ETV Bharat / state

ନେରେଡି ବ୍ୟାରେଜ ପାଇଁ ଚିହ୍ନ ଦେଲା ଆନ୍ଧ୍ର, ଗ୍ରାଉଣ୍ଡରେ ପହଞ୍ଚିଲା ବିଜେପି ଟିମ୍

author img

By

Published : Jul 2, 2021, 10:19 PM IST

ବଂଶଧାରା ନଦୀ ଉପରେ ନେରେଡି ବ୍ୟାରେଜ ନିର୍ମାଣ କରିବ ଆନ୍ଧ୍ର ପ୍ରଦେଶ । ଶୁକ୍ରବାର ବିଜେପିର ଏକ ପ୍ରତିନିଧୀ ଦଳ ରାୟଗଡ଼ା ଓ ଗଜପତି ଜିଲ୍ଲାର କ୍ଷତିଗ୍ରସ୍ତ ଆଶଙ୍କା ଥିବା ଅଞ୍ଚଳକୁ ଯାଇ ଲୋକଙ୍କ ସହ ଆଲୋଚନା କରିଛନ୍ତି । ଅଧିକ ପଢ଼ନ୍ତୁ...

ନେରେଡି ବ୍ୟାରେଜ ପାଇଁ ଚିହ୍ନ ଦେଲା ଆନ୍ଧ୍ର, ବିରୋଧ କଲେ ସ୍ଥାନୀୟ ଲୋକେ

ରାୟଗଡ଼ା/ଗଜପତି: ବଂଶଧାରା ନଦୀ ଉପରେ ନେରେଡି ବ୍ୟାରେଜ ନିର୍ମାଣ କରିବ ଆନ୍ଧ୍ର ପ୍ରଦେଶ । ଏଥିପାଇଁ ଟ୍ରିବୁନାଲ ସବୁଜ ସଙ୍କେତ ଦେଇ ସାରିଛି । ଏହି ପ୍ରକଳ୍ପ ଦ୍ବାରା ଓଡ଼ିଶାର ବ୍ୟାପକ କ୍ଷତି ହେବା ସୁନିଶ୍ଚିତ । ଏହାକୁ ନେଇ କ୍ଷତିଗ୍ରସ୍ତ ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ ରହିଥିବା ବେଳେ ଏଯାଏଁ ରାଜ୍ୟ ସରକାରଙ୍କ ନିଦ ଭାଙ୍ଗିନଥିବା ମନେ ହେଉଛି । ସେପଟେ ଶୁକ୍ରବାର ବିଜେପିର ଏକ ପ୍ରତିନିଧୀ ଦଳ ରାୟଗଡ଼ା ଓ ଗଜପତି ଜିଲ୍ଲାର କ୍ଷତିଗ୍ରସ୍ତ ଆଶଙ୍କା ଥିବା ଅଞ୍ଚଳକୁ ଯାଇ ଲୋକଙ୍କ ସହ ଆଲୋଚନା କରିଛନ୍ତି ।

ବଂଶଧାରା ବିବାଦର ଶୁଣାଣି ପାଇଁ ଗଠିତ ଟ୍ରିବୁନାଲ୍ ତାଙ୍କ ଚୂଡ଼ାନ୍ତ ରାୟ ଶୁଣାଇ ସାରିଛନ୍ତି । ଓଡ଼ିଶା ଜମି ଉପରେ ଚିହ୍ନ ଦେଇ ଆନ୍ଧ୍ର ନାଲି ପତାକା ପୋତି ସାରିଛି । ବଂଶଧାରା ନଦୀ ଉପରେ ବର୍ତ୍ତମାନ ବ୍ୟାରେଜ ନିର୍ମାଣ କରିବାକୁ ଅଣ୍ଟ ଭିଡ଼ି ସାରିଲାଣି ଆନ୍ଧ୍ର ପ୍ରଦେଶ । ଏହି ବ୍ୟାରେଜ ନିର୍ମାଣ ହେଲେ ଗଜପତି ଜିଲ୍ଲାର କାଶୀନଗର ବ୍ଲକ ଖାଣ୍ଡବା ପଞ୍ଚାୟତ ଏବଂ ରାୟଗଡ ଜିଲ୍ଲାର ଗୁଣପୁର ଅଞ୍ଚଳ କ୍ଷତିଗ୍ରସ୍ତ ହେବ । ଫଳରେ ଏହି ଅଞ୍ଚଳବାସୀ ବର୍ତ୍ତମାନ ଆନ୍ଦୋଳନ ପାଇଁ ସଜବାଜ ହେଲେଣି ।

