ETV Bharat / state

ନବବଧୂର ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର - WOMAN BODY FOUND

ନବ ବିବାହିତା ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ । ବାପା ଘରଲୋକଙ୍କ ଅଭିଯୋଗ ପରକୀୟା ପ୍ରୀତିକୁ ବିରୋଧ କରିବାରୁ ହତ୍ୟା କରାଯାଇଛି ।

ସନ୍ଦେହଜନକ ମୃତ୍ୟୁ
ସନ୍ଦେହଜନକ ମୃତ୍ୟୁ (ETV Bharat Odisha)
author img

By ETV Bharat Odisha Team

Published : Dec 21, 2024, 6:42 PM IST

କଟକ: ନବ ବିବାହିତା ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ । ସ୍ବାମୀର ପରକ୍ରୀୟା ପ୍ରୀତିକୁ ବିରୋଧ କରିବାରୁ ନବବଧୂକୁ ହତ୍ୟା କରାଯାଇଥିବା ଅଭିଯୋଗ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ତିଗିରିଆ ଥାନା ବନମାଳୀପୁର ଗାଁରେ । ମୃତକ ହେଲେ ତୁଳସୀ ରାଉତ । ସେପଟେ ହତ୍ୟା ଅଭିଯୋଗ ଆଣି ମୃତ ମହିଳାଙ୍କ ପରିବାର ଲୋକେ ତିଗିରିଆ ଥାନାରେ ଅଭିଯୋଗ କରିଛନ୍ତି ।

ବର୍ଷେ ତଳେ ବିବାହ କରିଥିଲେ ତୁଳସୀ:

ଗତ ଏକ ବର୍ଷ ତଳେ ତିଗିରିଆ ଥାନା ବନମାଳୀପୁର ଗାଁର ସନ୍ତୋଷ ଜେନାକୁ ବିବାହ କରିଥିଲେ ବାଙ୍କୀ ଥାନା ଅନ୍ତର୍ଗତ ପାଳପୁଟ ଗାଁର ତୁଳସୀ ରାଉତ । ବାପା ମା’ଙ୍କ ଏକମାତ୍ର ଅଲିଅଳି ଝିଅ ଥିଲେ ତୁଳସୀ । ତାଙ୍କୁ ବିବାହ ଦେଇ ବହୁ ଖୁସିଥିଲେ ବାପା ମା’ । ସବୁ କିଛି ଠିକଠାକ ଚାଲିଥିବା ବେଳେ ଗତକାଲି(ଶୁକ୍ରବାର) ରାତିରେ ତୁଳସୀଙ୍କ ଦେହ ଖରାପ ଥିବା ଖବର ଦେଇଥିଲେ ଜ୍ବାଇଁପୁଅ । ଖବର ପାଇ ପରିବାରଲୋକେ ଝିଅର ଶାଶୁ ଘରେ ପହଞ୍ଚି ଥିଲେ । ସେଠାରେ ଝିଅର ମୃତଦେହ ପଡିଥିବା ଦେଖିଥିଲେ । ଏଥିସହ ବେକରେ ଦାଗ ଥିବାରୁ ହତ୍ୟା କରାଯାଇଥିବା ସନ୍ଦେହରେ କଟକ ତିଗିରିଆ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ସନ୍ଦେହଜନକ ମୃତ୍ୟୁ (ETV Bharat Odisha)

ପରକୀୟା ପ୍ରୀତିରୁ ହତ୍ୟା ସନ୍ଦେହ:

ମୃତ ମହିଳାଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ଜ୍ବାଇଁପୁଅ ତାଙ୍କ ଭାଉଜ ସହ ପ୍ରେମ ସମ୍ପର୍କ ଥିବା ଜାଣିବାକୁ ପାଇଥିଲେ ତୁଳସୀ । ଏହାକୁ ନେଇ ସେ ବିରୋଧ କରୁଥିଲେ । ଏଥିପାଇଁ ତାଙ୍କୁ ନିର୍ଯାତନା ମଧ୍ୟ ଦିଆଯାଉଥିଲା । ପୂର୍ବରୁ ମାରି ଦେବାକୁ ଧମକ ମଧ୍ୟ ଦେଉଥିଲେ ।

