ETV Bharat / state

ଗଜପତି ଜିଲ୍ଲା ଶ୍ରମ ଆୟୁକ୍ତ ନମିତା ଦାସଙ୍କୁ ବାଧ୍ୟତାମୂଳକ ଅବସର

author img

By

Published : Jan 30, 2021, 10:13 AM IST

Updated : Jan 30, 2021, 11:59 AM IST

ଗଜପତି ଜିଲ୍ଲା ମଣ୍ଡଳ ଶ୍ରମ ଆୟୁକ୍ତ ନମିତା ଦାସଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ସରକାର । ଅଧିକ ପଢନ୍ତୁ...

ନମିତା ଦାସ
ନମିତା ଦାସ

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ମଣ୍ଡଳ ଶ୍ରମ ଆୟୁକ୍ତ ନମିତା ଦାସଙ୍କୁ ସରକାର ବାଧ୍ୟତାମୂଳକ ଅବସର ଦେଇଛନ୍ତି । ଶୁକ୍ରବାର ରାଜ୍ୟର 9ଜଣ ଅଧିକାରୀଙ୍କୁ ଏଭଳି ବାଧ୍ୟତାମୂଳକ ଅବସର ପ୍ରଦାନ କରାଯାଇଛି । ସେଥିମଧ୍ୟରୁ 7 ଜଣଙ୍କ ନାଁରେ ଦୁର୍ନୀତି ଅଭିଯୋଗ ରହିଥିବାବେଳେ 2 ଜଣଙ୍କ କାର୍ଯ୍ୟ କରିବା ପାଇଁ ଅପାରଗ ବୋଲି ଦର୍ଶାଯାଇଛି ।

ବାଧ୍ୟତାମୂଳକ ଅବସର

ଗଜପତି ଜିଲ୍ଲା ଶ୍ରମ ଆୟୁକ୍ତଙ୍କୁ କେଉଁ କାରଣରୁ ବାଧ୍ୟତାମୂଳକ ଅବସର ପ୍ରଦାନ କରାଯାଇଛି ତାହା ସ୍ପଷ୍ଟ ହୋଇନାହିଁ । ତେବେ ଗଜପତି ଜିଲ୍ଲାର ଜଣେ ଅଧିକାରୀଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ପ୍ରଥମ ଘଟଣା ହୋଇଥିବାରୁ ଅନ୍ୟ ଦୁର୍ନୀତିଗ୍ରସ୍ତ ଏବଂ ଅପାରଗ ଅଧିକାରୀଙ୍କ ମଧ୍ୟରେ କୋକୁଆ ଭୟ ଦେଖାଦେଇଛି । ନମିତା ଦାସ ତାଙ୍କ 30 ବର୍ଷ ଚାକିରୀ ଜୀବନ ଅତିବାହିତ କରିଥିବାବେଳେ ଗତ 2019 ମସିହା ଅକ୍ଟୋବର ମାସରେ ଗଜପତି ଜିଲ୍ଲାରେ ମଣ୍ଡଳ ଶ୍ରମ ଆୟୁକ୍ତ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ ।

ତେବେ ଶୁକ୍ରବାର ତାଙ୍କୁ ସରକାର ବାଧ୍ୟତାମୂଳକ ଅବସର ପ୍ରଦାନ କରିଛନ୍ତି । ତାଙ୍କ ବାଧ୍ୟତାମୂଳକ ଅବସର ସମ୍ପର୍କରେ ଶ୍ରମ ବିଭାଗ ପ୍ରମୁଖ ସଚିବ ଜଣାଇଛନ୍ତି । 3ମାସର ଭତ୍ତା ଏବଂ ଦରମା ପ୍ରଦାନ କରିବା ପାଇଁ ମଧ୍ୟ ଏଥିରେ ନିର୍ଦ୍ଦେଶ ଦିଆଯାଇଛି । ତେବେ ଶ୍ରମ ଆୟୁକ୍ତଙ୍କୁ କେଉଁ କାରଣରୁ ଏଭଳି ବାଧ୍ୟତାମୂଳକ ଅବସର ପ୍ରଦାନ କରାଗଲା, ସେନେଇ କୌଣସି ସୂଚନା ମିଳିପାରିନାହିଁ । ଏନେଇ ନମିତା ଦାସଙ୍କର ମଧ୍ୟ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ବର୍ତମାନ ସୁଦ୍ଧା ସରକାର ରାଜ୍ୟର 134 ଜଣ ଅଧିକାରୀଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ସୂଚନା ମିଳିଛି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

Last Updated : Jan 30, 2021, 11:59 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.