ETV Bharat / bharat

ତାମିଲନାଡୁ ଯୁବକଙ୍କ ଅଜବ ବିଶ୍ବାସ, ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷା ପାଇଁ ନିର୍ମାଣ କଲେ ଏଲିଅନ ମନ୍ଦିର - Temple For Alien god

author img

By ETV Bharat Odisha Team

Published : Aug 3, 2024, 11:19 AM IST

Updated : Aug 3, 2024, 12:56 PM IST

Tamil Nadu Man Builds Temple For Alien God: ମନ୍ଦିରରେ ପୂଜା ପାଉଛନ୍ତି ଏଲିଅନ ଦେବତା । ଯୁବକଙ୍କ ଅଜବ ଯୁକ୍ତି ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷା କରିବେ ଏଲିଅନ । ଅଧିକ ପଢନ୍ତୁ

ମନ୍ଦିରରେ ପୂଜା ପାଉଛନ୍ତି ଏଲିଅନ ଦେବତା
ମନ୍ଦିରରେ ପୂଜା ପାଉଛନ୍ତି ଏଲିଅନ ଦେବତା (ETV Bharat Odisha)

ଚେନ୍ନାଇ: ଏଲିଅନ ମନ୍ଦିର...। ଆସ୍ଥାନରେ ବିରାଜମାନ ଏଲିଅନ ଦେବତା । ଏକଥା ଶୁଣିବାକୁ ନିଶ୍ଚୟ ଟିକେ ଅସ୍ବାଭାବିକ ଲାଗୁଥିବ । ହେଲେ ତାମିଲନାଡୁର ଜଣେ ଯୁବକ ନିର୍ମାଣ କରିଛନ୍ତି ଏହି ଏଲିଅନ ମନ୍ଦିର । ମନ୍ଦିର ମଧ୍ୟରେ ପୂଜା ପାଉଛି ଏଲିଅନଙ୍କ ମୂର୍ତ୍ତି । ଏସମ୍ପର୍କରେ ଯୁବକଙ୍କ ଯୁକ୍ତି ମଧ୍ୟ ଅଜବ । ଏଲିଅନଙ୍କ ନିକଟରେ ଅଲୌକିକ ଶକ୍ତି ଅଛି । ସେ ଏଲିଅନଙ୍କ ସହ କଥା ମଧ୍ୟ ହେଇପାରନ୍ତି । ବିଶ୍ବବାସୀଙ୍କୁ ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷା କରିବାର ଶକ୍ତି ଏଲିଅନଙ୍କର ଅଛି । ଦକ୍ଷିଣ ରାଜ୍ୟ କେରଳରେ ପ୍ରକୃତିର ତାଣ୍ଡବ ଦେଖିବାକୁ ମିଳିଥିବା ବେଳେ ପଡୋଶୀ ତାମିଲନାଡୁରେ ପ୍ରାକୃତିକ ଦୁର୍ବିପାକରୁ ରକ୍ଷା ପାଇବା ପାଇଁ ଯୁବକଙ୍କ ଏପରି ବିଶ୍ବାସ ଓ କାର୍ଯ୍ୟକଳାପ ଏବେ ଚର୍ଚ୍ଚାରେ ରହିଛି ।

