ETV Bharat / opinion

ବୈଜ୍ଞାନିକ ଚିନ୍ତାଧାରାକୁ ପ୍ରୋତ୍ସାହିତ କରେ ମାଣ୍ଡୁକ୍ୟ ଉପନିଷଦ - Thoughts of Mandukya Upanishad

author img

By Arup K Chatterjee

Published : Aug 3, 2024, 3:52 PM IST

MANDUKYA UPANISHAD: ଉପନିଷଦ ବୈଜ୍ଞାନିକ ଚିନ୍ତାଧାରାକୁ ପ୍ରୋତ୍ସାହିତ କରେ । ମାଣ୍ଡୁକ୍ୟ ଉପନିଷଦ ସମ୍ପର୍କରେ ପଢନ୍ତୁ ଅରୂପ.କେ ଚାଟାର୍ଜୀଙ୍କ ଆଲେଖ୍ୟ...

ମାଣ୍ଡୁକ୍ୟ ଉପନିଷଦ ବୈଜ୍ଞାନିକ ଚିନ୍ତାଧାରାକୁ ପ୍ରୋତ୍ସାହିତ କରେ
ମାଣ୍ଡୁକ୍ୟ ଉପନିଷଦ ବୈଜ୍ଞାନିକ ଚିନ୍ତାଧାରାକୁ ପ୍ରୋତ୍ସାହିତ କରେ (ETV Bharat Odisha)

ହାଇଦ୍ରାବାଦ: ଉପନିଷଦଗୁଡିକ ଖ୍ରୀଷ୍ଟପୂର୍ବ ଅଷ୍ଟମରୁ ପ୍ରଥମ ଶତାବ୍ଦୀ ମଧ୍ୟରେ ଲେଖା ହୋଇଥିବା ପ୍ରାୟତଃ ବିଶ୍ବାସ କରାଯାଏ । କିଛି ଉପନିଷଦ ପରେ ମଧ୍ୟ ରଚନା କରାଯାଇଥିବାର ବିଶ୍ବାସ ମଧ୍ୟ ରହିଛି । ଏହିପରି ପ୍ରାଚୀନ ଗ୍ରନ୍ଥଗୁଡ଼ିକ ଆଧୁନିକ ବିଜ୍ଞାନ ଉପରେ ସେମାନଙ୍କର ପଦ ଚିହ୍ନଚିହ୍ନ ସୃଷ୍ଟି ମଧ୍ୟ କରିଛନ୍ତି । ଏହା ବହୁଳ ଭାବରେ ବିଶ୍ବାସ କରାଯାଏ ଯେ, ବିଂଶ ଶତାବ୍ଦୀରେ କ୍ୱାଣ୍ଟମ୍ ମେକାନିକ୍ସର ତତ୍ତ୍ବ ସାମ୍ନାକୁ ଆଣିଥିବା କରିଥିବା ବିପ୍ଳବୀମାନେ ଉପନିଷଦର ଜ୍ଞାନ ଦ୍ୱାରା ପ୍ରଭାବିତ ହୋଇଥିଲା । ସେମାନେ ସବଟୋମିକ୍‌ (ଉପଅଣୁ କଣିକା) କଣିକାର ଭିନ୍ନ ଆଚରଣ ଏବଂ ସମ୍ଭାବ୍ୟ ଅନିଶ୍ଚିତତା ସମ୍ପର୍କରେ ନିଜ ଗବେଷଣା ମାଧ୍ୟମର ଜାଣିବାକୁ ପାଇଥିଲେ । ଯେଉଁଥିରେ କଣିକାଗୁଡିକ ଅସ୍ବାଭାବିକ ଆଚରଣ ପ୍ରଦର୍ଶନ କରୁଥିବା ପରି ଦେଖାଯାଇଥିଲା । ସେହି ଗବେଷକଙ୍କ ମଧ୍ୟରୁ କେତେଜଣ ଉପନିଷଦ ସହିତ ଏହି ଆବିଷ୍କୃତ ସିଧାନ୍ତର ତତ୍ତ୍ୱଗତ ସମାନନତା ରହିଥିବାର ପ୍ରମାଣ ମଧ୍ୟ ଖୋଜି ବାହାର କରିଥିଲେ । ହେଲେ ଏହାକୁ ନେଇ ବିଭିନ୍ନ ସନ୍ଦେହ ଓ ତର୍କ ରହିଛି ।