ବଂଶଧାରାର ଉପର ମୁଣ୍ଡରେ ଓଡ଼ିଶା ପକ୍ଷରୁ ଏକ ପ୍ରକଳ୍ପ ନିର୍ମାଣ କରିବାକୁ ଦାବି କରିଛନ୍ତି ସ୍ଥାନୀୟ ଲୋକେ । ଟ୍ରିବୁନାଲ ରାୟ ଶୁଣାଇବାର ଇତି ମଧ୍ୟରେ ଏକ ସପ୍ତାହରୁ ଅଧିକ ସମୟ ବିତିଥିବା ବେଳେ ଏଯାଏଁ ରାଜ୍ୟ ସରକାର ମୁହଁ ଖୋଲିନାହାନ୍ତି । ଏହାକୁ ନେଇ କେହି ଚର୍ଚ୍ଚା କରିବାକୁ ମଧ୍ୟ ନାରାଜ । ସେପଟେ ଏହାକୁ ନେଇ ବିଜେପି ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ।

ଭୃଗୁ ବକ୍ସିପାତ୍ର କହିଛନ୍ତି ଯେ, "ଓଡ଼ିଶା ସରକାର ସଠିକ ଭାବେ ମାମଲା ପରିଚାଳନା କରିନାହାନ୍ତି । ତେଣୁ ଟ୍ରିବୁନାଲ୍ ଆନ୍ଧ୍ର ସପକ୍ଷରେ ରାୟ ଶୁଣାଇଛନ୍ତି । ଏହି ପ୍ରକଳ୍ପ ହେଲେ କାଶୀନଗର ଏବଂ ଗୁଣପୁର ଅଞ୍ଚଳର ପ୍ରାୟ ୨ହଜାର ଏକର ଚାଷ ଜମି ପ୍ରଭାବିତ ହେବ । ତେବେ ଏନେଇ ବିଜେପି, ରାଜ୍ୟ ସରକାରଙ୍କ ନିକଟରେ ଦାବି ରଖିବ ।"

୨୦୦୫ ମସିହାରେ ବଂଶଧାରା ନଦୀ ଉପରେ ନେରେଡି ବ୍ୟାରେଜ ନିର୍ମାଣ କରିବାକୁ ପ୍ରସ୍ତାବ ଦେଇଥିଲା ଆନ୍ଧ୍ର ପ୍ରଦେଶ । ଏହି ପ୍ରକଳ୍ପ ହେଲେ ଓଡ଼ିଶାର ଅନେକ ଅଂଚଳ କ୍ଷତିଗ୍ରସ୍ତ ହେବା ଆଶଙ୍କା ରହିଥିବାରୁ ସ୍ଥାନୀୟ ଲୋକେ ଏହାର ପ୍ରତିବାଦ କରିଥିଲେ । ଓଡ଼ିଶା ସରକାର ମଧ୍ୟ ଏହି ପ୍ରକଳ୍ପ ବିରୁଦ୍ଧରେ ସୁପ୍ରମିକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ସୁପ୍ରିମକୋର୍ଟ ଦ୍ବାରା ଗଠିତ ଟ୍ରିବୁନାଲ ଏହାର ଶୁଣାଣି କରି ୨୦୧୭ ମସିହାରେ ପ୍ରକଳ୍ପ ସପକ୍ଷରେ ରାୟ ପ୍ରକାଶ କରିଥିଲେ ।

ରାୟର ପ୍ରତିବାଦରେ ଓଡିଶା ସରକାର ପୁନଃଆବେଦନ କରିଥିଲେ । ଏହାର ଶୁଣାଣି କରି ଟ୍ରିବୁନାଲ ଗତ ସପ୍ତାହରେ ଏହାର ଚୂଡାନ୍ତ ରାୟ ପ୍ରକାଶ କଲେ । ଯେଉଁଥିରେ ପ୍ରକଳ୍ପ ନିର୍ମାଣ ପାଇଁ ସବୁଜ ସଙ୍କେତ ଦେଇଛନ୍ତି । ଏଥିପାଇଁ ଓଡ଼ିଶାରେ ଆବଶ୍ୟକୀୟ ଜମି ଅଧିଗ୍ରହଣ କରି ଆନ୍ଧ୍ର ସରକାରଙ୍କୁ ଦେବା ପାଇଁ ଆଦେଶ ଦିଆଯାଇଛି । ଏହାକୁ ନେଇ ଓଡ଼ିଶା ଜମିରେ ନାଲି ପତାକା ପୋତି ଚିହ୍ନ ଦେଇ ଥିଲେ ଆନ୍ଧ୍ର ସରକାର । ତେବେ ପ୍ରଶାସନ ପକ୍ଷରୁ ଏହାକୁ ହଟାଇ ଦିଆଯାଇଛି ।

ଗଜପତିରୁ ହରିହର ପଟ୍ଟନାୟକ ଓ ରାୟଗଡ଼ାରୁ ରଞ୍ଜନ ରଥ, ଇିଟଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.