ଅମରାବତୀ(ଆନ୍ଧ୍ରପ୍ରଦେଶ): ତିରୁପତି ବାଲାଜୀ ମନ୍ଦିର ପ୍ରସାଦରେ ପଶୁ ଚର୍ବି ଓ ନିମ୍ନ ମାନର ସାମଗ୍ରୀ ମିଶୁଥିବା ଅଭିଯୋଗ ଆସିବା ପରେ ଏହାକୁ ନେଇ ଦେଶରେ ତେଜିଛି ବିବାଦ । ତତକାଳୀନ YSRCP ସରକାର ସମୟରେ ଏପରି କରାଯାଉଥିବା ଅଭିଯୋଗ ଆସିବା ପରେ ବିଭିନ୍ନ ମହଲରେ ଏହାକୁ ନିନ୍ଦା କରାଯାଉଛି । ଲଡୁ ବିବାଦକୁ ନେଇ ମୁହଁ ଖୋଲିଛନ୍ତି ତିରୁମାଳା ତିରୁପତି ଦେବସ୍ତାନମ୍ (ଟିଟିଡି) କାର୍ଯ୍ୟନିର୍ବାହୀ ଅଧିକାରୀ ଶାମାଲା ରାଓ ।
ଘିଅ ଗୁଣବତ୍ତା କମ୍ ରହିଛି:
#WATCH | Tirupati Laddu Prasadam row | Executive officer of Tirumala Tirupathi Devastanam (TTD) Shamala Rao says, " the report says the ghee sample is adulterated with vegetable fat and also animal fat. animal fat adulteration includes lard (pig fat), palm oil, beef tallow, and… pic.twitter.com/LPdyuCCvA3
— ANI (@ANI) September 20, 2024
TTD କାର୍ଯ୍ୟନିର୍ବାହୀ ଅଧିକାରୀ ଶାମାଲା ରାଓ କହିଛନ୍ତି, "ରିପୋର୍ଟରେ କୁହାଯାଇଛି ଯେ ଘିଅରେ ପନି ପରିବା ଏବଂ ପଶୁ ଚର୍ବି ବ୍ୟବହାର ହୋଇଛି । ପଶୁ ଚର୍ବି ମଧ୍ୟରେ ଘୁଷୁରୀ ଚର୍ବି, ଖଜୁରୀ ତେଲ, ଗୋରୁ ଚର୍ବି, ମାଛ ତେଲ, ଅଙ୍ଗୁର ମଞ୍ଜି ଓ ଲିନସିଡ ମିଶ୍ରଣ କରାଯାଉଛି । ଘିଅର ଗୁଣବତ୍ତା ଏସବୁର ଏକ ମିଶ୍ରଣ ଥିଲା । ଶୁଦ୍ଧ ଦୁଗ୍ଧରେ ଚର୍ବି ର ମାତ୍ରା 95.68 ରୁ 104.32 ପ୍ରତିଶତ ମଧ୍ୟରେ ରହିବା ଉଚିତ । କିନ୍ତୁ ଆମର ସମସ୍ତ ଘିଅ ଗୁଣବତ୍ତାର ଭାଲ୍ୟୁ 20 ପ୍ରତିଶତ ରହିଛି । ଏଥିରୁ ସ୍ପଷ୍ଟ ହେଉଛି ଲଡୁ ପାଇଁ ଯୋଗାଇ ଦିଆଯାଇଥିବା ଘିଅ ଅତ୍ୟନ୍ତ ନିମ୍ନମାନର । ଆମେ ଯୋଗାଣକାରୀଙ୍କ ତାଲିକା ପ୍ରସ୍ତୁତ କରି ଦଣ୍ଡ ଦେବା ପ୍ରକ୍ରିୟା ଆରମ୍ଭ କରିଛୁ । ଘିଅ ଯୋଗାଣ ପ୍ରକ୍ରିୟାରେ ଉନ୍ନତି ଆଣିବା ଏବଂ ଆମର ଆଭ୍ୟନ୍ତରୀଣ ବ୍ୟବସ୍ଥାକୁ ମଜବୁତ କରିବା ପାଇଁ ଏକ ବିଶେଷଜ୍ଞ କମିଟି ଗଠନ କରିଛୁ । ଯାହା ଦ୍ବାରା ଆମେ ଆଉ ଏହି ସମସ୍ୟାର ସମ୍ମୁଖୀନ ହେବୁ ନାହିଁ । ଆମକୁ ଏପରି ଘିଅ ଯୋଗାଣକାରୀଙ୍କି ମିଳିଛନ୍ତି ଯେଉଁମାନେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଆମକୁ ବିଶେଷଜ୍ଞ କମିଟି ପକ୍ଷରୁ ନିଜସ୍ୱ ଲ୍ୟାବ ସେଟ୍ ଅପ୍ କରିବାକୁ କହିଛନ୍ତି । ଆଗାମୀ ଦିନରେ ଏହି ସମସ୍ୟାର ସମାଧାନ ହୋଇଯିବ। ''
