ETV Bharat / state

ପିତାମାତା ପାଇଲେ ଦୁଇ କନ୍ୟାରତ୍ନ, ସ୍ପେନ୍ ଦମ୍ପତିଙ୍କ ପୂରା ହେଲା ପରିବାର

ଅସହାୟ କନ୍ୟାରତ୍ନଙ୍କୁ ମିଳିଲା ବାପାମାଆଙ୍କ କୋଳ । ଗଜପତିରୁ ପୋଷ୍ୟ ଭାବେ ଗ୍ରହଣ କଲେ ସ୍ପେନ ଦମ୍ପତି । ବିଦେଶରେ ରହି ଗଢ଼ିବେ ଭବିଷ୍ୟତ । ଅଧିକ ପଢ଼ନ୍ତୁ

ଅସହାୟ କନ୍ୟାରତ୍ନଙ୍କୁ ମିଳିଲା ବାପାମାଆଙ୍କ କୋଳ

author img

By ETV Bharat Odisha Team

Published : Oct 13, 2023, 5:16 PM IST

ଅସହାୟ କନ୍ୟାରତ୍ନଙ୍କୁ ମିଳିଲା ବାପାମାଆଙ୍କ କୋଳ
ଗଜପତି:
ମିଳିଲା ନୂଆ ଠିକଣା । 2 କନ୍ୟାରତ୍ନଙ୍କୁ ମିଳିଲା ବାପାମାଆଙ୍କ କୋଳ । ଗଜପତି ଜିଲ୍ଲାପାଳ ସ୍ମୃତି ରଞ୍ଜନ ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରରେ ସ୍ପେନ୍ ଦେଶର ଏକ ଦମ୍ପତିଙ୍କୁ ଦୁଇଟି ପୋଷ୍ୟ ସନ୍ତାନ ହସ୍ତାନ୍ତର କରିଛନ୍ତି । ଉଦୟଗିରି ଅଞ୍ଚଳର ଏହି ଶିଶୁମାନେ କୋଭିଡ଼ ମହାମାରି ସମୟରେ ସେମାନଙ୍କ ମାତା ଓ ପିତାଙ୍କୁ ହରାଇଥିଲେ । ଏହି ଖବର ପାଇଲା ପରେ ଜିଲ୍ଲାପାଳଙ୍କ ନେତୃତ୍ବରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଏବଂ ସ୍ବତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରରର କର୍ମଚାରୀ ଶିଶୁଦ୍ବୟଙ୍କୁ ଉଦ୍ଧାର କରିଥିଲେ । ପରେ ସେମାନଙ୍କର ଯତ୍ନ ଓ ସୁରକ୍ଷା ନିମନ୍ତେ ଜିଲ୍ଲାରେ ଥିବା ଏକମାତ୍ର ସ୍ବତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର “ନିସାନ୍ ସାଲୋମ୍” ଅନୁଷ୍ଠାନରେ ରଖି ତାହର ସମସ୍ତ ଯତ୍ନ ନେଇଥିଲା ପ୍ରଶାସନ ।

ପରବର୍ତ୍ତୀ ମୁହୂର୍ତ୍ତରେ ଶିଶୁ ମଙ୍ଗଳ ସମିତି, ଗଜପତି ଶିଶୁମାନଙ୍କୁ ଆଇନତଃ ମୁକ୍ତ ଭାବେ ଘୋଷଣା କରିଥିଲେ ଏବଂ ଏହାପରେ ଶିଶୁମାନଙ୍କ ତଥ୍ୟ କେନ୍ଦ୍ରୀୟ ପୋଷ୍ୟ ସନ୍ତାନ ଗ୍ରହଣ ପୋର୍ଟାଲରେ ଅପଲୋଡ଼୍ କରାଯାଇଥିଲା । ଯାହାଦ୍ବାରା ଶିଶୁଟି ପୋଷ୍ୟ ଭାବେ ଯେକୌଣସି ଦମ୍ପତିଙ୍କ ପାଖକୁ ଯାଇପାରିବ, ତାହା ସମସ୍ତଙ୍କୁ ପୋର୍ଟାଲ୍ ମାଧ୍ୟମରେ ଜଣାଇ ଦିଆଯାଇଥିଲା । ତିନି ବର୍ଷ ଧରି ପୋଷ୍ୟ ସନ୍ତାନ ପାଇଁ ଅନଲାଇନ୍ ମାଧ୍ୟମରେ ଦରଖାସ୍ତ ଦେଇ ଅପେକ୍ଷା କରି ରହିଥିବା ସ୍ପେନ୍ ଦେଶର ଦମ୍ପତିଙ୍କୁ କେନ୍ଦ୍ରୀୟ ପୋଷ୍ୟ ସମ୍ବଳ କେନ୍ଦ୍ର ଅନୁମୋଦନ କରିଥିଲେ । ଉପରୋକ୍ତ ଦମ୍ପତି ଭିଡ଼ିଓ ମାଧ୍ୟମରେ ଶିଶୁଦ୍ବୟଙ୍କ ପସନ୍ଦ କରି ନେବାପାଇଁ ସ୍ଥିର କରିଥିଲେ । ତାପରେ ଆବଶ୍ୟକ ହେଉଥିବା ଦସ୍ତାବିଜ ସ୍ବତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ଏବଂ ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ, ଗଜପତି ପ୍ରସ୍ତୁତ କରିଥିଲେ ।