ସ୍ୱାଭାବିକ ଭାବରେ, ବୈଦିକ ଦର୍ଶନ ଏବଂ କ୍ୱାଣ୍ଟମ ମେକାନିକ୍ସ ବା ତତ୍ତ୍ବ ମଧ୍ୟରେ ଥିବା ସମାନତା ସିଦ୍ଧାନ୍ତକୁ ବୈଜ୍ଞାନିକ, ଧର୍ମନିରପେକ୍ଷ ବ୍ୟକ୍ତି ଓ ଏପରିକି ଧର୍ମବିଶ୍ବାସୀ ଲୋକମାନେ ମଧ୍ୟ ସନ୍ଦେହର ସହ ଦେଖିଥିଲେ । ଏହା ଆଂଶିକ କାରଣ ହେଉଛି, ଉପନିଷଦଗୁଡିକ ପ୍ରାୟତଃ ଅସ୍ପଷ୍ଟ ମନେହୁଏ । କିନ୍ତୁ ସନ୍ଦେହର ଅନ୍ୟ ଏକ ବଡ କାରଣ ହେଉଛି ଉପନିଷଦରେ ସମସ୍ତ ପ୍ରକାରର ସାମାଜିକ ଦୃଢତା, ବିଭାଜନକାରୀ, ପରିଚୟବାଦୀ ରାଜନୀତି, ଅସମାନ କ୍ରମବର୍ଦ୍ଧିଷ୍ଣୁ ତଥା ପାରମ୍ପରିକ ଭାବରେ ତଥା ଧର୍ମ ଏବଂ ଧାର୍ମିକ ନାମରେ ମଧ୍ୟ ଚାଲିଥାଏ । ସ୍ୱାଧୀନ ବୈଦିକ ପରମ୍ପରାରେ ଉପନିଷଦଗୁଡିକ ଜ୍ଞାନ କାଣ୍ଡ (ଜ୍ଞାନ ଅଧ୍ୟାୟ) ଅଧୀନରେ ଗୋଷ୍ଠୀଭୁକ୍ତ ହୋଇଥିଲା । ସେଗୁଡ଼ିକ କର୍ତ୍ତବ୍ୟ କାଣ୍ଡ ଏବଂ ଉପସନା କାଣ୍ଡଠାରୁ ବେଶ ଭିନ୍ନ ମଧ୍ୟ ଥିଲା ।

ଅପରପକ୍ଷରେ ଉପନିଷଦରେ କର୍ତ୍ତବ୍ୟ ଏବଂ ରୀତିନୀତି ସମ୍ବନ୍ଧୀୟ ସଂକେତ ପରିବର୍ତ୍ତେ ମୌଳିକତା, ଆତ୍ମା ଏବଂ ବ୍ରହ୍ମାଣ୍ଡର ମୌଳିକ ସଂରଚନା ବାସ୍ତବତା ବିଷୟରେ ଜ୍ଞାନ ଓ ଧାରଣା ଉଲ୍ଲେଖ କରାଯାଇଛି । ସଂକ୍ଷେପରେ, ସେମାନେ ବ୍ରହ୍ମନ (ବ୍ରହ୍ମାଣ୍ଡର ଆତ୍ମା ​​ବା ଚେତନା) କୁ ‘ଆତ୍ମନ’ (ବ୍ୟକ୍ତିଗତ ଆତ୍ମା) ସହିତ ଏକତ୍ର କରିବାର ରହସ୍ୟ ଧାରଣ କରିଥାନ୍ତି ।

ୟୁରୋପରେ ପ୍ରକାଶିତ ହୋଇଥିଲା ଉପନିଷଦ ଅନୁବାଦ :-

ଆଧୁନିକ ଯୁଗରେ, ଉପନିଷଦର ଜ୍ଞାନ ପୁନର୍ଜାଗରଣ ସମୟରେ କିମ୍ବା ଏହାର ସାମାନ୍ୟ ପରେ ୟୁରୋପ ମହାଦେଶରେ ମଧ୍ୟ ପହଞ୍ଚିଥିଲା । ବେଳେବେଳେ ଦାବି କରାଯାଏ ଯେ ଦାରାଶିଖୋ (ମୋଗଲ ସମ୍ରାଟ ଶାହାଜାହାନଙ୍କ ଜ୍ୟେଷ୍ଠପୁତ୍ର)ଙ୍କ ଦ୍ବାରା ନିର୍ଦ୍ଦେଶିତ ଉପନିଷଦର ପାର୍ସୀ ଭାଷାର ଅନୁବାଦ ସପ୍ତଦଶ ଶତାବ୍ଦୀରେ ୟୁରୋପ ମହାଦେଶର ଏକାଧିକ ଦେଶରେ ଅନୁବାଦ ହେବା ଆରମ୍ଭ ହୋଇଥିଲା ।