ମନ୍ଦିରର ଆସ୍ଥାନରେ ଏଲିଅନ ଦେବତା:-

ସୂଚନା ଅନୁସାରେ, ମନ୍ଦିର ନିର୍ମାଣ କରିଥିବା ଯୁବକ ଜଣକ ହେଉଛନ୍ତି, ତାମିଲନାଡୁର ମାଲାମୋପାମପତି ଅଞ୍ଚଳର ଲୋଗାନାଥନ । ସେ ନିଜ ଘର ନିକଟରେ ଏହି ମନ୍ଦିର ନିର୍ମାଣ କରିଛନ୍ତି । ସେଥିରେ ପ୍ରସ୍ତର ନିର୍ମିତ ଏକ ଏଲିଅନ ସଦୃଶ୍ୟ ମୂର୍ତ୍ତି ମଧ୍ୟ ରଖାଯାଇଛି । ମୂର୍ତ୍ତିର ଶରୀରଟି ମଣିଷ ସଦୃଶ୍ୟ ହୋଇଥିବା ବେଳେ ମୁଣ୍ଡଟି ତଥାତଥିତ ଏଲିଅନଙ୍କ କାଳ୍ପନିକ ସ୍ବରୂପ ପରି ହୋଇଛି । ଶରୀର ତୁଳନାରେ ମୁଣ୍ଡଟି ଅପେକ୍ଷାକୃତ ବଡ ରହିଛି । ତେବେ ସେ ଦୈନିକ ପୂଜାପାଠ କରୁଛନ୍ତି । ‘ଇଟିଭି ଭାରତ’କୁ ପ୍ରତିକ୍ରିୟା ଦେଇ ଲୋଗାନାଥନ କହିଛନ୍ତି,‘‘ଏବେ ବିଶ୍ବରେ ପ୍ରାକୃତିକ ବିପର୍ଯ୍ୟୟ ବଢିବାରେ ଲାଗିଛି । ଏଲିଅନଙ୍କ ନିକଟରେ ଏହାକୁ ରୋକିବା ପାଇଁ ଶକ୍ତି ରହିଛି । ମୁଁ ଏଲିଅନଙ୍କ ସହ କଥାବାର୍ତ୍ତା ମଧ୍ୟ କରିପାରେ । ଏଲିଅନ ଦେବତାଙ୍କ ଅନୁମତି ପାଇବା ପରେ ମୁଁ ଏହି ମନ୍ଦିର ନିର୍ମାଣ ଆରମ୍ଭ କରିଛି । ସିନେମା କିମ୍ବା କାହାଣୀରେ ଦେଖାଯାଇଥିବା ପରି ଏଲିଅନମାନେ ନୁହନ୍ତି । ଏମାନେ ଅଲୌକିକ ଶକ୍ତିର ଅଧିକାରୀ ।’’

ମନ୍ଦିରରେ ପୂଜା ପାଉଛି ଏଲିଅନଙ୍କ ମୂର୍ତ୍ତି
ମନ୍ଦିରରେ ପୂଜା ପାଉଛି ଏଲିଅନଙ୍କ ମୂର୍ତ୍ତି (ETV Bharat Odisha)

ଯୁବକଙ୍କ ଅଜବ ଯୁକ୍ତି:-

ସେହିପରି ଏହି ଯୁବକଙ୍କ ଅନ୍ୟ ଏକ କହିବା କଥା ମଣିଷମାନେ ଶରୀରରେ କଦଳୀର ଚୋପା ଛାଇ ହେଲେ ଏଲିଅନଙ୍କଠାରୁ ହେଉଥିବା ବିକିରଣ ଶକ୍ତିରୁ ରକ୍ଷା ପାଇପାରିବ । ଯୁବକଙ୍କର ଏହି କଥା ସାଧାରଣରେ ଚର୍ଚ୍ଚା ସୃଷ୍ଟି କରିଛି । ବିଜ୍ଞାନରେ ବିଶ୍ବାସ କରୁଥିବା ବର୍ଗ ଏହାକୁ ସମାଲୋଚନା କରିଛନ୍ତି । ଏହାକୁ କେତେକାଂଶରେ ବିଶ୍ବାସ ମଧ୍ୟ କରୁଛନ୍ତି । ଗଣମାଧ୍ୟମରେ ଖବର ପ୍ରସାରିତ ହେବା ପରେ ଏହି ମନ୍ଦିରକୁ ଦେଖିବା ପାଇଁ ସ୍ଥାନୀୟ ଅଞ୍ଚଳରେ ବେଶ କୌତୂହଳ ପ୍ରକାଶ ପାଇଛି ।

