ETV Bharat / state

ପମ୍ପ ଡ୍ରାଇଭରଙ୍କୁ ବାନ୍ଧି ୩ ଲକ୍ଷର ପାଇପ ଲୁଟିନେଲେ ୨୦ରୁ ଉର୍ଦ୍ଧ୍ବ ଦୁର୍ବୃତ୍ତ - ପାନୀୟ ଜଳ ଯୋଗାଣ ପମ୍ପ ହାଉସରୁ ଲୁଟ୍

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ରେକୁଳା ପାନୀୟ ଜଳ ଯୋଗାଣ ପମ୍ପ ହାଉସରୁ ୩ଲକ୍ଷ ଟଙ୍କାର ପାଇପ ଲୁଟ୍ । ଅଧିକ ପଢନ୍ତୁ...

ପାନୀୟ ଜଳ ଯୋଗାଣ ପମ୍ପ ହାଉସରୁ ଲକ୍ଷାଧିକ ଲୁଟ୍

author img

By

Published : Aug 17, 2021, 1:55 PM IST

ଢେଙ୍କାନାଳ: ଜିଲ୍ଲା କାମାକ୍ଷାନଗର ରେକୁଳା ପାନୀୟ ଜଳ ଯୋଗାଣ ପମ୍ପ ହାଉସରୁ ଲୁଟ୍ । ଗତକାଲି(ସୋମବାର) ବିଳମ୍ବିତ ରାତ୍ରିରେ ଡ୍ୟୁଟିରେ ଥିବା କର୍ମଚାରୀଙ୍କୁ ମାଡ ମାରି ୩ ଲକ୍ଷ ଟଙ୍କାର ପାଇପ ଏବଂ କର୍ମଚାରୀଙ୍କ ମୋବାଇଲ ଓ ସୁନା ଚେନ ଲୁଟି ନେଇଥିବା ଅଭିଯୋଗ ହୋଇଛି ।

ପାନୀୟ ଜଳ ଯୋଗାଣ ପମ୍ପ ହାଉସରୁ ଲକ୍ଷାଧିକ ଲୁଟ୍

ସହରକୁ ପିଏଚଡି ବିଭାଗ ତରଫରୁ ନୂତନ ପାଣି ପାଇପ ସଂଯୋଗ ପାଇଁ ରଖାଯାଇ ଥିବାବେଳେ ଦୁର୍ବୃତ୍ତମାନେ ଏହାକୁ ଲୁଟିନେଇଛନ୍ତି । ପ୍ରାୟ ୭୦ ରୁ ଊର୍ଦ୍ଧ୍ବ ପାଇପ ଲୁଟ ହୋଇଥିବା କହିଛନ୍ତି ଡ୍ୟୁଟିରେ ଥିବା କର୍ମଚାରୀ । ରାତି ପ୍ରାୟ ୧ ଟା ବେଳକୁ ୨୦ ରୁ ଅଧିକ ଦୁର୍ବୃତ୍ତ ଆସି ପମ୍ପ ହାଉସରେ ଥିବା ପମ୍ପ ଡ୍ରାଇଭର ଶ୍ରୀଧର ବେହେରା ଓ ପ୍ରଦୀପ୍ତ ବେହେରାଙ୍କୁ ହାତ ଗୋଡ ବାନ୍ଧିବା ସହିତ ମାଡ ମାରିଥିଲେ । ଏହାପରେ ରଖା ଯାଇଥିବା ପାଇପକୁ ଗାଡିରେ ନେଇ ଫେରାର ହୋଇ ଯାଇଛନ୍ତି । ଖବର ପାଇ ଘଟଣାସ୍ଥଳରେ କାମାକ୍ଷାନଗର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.