ଇଂରାଜୀ କବି ଥୋମାସ୍ ଷ୍ଟିଅର୍ସ ଲେଖିଥିଲେ ଉପନିଷଦକୁ ନେଇ ପ୍ରବନ୍ଧ:-

କ୍ୱାଣ୍ଟମ୍ ବିପ୍ଳବର ଅନ୍ୟତମ ପ୍ରମୁଖ ପୁରୋଧା, ଏରୱିନ୍ ସ୍କ୍ରୋଡିଙ୍ଗର ଉନବିଂଶ ଶତାବ୍ଦୀର ଜର୍ମାନ ଦାର୍ଶନିକ ଆର୍ଥର ସ୍କୋପେନହାଉଙ୍କ ମାଧ୍ୟମରେ 1918 ମସିହାରେ ଉପନିଷଦ ଦର୍ଶନ ସହିତ ପରିଚିତ ହୋଇଥିଲେ । ସ୍କୋପେନହାଉର ଉପନିଷଦଗୁଡିକୁ ବିଶ୍ବର ସବୁଠାରୁ ଉନ୍ନତ ଅଧ୍ୟୟନ ବସ୍ତୁ ବା ଗ୍ରନ୍ଥ ବୋଲି ବିଶ୍ବାସ କରୁଥିଲେ । ସେ ଉପନିଷଦକୁ ହିଁ ତାଙ୍କ ଜୀବନ ଏବଂ ମୃତ୍ୟୁର ସାନ୍ତ୍ୱନା ଭାବରେ ବିବେଚନା କରୁଥିଲେ । ସେହି ସମୟରେ ଇଂରାଜୀ କବି ଥୋମାସ୍ ଷ୍ଟିଅର୍ସ ଏଲିଅଟ୍ ଡବ୍ଲୁ.ବିଙ୍କ ଦ୍ୱାରା ମାଣ୍ଡୁକିଆ ଉପନିଷଦ ଉପରେ ଏକ ପ୍ରବନ୍ଧ ଲେଖାଯାଇଥିଲା । ଏହାକୁ ସେ ଓ୍ବାଇ ବି ୟାଟସଙ୍କ ମାଧ୍ୟମରେ 1935 ରେ ପ୍ରକାଶିତ ମଧ୍ୟ କରିଥିଲେ ।

ମାଣ୍ଡୁକ୍ୟ ଉପନିଷଦ ସମ୍ପର୍କରେ...

ଯେତେବେଳେ ଉପନିଷଦ ଦର୍ଶନ ଏବଂ କ୍ୱାଣ୍ଟମ୍ ମେକାନିକ୍ସ (ତତ୍ତ୍ବ) ମଧ୍ୟରେ ବୌଦ୍ଧିକ ବିବାଦକୁ ଇତିହାସ ଗଭୀର ଭାବରେ ଅଧ୍ୟୟନ କରାଯିବାରୁ ବିଭିନ୍ନ କୌତୁହଳପୂର୍ଣ୍ଣ ଫଳାଫଳ ମିଳିଥିଲା । କିନ୍ତୁ ଉପନିଷଦ ଦାର୍ଶନିକତାର ନୈତିକତା ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବେ ପ୍ରସାରିତ ହୋଇନାହିଁ । ମାଣ୍ଡୁକ୍ୟ ଉପନିଷଦ ମସ୍ତିସ୍କ ଏବଂ ଚେତନାର ସ୍ଥିତି ବିଷୟରେ ସମସାମୟିକ ଚିନ୍ତାଧାରାର ଶକ୍ତି ସଦୃଶ୍ୟ ।

ଅରୂପ.କେ ଚାଟାର୍ଜୀଙ୍କ ଆଲେଖ୍ୟ...

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.