫିସର ଜଣଙ୍କ ଯୁବକଙ୍କୁ ଗିରଫ କରିଥିଲେ ।

ମୋବାଇଲ ଯାଞ୍ଚ ବେଳେ ପୋଲିସ ତାଜୁବ:

ଯୁବକଙ୍କୁ ଧରିବା ପରେ ଯାଞ୍ଚ ଆରମ୍ଭ କରିଥିଲା ପୋଲିସ । ଯାଞ୍ଚ ବେଳେ ପୋଲିସ ଜାଣିବାକୁ ପାଇଥିଲା ଯେ, ଯୁବକ ଜଣଙ୍କ ମାଟ୍ରିମୋନିଆଲ ଆପ୍ ଖୋଲି ଅନେକ ଯୁବତୀଙ୍କ ସହ ସମ୍ପର୍କରେ ରହୁଥିଲା । ଉକ୍ତ ଯୁବକର ମୋବାଇଲ ଯାଞ୍ଚ ପରେ ସେ ଏକାସହ ୪୯ ଜଣଙ୍କ ସହ ଚାଟିଂ କରି ସମସ୍ତଙ୍କୁ ପ୍ରେମ ଫାସରେ ଫସାଇଥିଲା । ଏପରିକି କାହା ସହ ଅଶ୍ଲୀଳ ଚାର୍ଟ୍‌ ତ କାହା ସହ ଲଙ୍ଗଡ୍ରାଇଭ ଓ ହୋଟେଲରେ ଡେଟ୍ ପାଇଁ ଅଫର୍ ଦେଉଥିଲା‌ । ଆଇବି ଅର୍ଥାତ୍ ଅଣ୍ଡର କଭର ଅଫିସର କହି ନିଜକୁ ଗୋପନ ରଖିବାକୁ କହୁଥିଲା । ଏନେଇ ସମସ୍ତଙ୍କୁ ନିଜର ଗୋପନୀୟତାର ଯାଦୁରେ ଫସାଇ ସେମାନଙ୍କ ସହ ଅଶ୍ଳୀଳ ଭିଡିଓ କଲ୍‌ ମଧ୍ୟ କରୁଥିଲା । ଯୁବକଙ୍କ ମୋବାଇଲରେ ଅନେକ ଯୁବତୀଙ୍କ ଅଶ୍ଳୀଳ ଭିଡିଓ ସହ ଅଶ୍ଳୀଳ ଚାର୍ଟ ଦେଖିବାକୁ ପାଇଥିଲା ହୋଇଥିଲା ପୋଲିସ ।

ଠକେଇ ଟଙ୍କାରେ ହୋଟେଲରେ ମଉଜ ଥିଲା ନିଶା:

୩୪ ବର୍ଷୀୟ ଏହି ଠକ ଜଣଙ୍କ ପୂର୍ବରୁ ନିଜ ଗାଁରେ ବିବାହ କରିଥିଲା ‌। ହେଲେ ପତ୍ନୀକୁ ଛାଡି ଦେଇ ବାହାରେ ବୁଲୁଥିଲା । ମହିଳାଙ୍କୁ ନିଜ ମିଛ ପ୍ରେମ ଜାଲରେ ଫସାଉଥିଲା । ତେବେ ଜଣେ ନୁହେଁ କି ୨ ଜଣ ନୁହେଁ ଏକାଥରେ ୪୯ ଜଣଙ୍କ ସହ ସେ ସମ୍ପର୍କରେ ରହିଥିଲା । ପ୍ରେମରେ ଏପରି ବାହାନା କରୁଥିଲା ଆଉ ନିଜକୁ ଆଇବି ଅଫିସର କହି ବାହାରେ ଲୋକଙ୍କ ସାମ୍ନାକୁ ଆସିବାକୁ ନାରାଜ ହେଉଥିଲା । ଗୋପନୀୟ ଭାବେ ମିଳାମିଶା କରି ହୋଟେଲରେ ସମୟ କାଟିବା, ଲଙ୍ଗ ଡ୍ରାଇଭ୍ରେ ଯାଇ ପ୍ରେମ ଜାଲରେ ମହିଳାଙ୍କୁ ଫସାଇ ଟଙ୍କା ଲୁଟିବା ଥିଲା ତାର ମୂଳ ଉଦ୍ଦେଶ୍ୟ ।

ଦୁଷ୍କର୍ମ ମାମଲାରେ ଫସିଲା:

ଜଣେ ମହିଳା ପ୍ରଥମେ କ୍ୟାପିଟାଲ ଥାନାରେ କରିଥିବା ଅଭିଯୋଗ ଅନୁସାରେ, 376 (2)n ବାରମ୍ବାର ଦୁଷ୍କର୍ମ କରିବା, 417-ଶାରୀରିକ ସମ୍ପର୍କ ରଖି ଠକିବା, 420 ଠକେଇ କରିବା ଉଦ୍ଦେଶ୍ୟରେ ଠକିବା, 403 ସ୍ଥାବର ସମ୍ପତ୍ତି ଯେପରିକି ଗାଡି ଆଦି ଠକେଇ କରିବା । ସେହିପରି ଦ୍ବିତୀୟ ମହିଳାଙ୍କ ଅଭିଯୋଗ ଅନୁସାରେ, ୪୧୭-ପ୍ରଲୋଭନ, ୪୨୦-ଠକିବା, ୪୧୯-ମିଛ ପରିଚୟ ଦେଇ ଠକିବା, ୫୦୬-ମାରିଦେବା ଧମକ ଦେବା, ଆର୍ମସ ଆକ୍ଟ ବନ୍ଧୁକ ଦେଖାଇବା ଅଭିଯୋଗରେ ପୋଲିସ ମାମଲା ରୁଜୁ କରି ତଦନ୍ତ କରୁଛି‌ ।

ପୂର୍ବରୁ ମଧ୍ୟ ଘଟିଥିଲା ଏଭଳି ଘଟଣା:

ପୂର୍ବରୁ ମଧ୍ୟ ଏଭଳି ରସିକିଆ ଠକକୁ ୨୦୨୨ ଗିରଫ କରିଥିଲା କମିଶନରେଟ୍ ପୋଲିସ । ରମେଶ ସ୍ବାଇଁ ନାମକ ଠକକୁ ଗିରଫ କରିଥିଲା ସ୍ପେଶାଲସ୍କ୍ବାଡ । ଯେ କି ଏହିପରି ଢଙ୍ଗରେ ଠକାମି କରୁଥିଲା । ଯାହା ବିରୁଦ୍ଧରେ ଏକାଧିକ ମହିଳଙ୍କପ ଠକିଥିବାର ଅଭିଯୋଗ ଆସିଥିଲା । ସେ ନିଜକୁ ଡାକ୍ତର‌ ପରିଚୟ ଦେଇ ଠକାମୀ କରୁଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.