ETV Bharat / state

ଢେଙ୍କାନାଳ ବନ ବିଭାଗର ଚଢାଉ: ବିପୁଳ ବଜ୍ରକାପ୍ତା କାତି ଜବତ, ଦୁଇ ଗିରଫ

ଢେଙ୍କାନାଳ ବନଖଣ୍ଡ ଅନ୍ତର୍ଗତ କପିଳାଶ ଅଭୟାରଣ୍ୟରେ ଏକ ବଜ୍ରକାପ୍ତା ଶିକାର କରି ବାହାରକୁ ଚାଲାଣ କରାଯାଉଥିବାବେଳେ ଢେଙ୍କାନାଳ ବନବିଭାଗର ଚଢ଼ାଉ । ଅଧିକ ପଢନ୍ତୁ...

author img

By

Published : Jul 25, 2021, 6:46 PM IST

ଢେଙ୍କାନାଳ ବନ ବିଭାଗର ଚଢାଉ: ବିପୁଳ ବଜ୍ରକାପ୍ତା କାତି ଜବତ, ଦୁଇ ଗିରଫ
ଢେଙ୍କାନାଳ ବନ ବିଭାଗର ଚଢାଉ: ବିପୁଳ ବଜ୍ରକାପ୍ତା କାତି ଜବତ, ଦୁଇ ଗିରଫ

ଢେଙ୍କାନାଳ: ଢେଙ୍କାନାଳ ବନଖଣ୍ଡ ଅନ୍ତର୍ଗତ କପିଳାଶ ଅଭୟାରଣ୍ୟ, ବନ୍ୟଜନ୍ତୁ ଶିକାରୀଙ୍କ ପାଇଁ ଚରାଭୂଇଁ ପାଲଟିଛି । ଏକ ବଜ୍ରକାପ୍ତା ଶିକାର କରି ବାହାରକୁ ଚାଲାଣ କରାଯାଉଥିବା ସୂଚନା ପାଇ ୱାଇଲ୍ଡ ଲାଇଫ କ୍ରାଇମ କଣ୍ଟ୍ରୋଲ ବ୍ୟୁରୋ ଜବଲପୁରର ଏକ ଟିମ ଢେଙ୍କାନାଳ ବନବିଭାଗ ସହାୟତାରେ ଚଢ଼ାଉ କରିଥିଲା ।

ଏହି ଚଢ଼ାଉରେ ଦୁଇଜଣ ଶିକାରୀଙ୍କୁ ଗିରଫ କରିବାରେ ସଫଳ ହୋଇଛି ବନ ବିଭାଗ । ତାଙ୍କ ଠାରୁ ୧୪ କିଲୋ ୨ ଶହ ଗ୍ରାମ ବଜ୍ରକାପ୍ତା କାତି, ଗୋଟିଏ ହିରୋହୋଣ୍ଡା ବାଇକ ଜବତ କରିବାରେ ସକ୍ଷମ ହୋଇଛନ୍ତି । ଗିରଫ ଦୁଇଜଣ ଢେଙ୍କାନାଳ ସହରର ହାଉସିଂ ବୋର୍ଡ ଅଞ୍ଚଳର ଫିରୋଜ ଖାଁ ଓ ବନମାଳୀ ପ୍ରସାଦ ଅଞ୍ଚଳର ରତ୍ନାକର ରାଉତ ବୋଲି ଜଣାପଡିଛି । ଗିରଫ ଦୁଇଜଣ ବଜ୍ରକାପ୍ତା କାତିକୁ ବାହାରକୁ ଚାଲାଣ କରୁଥିବା ଜଣାପଡିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.