ଏଲିଅନ ଏକ ଧାରଣା ନା ବାସ୍ତବତା:-

ବିଶ୍ବ ବ୍ରହ୍ମାଣ୍ଡରେ ଲକ୍ଷ ଲକ୍ଷ ଗ୍ରହ ଓ ନକ୍ଷେତ୍ର ରହିଛନ୍ତି । ଆମ ପୃଥିବୀ ସୂର୍ଯ୍ୟ ଚାରିପଟେ ପରିକ୍ରମା କରୁଥିବା ସୌରମଣ୍ଡଳର ଏକ ଗ୍ରହ, ଯେଉଁଠାରେ ଜୀବନସତ୍ତା ରହିଛି । ହେଲେ ସେହିପରି ଅନ୍ୟ ଗ୍ରହରେ ମଧ୍ୟ ଜୀବନ ସତ୍ତା ଥାଇପାରେ ଓ ସେମାନେ ଏଲିଅନ ବୋଲି ଧାରଣା ରହିଛି । ହେଲେ ବିଶ୍ବବ୍ୟାପୀ ମହାକାଶ ଗବେଷଣା କ୍ଷେତ୍ରରେ ଏତେ ଉନ୍ନତି ହେବା ପରେ ମଧ୍ୟ ଏଲିଅନଙ୍କ ପ୍ରମାଣଭିତ୍ତିକ ଅସ୍ଥିତ୍ବ ସମ୍ପର୍କରେ କୌଣସି ସ୍ପଷ୍ଟତା ଆସିପାରିନାହିଁ । ମାତ୍ର ଏଲିଅନ ସୌରଜଗତରେ ଥିବା ସମ୍ଭାବନାକୁ ମଧ୍ୟ ମହାକାଶ ବିଜ୍ଞାନୀମାନେ ସମ୍ପୂର୍ଣ୍ଣ ଖଣ୍ଡନ କରିପାରିନାହାନ୍ତି । ପୃଥିବୀରେ ଯଦି ଜୀବସତ୍ତା ସମ୍ଭବ, ତେବେ ଅନ୍ୟ ଗ୍ରହରେ ମଧ୍ୟ ସେପରି ଜୀବନ୍ତ ପ୍ରାଣୀ ଥାଇପାରନ୍ତି । ସେମାନେ ଭିନ୍ନ ଆକାର ଓ ଭିନ୍ନ ଗୁଣବତ୍ତାର ହୋଇଥାଇପାରନ୍ତି ବୋଲି ବୈଜ୍ଞାନିକମାନେ ଅନୁମାନ ମଧ୍ୟ କରନ୍ତି ।

ଏଲିଅନଙ୍କ ମନ୍ଦିର
ଏଲିଅନଙ୍କ ମନ୍ଦିର (ETV Bharat Odisha)

ଏଲିଅନଙ୍କୁ ନେଇ କୌତୂହଳ:-

ମହାକାଶ ଗବେଷଣାରେ ବିଶ୍ବ ଯେତିକି ଆଗକୁ ବଢୁଛି, ଏଲିଅନକୁ ନେଇ କୌତୂହଳ ମଧ୍ୟ ସମାନ୍ତରଳ ଭାବେ ବଢିବାରେ ଲାଗିଛି । ହଲିଉଡ୍‌, ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ଏହି କଳ୍ପନାକୁ ନେଇ ଏକାଧିକ ଫିଲ୍ମ ମଧ୍ୟ ନିର୍ମାଣ କରାଯାଇଛି । ମଣିଷ ଯେପରି ବିଶ୍ବ ବ୍ରହ୍ମାଣ୍ଡ ଓ ମହାଜାଗତିକ କ୍ଷେତ୍ରର ଗବେଷଣା ଜାରି ରଖିଛି, ଏଲିଅନମାନେ ମଧ୍ୟ ସେପରି ପୃଥିବୀ ଓ ଅନ୍ୟ ଗ୍ରହକୁ ନେଇ ଗବେଷଣା କରୁଥିବା କନସେପ୍ଟ ସହ ଏକାଧିକ ସିନେମା ନିର୍ମାଣ କରାଯାଇଛି । ସେମାନେ ମଣିଷଙ୍କଠାରୁ ଅଧିକ ବୁଦ୍ଧିମାନ ଓ ଅଲୌକିକ ଶକ୍ତିର ଅଧିକାରୀ ବୋଲି ମଧ୍ୟ କିଛି ଫିଲ୍ମରେ ଦର୍ଶାଯାଇଛି । ଯାହା ଏହି ପ୍ରସଙ୍ଗରେ ଲୋକଙ୍କ କୌତୂହଳ ବଢାଇଛି । ମାତ୍ର ଏତେ ବିଶାଳ ବିଶ୍ବ ବ୍ରହ୍ମାଣରେ ଅନ୍ୟ କୌଣସି ଗ୍ରହରେ ଜୀବନ ସତ୍ତା ନଥିବା ନେଇ ବୈଜ୍ଞାନିକ ଦୃଷ୍ଟିରୁ ମଧ୍ୟ ଏହା ଖଣ୍ଡନଯୋଗ୍ୟ ନୁହେଁ ।

କଳା ପଥରରେ ନିର୍ମାଣ ହୋଇଛି ଏଲିଅନ ମୂର୍ତ୍ତି
କଳା ପଥରରେ ନିର୍ମାଣ ହୋଇଛି ଏଲିଅନ ମୂର୍ତ୍ତି (ETV Bharat Odisha)

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 3, 2024, 12:56 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.