ଏହା ମଧ୍ୟ ପଢନ୍ତୁ...ନୂଆ ଠିକଣା ପାଇଲେ ସିପା ଲିପା, ପୋଷ୍ୟ ଭାବେ ଗ୍ରହଣ କଲେ କର୍ଣ୍ଣାଟକ ଦମ୍ପତି

ଶିଶୁମାନେ ବାହାର ଦେଶକୁ ପୌଷ୍ୟ ସନ୍ତାନ ଭାବେ ଯିବେ ସେଥିପାଇଁ ପୂର୍ବରୁ ଏହା ଉପରେ ଶେଷ ଶୁଣାଣି ହୋଇ ଅତିରିକ୍ତ ଜିଲ୍ଲାପାଳଙ୍କ କୋର୍ଟଙ୍କ ନିର୍ଦ୍ଦେଶ ଏହି ଦମ୍ପତିଙ୍କ ସପକ୍ଷରେ ପ୍ରକାଶ ପାଇଥିଲା । ପରବର୍ତ୍ତୀ ମୁହୂର୍ତ୍ତରେ ସମସ୍ତ ଦସ୍ତାବିଜକୁ ଜିଲ୍ଲାପାଳ ଯାଞ୍ଚ କରିବା ପରେ ଆଜି ଶିଶୁଦ୍ବୟଙ୍କୁ ସ୍ପେନ୍ ଦମ୍ପତିଙ୍କୁ ହସ୍ତାନ୍ତର କରିଥିଲେ । ଏହି ଶିଶୁ ଦ୍ବୟ କନ୍ୟାରତ୍ନ ହୋଇଥିଲା ବେଳେ ଏମାନଙ୍କ ବୟସ ଯଥାକ୍ରମେ 6 ବର୍ଷ ଓ 4 ବର୍ଷ ହୋଇଛି ଏବଂ ସମ୍ପର୍କରେ ପରସ୍ପର ଭଉଣୀ ଅଟନ୍ତି । ଶିଶୁମାନଙ୍କୁ ପାଇ ଦମ୍ପତି ବେଶ ଖୁସି ଥିବା ସେମାନେ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ଗଜପତି

ଅସହାୟ କନ୍ୟାରତ୍ନଙ୍କୁ ମିଳିଲା ବାପାମାଆଙ୍କ କୋଳ
ଗଜପତି: ମିଳିଲା ନୂଆ ଠିକଣା । 2 କନ୍ୟାରତ୍ନଙ୍କୁ ମିଳିଲା ବାପାମାଆଙ୍କ କୋଳ । ଗଜପତି ଜିଲ୍ଲାପାଳ ସ୍ମୃତି ରଞ୍ଜନ ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରରେ ସ୍ପେନ୍ ଦେଶର ଏକ ଦମ୍ପତିଙ୍କୁ ଦୁଇଟି ପୋଷ୍ୟ ସନ୍ତାନ ହସ୍ତାନ୍ତର କରିଛନ୍ତି । ଉଦୟଗିରି ଅଞ୍ଚଳର ଏହି ଶିଶୁମାନେ କୋଭିଡ଼ ମହାମାରି ସମୟରେ ସେମାନଙ୍କ ମାତା ଓ ପିତାଙ୍କୁ ହରାଇଥିଲେ । ଏହି ଖବର ପାଇଲା ପରେ ଜିଲ୍ଲାପାଳଙ୍କ ନେତୃତ୍ବରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଏବଂ ସ୍ବତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରରର କର୍ମଚାରୀ ଶିଶୁଦ୍ବୟଙ୍କୁ ଉଦ୍ଧାର କରିଥିଲେ । ପରେ ସେମାନଙ୍କର ଯତ୍ନ ଓ ସୁରକ୍ଷା ନିମନ୍ତେ ଜିଲ୍ଲାରେ ଥିବା ଏକମାତ୍ର ସ୍ବତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର “ନିସାନ୍ ସାଲୋମ୍” ଅନୁଷ୍ଠାନରେ ରଖି ତାହର ସମସ୍ତ ଯତ୍ନ ନେଇଥିଲା ପ୍ରଶାସନ ।

