ହାଇଦ୍ରାବାଦ: ମୋବାଇଲ ଫୋନକୁ ଆକ୍ଟିଭ ରଖିବାକୁ ହେଲେ ସେଥିରେ ରିଚାର୍ଜ କରିବା ନିହାତି ଆବଶ୍ୟକ । ଆକ୍ଟିଭ ରିଚାର୍ଜ ପ୍ଲାନ ବ୍ୟତୀତ ଜଣେ ମୋବାଇଲରେ ଇଣ୍ଟରନେଟ ଚଲାଇବାଠୁ ଆରମ୍ଭ କରି କଥାବାର୍ତ୍ତା ହେବା ସବୁ ଏକପ୍ରକାର ଠପ୍ ହୋଇଯିବ । ଆଜିକାଲି ମହଙ୍ଗା ଯୁଗରେ ସମସ୍ତେ ଶସ୍ତା ରିଚାର୍ଜ କରିବାକୁ ଚାହୁଁଛନ୍ତି । ରିଲାଏନ୍ସ ଜିଓ ପକ୍ଷରୁ ଏପରି କିଛି ଶସ୍ତା ପ୍ଲାନ ରହିଛି ତନ୍ମଧ୍ୟରୁ 28ଦିନିଆ ରିଚାର୍ଜ ପ୍ଲାନଟା ଅଧିକ ଲୋକପ୍ରିୟତା ଅର୍ଜନ କରିଛି । ଆପଣ ନିଜ ଆବଶ୍ୟକ ଅନୁସାରେ ନିମ୍ନଲିଖି ପ୍ଲାନଗୁଡ଼ିକ ଉପରେ ବିଚାର କରିପାରିବେ । କିଛି ପ୍ଲାନରେ ମେମ୍ବରସିପ୍ ଆକ୍ସେସ ମଧ୍ୟ ମିଳିବ ।
- Jio 28 ଦିନିଆ ରିଚାର୍ଜ ପ୍ଲାନ:-
199 ଜିଓ ପ୍ଲାନ
ପ୍ୟାକ୍ ଭ୍ୟାଲିଡିଟି-28 ଦିନ
ଡେଟା- 2GB/month (4G)
କଲିଂ- ଅନଲିମିଟେଡ
SMS- 100 SMS/day
ମେମ୍ବରସିପ୍- JioTV, JioCinema, JioCloud
- ଜିଓ Rs. 249 ରିଚାର୍ଜ ପ୍ଲାନ
ପ୍ୟାକ୍ ଭ୍ୟାଲିଡିଟି- 28 ଦିନ
ଡେଟା- 28GB, 1GB/day
କଲିଂ- ଅନଲିମିଟେଡ
SMS- 100 SMS/day
ସବସ୍କ୍ରିପସନ- JioTV, JioCinema, JioCloud
- ଜିଓ Rs 299 ରିଚାର୍ଜ ପ୍ଲାନ
ପ୍ୟାକ ଭ୍ୟାଲିଡିଟି- 28ଦିନ
ଡେଟା- 42GB, 1.5GB/day
କଲିଂ- ଅନଲିମିଟେଡ
SMS- 100 SMS/day
JioTV, JioCinema, JioCloud ଆକ୍ସେସ
କେଉଁ ରିଚାର୍ଜ ପ୍ଲାନଟି ଆପଣଙ୍କ ପାଇଁ ଠିକ୍ ?
ଯଦି ଜିଓ ୟୁଜର 28 ଦିନିଆ ରିଚାର୍ଜ ପ୍ଲାନ ନେବାକୁ ଚାହୁଁଛନ୍ତି, ତେବେ ସେମାନେ ଏହି 3ଟି ପ୍ଲାନ ମଧ୍ୟରୁ ଗୋଟିଏକୁ ଚୟନ କରିପାରିବେ । ଯଦି ଆପଣଙ୍କ ବିଶେଷ ଡେଟାର କୌଣସି ଆବଶ୍ୟକ ନାହିଁ ତେବେ ଆପଣ Jio plan of Rs 199କୁ ବ୍ୟବହାର କରିପାରିବେ । ଅନ୍ୟପଟେ ଯଦି ଆପଣ ଅଧିକ ଡେଟା ବ୍ୟବହାର କରନ୍ତି ତେବେ 249ଟଙ୍କା ପ୍ଲାନକୁ ବ୍ୟବହାର କରିପାରିବେ । ଏହି ରିଚାର୍ଜ ପ୍ଲାନରେ ଆପଣ ପ୍ରତିଦିନ 1ଜିବି ଡେଟା ବ୍ୟବହାର କରିପାରିବେ । ଯଦି 1ଜିବି ଡେଟା ଆପଣଙ୍କୁ ନିଅଣ୍ଟ ପଡ଼ୁଛି, ତେବେ ଆପଣ 299ଟଙ୍କା ରିଚାର୍ଜ ପ୍ଲାନ କରିପାରିବେ । ଏଥିରେ ଆପଣଙ୍କୁ ପ୍ରତିଦିନ 1.5GB ଡେଟା ମିଳିବ ।