ରିପୋର୍ଟ ମାଗିଲା କେନ୍ଦ୍ର:
ଶ୍ରୀଭେଙ୍କେଟେଶ୍ବରଙ୍କୁ ଅର୍ପଣ କରାଯାଉଥିବା ଲଡୁରେ ପଶୁ ଚର୍ବି ଓ ନିମ୍ନ ମାନର ସାମଗ୍ରୀ ମିଶ୍ରଣ ନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ଏକ ରିପୋର୍ଟ ମାଗିଛି କେନ୍ଦ୍ର । କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ମୁଖ୍ୟମନ୍ତ୍ରୀଙ୍କ ସହ ଏନେଇ କଥା ହୋଇଛନ୍ତି । ବାଲାଜୀ ମନ୍ଦିର ଲଡୁ ବିବାଦ ଉପରେ ଜେପି ନଡ୍ଡା ଗଣମାଧ୍ୟମକୁ ସୂଚନା ଦେଇ ନଡ୍ଡା କହିଛନ୍ତି, ''ମୁଁ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁଙ୍କ ସହ କଥା ହୋଇ ଏକ ରିପୋର୍ଟ ମାଗିଛି । FSSAI ରିପୋର୍ଟକୁ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରିବ ଏବଂ ଏହା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । '' ସେହିପରି ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ, ଲଡୁ ବିବାଦ ଉପରେ ପୂରା ରିପୋର୍ଟ ମାଗିଛନ୍ତି ।
#WATCH | Vijayawada: On Tirupati Laddu Prasadam row, Andhra Pradesh Congress President and former AP CM Jagan Mohan Reddy's sister, YS Sharmila says, " yesterday, andhra pradesh cm n chandrababu naidu told that the earlier govt was involved in the adulteration of prasadam. this… pic.twitter.com/vIk68wSVEV
— ANI (@ANI) September 20, 2024
ସିବିଆଇ ତଦନ୍ତ ଦାବି କଲା ଆନ୍ଧ୍ର କଂଗ୍ରେସ:
YSRCP ସରକାର ସମୟରେ ତିରୁପତି ମନ୍ଦିର ପ୍ରସାଦରେ ପଶୁ ଚର୍ବି ମିଶୁଥିବା ଅଭିଯୋଗ ଆସିବା ପରେ ଏନେଇ କଡା ପ୍ରତିକ୍ରିୟା ରଖିଛନ୍ତି ଆନ୍ଧ୍ର କଂଗ୍ରେସ ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଉଭଣୀ ଓ୍ବାଇ ଏସ୍ ସରମିଲା । ଏକ ବିବୃତ୍ତିରେ ସେ କହିଛନ୍ତି, ''ଗତକାଲି ଆନ୍ଧ୍ରପ୍ରଦେଶର ସିଏମ ଏନ ଚନ୍ଦ୍ରବାବୁ ନାଇଡୁ କହିଛନ୍ତି ଯେ ପୂର୍ବ ସରକାର ପ୍ରସାଦ ବ୍ୟଭିଚାରରେ ସମ୍ପୃକ୍ତ ଥିଲେ। ଏହା କେବଳ ଆନ୍ଧ୍ରପ୍ରଦେଶରେ ନୁହେଁ, କୋଟି କୋଟି ଲୋକଙ୍କ ବିଶ୍ୱାସ ସହିତ ଜଡିତ । ଭକ୍ତଙ୍କ ବିଶ୍ବାସକୁ ଏହା ଆଘାତ ଦେଇଛି । କଂଗ୍ରେସ ଦଳ ଏହି ପ୍ରସଙ୍ଗକୁ ଗୁରୁତର ସହକାର ନେଇଛି । ଆମେ ସିବିଆଇ ତଦନ୍ତ ଦାବି କରୁଛୁ । ଏଥି ପାଇଁ ଆମତି ଶାହଙ୍କୁ ଚିଠି ଲେଖି ଜଣାଇଛି । ''