ଏହା ମଧ୍ୟ ପଢନ୍ତୁ:

ପତ୍ରପୋଡା ମାଂସ ପାଇଁ ବୃଦ୍ଧଙ୍କୁ ପୋଡିଦେଲେ, ଦୁଇ ଗିରଫ

ହଟିଲା କନ୍ଦରପୁର ହତ୍ୟା ଘଟଣା ଉପରୁ ପରଦା, ସାର୍ଟର ଟ୍ୟାଗ କହିଲା ଅଭିଯୁକ୍ତ ଠିକଣା

ପରକୀୟା ପ୍ରୀତିର ପ୍ରତିଶୋଧ, ପତ୍ନୀର ପ୍ରେମିକକୁ ରାସ୍ତାରୁ ହଟାଇ ଦେଲା ସ୍ବାମୀ

ନାବାଳିକାକୁ ହତ୍ୟା ପରେ କାଟିବା ଘଟଣା, ଅପରାଧ ପୂର୍ବରୁ କ୍ରାଇମ ସୋ' ଦେଖିଥିଲା ଅଭିଯୁକ୍ତ !

ମୃତ ତୁଳସୀଙ୍କ ମା’ ଆରତୀ ରାଉତ କହିଛନ୍ତି, ଭାଉଜକୁ ପ୍ରେମ କରନ୍ତି । ଏହାକୁ ନେଇ ଝିଅକୁ ନିର୍ଯାତନା ଦିଅନ୍ତି । ତାକୁ ଘରେ ଶାଶୁଘରେ ସମସ୍ତେ ମିଶିକି ମାରିଦେଇଛନ୍ତି । ମରିବାର ଗୋଟିଏ ଦିନ ପରେ ମୋତେ ଖବର ଦେଲେ । ଖବର ପାଇ ଘରକୁ ଆସିକି ଦେଖିଲା ପରେ ଘରେ କେହି ନଥିଲେ । ମୋ ଝିଅକୁ ନ୍ୟାୟ ଦିଅନ୍ତୁ ।’

ମୃତ ତୁଳସୀଙ୍କ ବାପା ସୁଶାନ୍ତ ରାଉତ କହିଛନ୍ତି, ଜ୍ବାଇଁ ପୁଅ ଫୋନ କରି କହିଥିଲେ ତମ ଝିଅ ଦେହ ଖରାପ । ଆସ ବୋଲି ଡାକିଥିଲେ । ତାଙ୍କ ଭାଉଜଙ୍କ ସହ ପ୍ରେମ ସମ୍ପର୍କ ପାଇଁ ମୋ ଝିଅଙ୍କୁ ମାରି ଦେଇଛନ୍ତି । ପୂର୍ବରୁ ଝିଅ ବି ଏ ବିଷୟରେ କହିଥିଲା । ଆମେ ନ୍ୟାୟ ଚାହୁଁଛୁ ।’

ସେହିପରି ଆଠଗଡ଼ ଏସଡିପିଓ ରବିନ୍ଦ୍ର କୁମାର ମଲ୍ଲିକ କହିଛନ୍ତି, ‘ତିଗିରିଆ ଥାନାରେ କେସ ନଂ 300, ଝିଅର ବାପା ଥାନାରେ ଏକ କେସ ଦେଇଛନ୍ତି । ଝିଅର ସନ୍ଦେହ ଜନକ ମୃତ୍ୟୁକୁ ନେଇ ଥାନାରେ ଏତଲା ଦେଇଛନ୍ତି । ଝିଅର ଶାଶୁଘର ଲୋକଙ୍କ ନାଁରେ ଏତଲା ଦେଇଛନ୍ତି । ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ତଦନ୍ତ ପରେ ଜଣାପଡିବ ।’

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.