ପରବର୍ତ୍ତୀ ମୁହୂର୍ତ୍ତରେ ଶିଶୁ ମଙ୍ଗଳ ସମିତି, ଗଜପତି ଶିଶୁମାନଙ୍କୁ ଆଇନତଃ ମୁକ୍ତ ଭାବେ ଘୋଷଣା କରିଥିଲେ ଏବଂ ଏହାପରେ ଶିଶୁମାନଙ୍କ ତଥ୍ୟ କେନ୍ଦ୍ରୀୟ ପୋଷ୍ୟ ସନ୍ତାନ ଗ୍ରହଣ ପୋର୍ଟାଲରେ ଅପଲୋଡ଼୍ କରାଯାଇଥିଲା । ଯାହାଦ୍ବାରା ଶିଶୁଟି ପୋଷ୍ୟ ଭାବେ ଯେକୌଣସି ଦମ୍ପତିଙ୍କ ପାଖକୁ ଯାଇପାରିବ, ତାହା ସମସ୍ତଙ୍କୁ ପୋର୍ଟାଲ୍ ମାଧ୍ୟମରେ ଜଣାଇ ଦିଆଯାଇଥିଲା । ତିନି ବର୍ଷ ଧରି ପୋଷ୍ୟ ସନ୍ତାନ ପାଇଁ ଅନଲାଇନ୍ ମାଧ୍ୟମରେ ଦରଖାସ୍ତ ଦେଇ ଅପେକ୍ଷା କରି ରହିଥିବା ସ୍ପେନ୍ ଦେଶର ଦମ୍ପତିଙ୍କୁ କେନ୍ଦ୍ରୀୟ ପୋଷ୍ୟ ସମ୍ବଳ କେନ୍ଦ୍ର ଅନୁମୋଦନ କରିଥିଲେ । ଉପରୋକ୍ତ ଦମ୍ପତି ଭିଡ଼ିଓ ମାଧ୍ୟମରେ ଶିଶୁଦ୍ବୟଙ୍କ ପସନ୍ଦ କରି ନେବାପାଇଁ ସ୍ଥିର କରିଥିଲେ । ତାପରେ ଆବଶ୍ୟକ ହେଉଥିବା ଦସ୍ତାବିଜ ସ୍ବତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ଏବଂ ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ, ଗଜପତି ପ୍ରସ୍ତୁତ କରିଥିଲେ ।

ଏହା ମଧ୍ୟ ପଢନ୍ତୁ...ନୂଆ ଠିକଣା ପାଇଲେ ସିପା ଲିପା, ପୋଷ୍ୟ ଭାବେ ଗ୍ରହଣ କଲେ କର୍ଣ୍ଣାଟକ ଦମ୍ପତି

ଶିଶୁମାନେ ବାହାର ଦେଶକୁ ପୌଷ୍ୟ ସନ୍ତାନ ଭାବେ ଯିବେ ସେଥିପାଇଁ ପୂର୍ବରୁ ଏହା ଉପରେ ଶେଷ ଶୁଣାଣି ହୋଇ ଅତିରିକ୍ତ ଜିଲ୍ଲାପାଳଙ୍କ କୋର୍ଟଙ୍କ ନିର୍ଦ୍ଦେଶ ଏହି ଦମ୍ପତିଙ୍କ ସପକ୍ଷରେ ପ୍ରକାଶ ପାଇଥିଲା । ପରବର୍ତ୍ତୀ ମୁହୂର୍ତ୍ତରେ ସମସ୍ତ ଦସ୍ତାବିଜକୁ ଜିଲ୍ଲାପାଳ ଯାଞ୍ଚ କରିବା ପରେ ଆଜି ଶିଶୁଦ୍ବୟଙ୍କୁ ସ୍ପେନ୍ ଦମ୍ପତିଙ୍କୁ ହସ୍ତାନ୍ତର କରିଥିଲେ । ଏହି ଶିଶୁ ଦ୍ବୟ କନ୍ୟାରତ୍ନ ହୋଇଥିଲା ବେଳେ ଏମାନଙ୍କ ବୟସ ଯଥାକ୍ରମେ 6 ବର୍ଷ ଓ 4 ବର୍ଷ ହୋଇଛି ଏବଂ ସମ୍ପର୍କରେ ପରସ୍ପର ଭଉଣୀ ଅଟନ୍ତି । ଶିଶୁମାନଙ୍କୁ ପାଇ ଦମ୍ପତି ବେଶ ଖୁସି ଥିବା ସେମାନେ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ଗଜପତି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.