ETV Bharat / health

ଅତ୍ୟଧିକ କାର୍ଯ୍ୟଚାପ ହୋଇପାରେ ଭୟଙ୍କର ! ଏସବୁ ସଙ୍କେତ ଦିଶିଲେ ନିଜକୁ ଦିଅନ୍ତୁ ଆରାମ - Signs that you need a break

Signs that you need a break: ଆଜିର ଧାଁ ଦୌଡ ଜୀବନରେ ବୃତ୍ତିଗତ ଓ ବ୍ୟକ୍ତିଗତ ଜୀବନ ମଧ୍ୟରେ ସନ୍ତୁଳନ ରକ୍ଷା କରିବାରେ ବିଫଳ ହେଉଛି ମଣିଷ । ଅତ୍ୟଧିକ କାର୍ଯ୍ୟଚାପ, ଦାୟିତ୍ବ ଯୋଗୁଁ ମାନସିକ ଅବସାଦ ଗ୍ରାସ କରୁଛି । ଏହାର ପ୍ରଭାବ ମଧ୍ୟ ପଡୁଛି ଆମର ସ୍ବାସ୍ଥ୍ୟ ଉପରେ । ତେଣୁ କାର୍ଯ୍ୟବ୍ୟସ୍ତତା ମଧ୍ୟରୁ ଟିକିଏ ବ୍ରେକ ନେଇ ନିଜକୁ ସମୟ ଦେବା ଅତ୍ୟନ୍ତ ଜରୁରୀ । ପଢନ୍ତୁ ପୁରା ଖବର

Etv Bharat
Etv Bharat (Etv Bharat)
author img

By ETV Bharat Health Team

Published : Sep 20, 2024, 5:07 PM IST

ହାଇଦ୍ରାବାଦ: ଦୁଇ ଦିନ ତଳେ ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଏକ ଖବର ଚର୍ଚ୍ଚାରେ ରହିଥିଲା ଯେ, ଅତ୍ୟଧିକ କାର୍ଯ୍ୟଚାପ ଯୋଗୁଁ ପୁଣେରେ ଜଣେ 26 ବର୍ଷୀୟା ଚାଟାର୍ଡ ଆକାଉଣ୍ଟାଣ୍ଟଙ୍କ ମୃତ୍ୟୁ ହୋଇଛି । ଏହି ଘଟଣା ଦର୍ଶାଉଛି, କାର୍ଯ୍ୟ ଚାପ କେତେ ଭୟଙ୍କର ହୋଇପାରେ ! ଆଜିର ଧାଁ ଦୌଡ ଜୀବନରେ ଅଫିସ୍ କାର୍ଯ୍ୟ, ସମ୍ପର୍କ, ଦାୟିତ୍ବ ଓ କର୍ତ୍ତବ୍ୟ ମଧ୍ୟରେ ପେଶି ହୋଇଯାଉଛି ମଣିଷ । ସକାଳ ହେଉ କି ରାତି, ଯାହା ବି ସିଫ୍ଟ ଥାଉ, ଉଠିବା ମାତ୍ରେ ଆମ ମୁଣ୍ଡରେ କେବଳ ଗୋଟିଏ କଥା ଚାଲେ- 'ମୋତେ ଅଫିସ୍ ଯିବାର ଅଛି' । ଏହି ବ୍ୟସ୍ତତା ମଧ୍ୟରେ ମଣିଷ ନିଜକୁ ଭୁଲି ଯାଉଛି । ଯେଉଁଥିପାଇଁ ଅନେକ ଲୋକ ମାନସିକ ଅବସାଦ ଓ ଚିନ୍ତାର ଶିକାର ହେଉଛନ୍ତି । ଯାହାର ପରିଣାମ କେତେ ଭୟଙ୍କର ହୋଇପାରେ ପୁଣେ ଘଟଣା ଏହାର ସଦ୍ୟ ଦୃଷ୍ଟାନ୍ତ ।

ଏପରି ସ୍ଥିତିରେ ଆପଣଙ୍କୁ ଏକ ବ୍ରେକ ନେବା ଜରୁରୀ ହୋଇପଡେ । ହେଲେ କେମିତି ଜାଣିବେ ଆପଣଙ୍କୁ ବ୍ରେକ ଦରକାର ବୋଲି ? ଏଥିପାଇଁ ନିମ୍ନୋଲିଖିତ କିଛି ପ୍ରଶ୍ନ ଉପରେ ଧ୍ୟାନ ଦିଅନ୍ତୁ

What are some signs that you need to take a break
What are some signs that you need to take a break (ETV Bharat)

1. ଶୀଘ୍ର କ୍ଲାନ୍ତ ହୋଇଯାଉଛନ୍ତି ?

2. ଅଫିସରେ ବିରକ୍ତ ଲାଗୁଛି ?

3. ଘରେ ଅଫିସ୍ ଟାସ୍କ ଓ ଇମେଲ୍ ଚେକ୍ କରୁଛନ୍ତି ?

4. କାମରେ ପଛରେ ପଡିଯାଉଛନ୍ତି ? କାମ ପୁରା କରିବାକୁ ଖୁବ୍ କସରତ୍ କରିବାକୁ ପଡୁଛି ?

5. ମଲ୍ଟିଟାସ୍କିଂ କରୁଛନ୍ତି ?

6. ସପ୍ତାହରେ 50 ଘଣ୍ଟାରୁ ଅଧିକ ସମୟ କାମ କରୁଛନ୍ତି ? (ଅଫିସ ସମେତ ଘରେ)

7. ନିଜ ବସ୍ କିମ୍ବା ସହକର୍ମୀଙ୍କ କଲ୍ ପାଇଁ ସବୁବେଳେ ହାତରେ ଫୋନ ରହୁଛି ?

8. ଅଫିସ୍ ସମୟ ପରେ ଏବଂ ଛୁଟି ଦିନରେ ଅଫିସ୍ କଲ୍‌ କରୁଛନ୍ତି ?

9. ନିଜ ପସନ୍ଦର କାମ କରିବାକୁ ସମୟ ମିଳୁନି ବୋଲି ଭାବୁଛନ୍ତି ?

10. ଅଫିସ୍ ଆସିବାକୁ ଭୟ ଲାଗୁଛି ଅବା ଇଚ୍ଛା ହେଉନି ?

11. ଲାଗୁଛି କି ଦିନଗୁଡିକ ବାସ୍ ସେମିତି ବିତିଯାଉଛି ?

12. ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନରେ ସନ୍ତୁଳନ ରକ୍ଷା କରିବା କଷ୍ଟକର ହେଉଛି ?

13. କାର୍ଯ୍ୟଚାପ ଯୋଗୁଁ ଅତିଷ୍ଠ ଅନୁଭବ କରୁଛନ୍ତି ? ଚିଡ୍‌ଚିଡା ଲାଗୁଛି ?

14. କିଛି ଦିନ ଛୁଟି ନେବାରେ ସମସ୍ୟା ହେଉଛି ?

ଯଦି ଉପରୋକ୍ତ ପ୍ରଶ୍ନଗୁଡିକୁ ମଧ୍ୟରୁ 7ଟି ପ୍ରଶ୍ନର ଉତ୍ତର ଆପଣଙ୍କ 'ହଁ', ତାହେଲେ ଏହା ସ୍ପଷ୍ଟ ସଙ୍କେତ ଦେଉଛି ଯେ ଆପଣଙ୍କୁ ଏକ ବ୍ରେକ ନେବାର ଆବଶ୍ୟକତା ଅଛି । କିଛି ସମୟ କାର୍ଯ୍ୟରୁ ବିରତି ନେଇ ନିଜକୁ ସମୟ ଦିଅନ୍ତୁ । ଏମିତି କାର୍ଯ୍ୟ କରନ୍ତୁ ଯାହା ଆପଣଙ୍କୁ ଶାରିରୀକ ଓ ମାନସିକ ସ୍ତରରେ ଶାନ୍ତି ଦେବ । ଏପରି କଲେ ଆପଣ ପୁଣିଥରେ ଏକ ନୂଆ ଉତ୍ସାହ ସହ ନିଜ କର୍ମକ୍ଷେତ୍ରକୁ ଫେରିପାରିବେ ଏବଂ ନିଷ୍ଠା ଓ ଦାୟିତ୍ବବୋଧ ସହକାରେ କାର୍ଯ୍ୟ କରିପାରିବେ ।

ବ୍ରେକ ନେବାର ସଙ୍କେତ ଦେଉଥିବା ଲକ୍ଷଣ:

  • ଖାଦ୍ୟ ଅଭ୍ୟାସରେ ପରିବର୍ତ୍ତନ
  • ଏକାଗ୍ରତା ନ ଆସିବା
  • ବାରମ୍ବାର ଅସୁସ୍ଥ ହେବା
  • ଦୁର୍ବଳ ଅନୁଭବ ହେବା
  • ମୁଡ୍ ଠିକ୍ ନ ରହିବା/ ଚିଡ୍‌ଚିଡା ହେବା
  • ହତାଶ ଭାବ
  • ଲଗାତାର ଥକ୍କା ଅନୁଭବ କରିବା
  • ମୁଣ୍ଡବିନ୍ଧା ଓ ମାଇଗ୍ରେନ
  • ଅଧିକ ନିଦ ଲାଗିବା ନଚେତ୍ ନିଦ ନ ହେବା
  • କାମରେ ମନ ଲାଗିବା/ ଠିକ୍ ଭାବେ କାମ ନ କରିପାରିବା
  • ଚାପରୁ ବାହାରିବାକୁ ମାଦକ ଦ୍ରବ୍ୟ ସେବନ
  • ସାଙ୍ଗସାଥୀ, ପରିବାର ଓ ସହକର୍ମୀଙ୍କଠୁ ଦୂରେଇ ରହିବା Ref- https://www.verywellmind.com/why-you-should-take-a-break-3144576

ଏହା ମଧ୍ୟ ପଢନ୍ତୁ: କାହିଁକି ସୂର୍ଯ୍ୟାସ୍ତ ପୂର୍ବରୁ ରାତ୍ରିଭୋଜନ କରିବା ଦରକାର ? ବିଶେଷଜ୍ଞ କହିଲେ ବଡ଼ କାରଣ - Best Time For Dinner

ଏହା ମଧ୍ୟ ପଢନ୍ତୁ: ଓଜନ ହ୍ରାସଠୁ ନେଇ ଏହି ରୋଗ ଯାଏଁ, ଲେମ୍ବୁ ଖାଇଲେ ମିଳେ ଅନେକ ଫାଇଦା - Lemon health benefits

ଏହା ମଧ୍ୟ ପଢନ୍ତୁ: ମହିଳାଙ୍କଠାରେ ଏସବୁ ଲକ୍ଷଣ ହୋଇପାରେ ହୃଦଘାତର ସଙ୍କେତ, ଜମାରୁ କରନ୍ତୁନି ଅବହେଳା - Symptoms of heart attack in women

Disclaimer- ଏଠାରେ ଦିଆଯାଇଥିବା ସୂଚନା କେବଳ ଆପଣଙ୍କ ଜାଣିବା ପାଇଁ । ଏହା ଉପରେ ବିଚାର କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଭଲ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.