ETV Bharat / state

ଢେଙ୍କାନାଳରେ ବଢୁଛି କୋରୋନା ମୃତ୍ୟୁହାର, 2 ଦିନରେ ଗଲାଣି 4 ଜୀବନ - Dhenkanal corona update

ରାଜ୍ୟରେ କୋରୋନା ମୃତ୍ୟୁ ସଂଖ୍ୟା ବଢୁଥିବା ବେଳେ ଢେଙ୍କାନାଳରେ ମଧ୍ୟ କୋରୋନା ମୃତ୍ୟୁହାର ବଢିବାରେ ଲାଗିିଛି । ରବିବାର ପୁଣି ଜିଲ୍ଲାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଗତ 2ଦିନ ମଧ୍ୟରେ କୋରୋନାରେ ମୋଟ୍ 4ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଅଧିକ ପଢନ୍ତୁ..

ଢେଙ୍କାନାଳରେ ବଢୁଛି କୋରୋନା ମୃତ୍ୟୁହାର
ଢେଙ୍କାନାଳରେ ବଢୁଛି କୋରୋନା ମୃତ୍ୟୁହାର
author img

By

Published : Oct 4, 2020, 4:07 PM IST

ଢେଙ୍କାନାଳ: ଜିଲ୍ଲାରେ ଦିନକୁ ଦିନ କୋରୋନା ସଂକ୍ରମଣ ବଢୁଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ରବିବାର ପୁଣି ଜିଲ୍ଲାରେ ଜଣଙ୍କର ମୃତ୍ୟୁ ଘଟିଛି । ଗତ 2ଦିନ ମଧ୍ୟରେ କୋରୋନାରେ ମୋଟ୍ 4ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।

ରବିବାର ମୃତ୍ୟୁ ବରଣ କରିଥିବା ମୃତକଜଣକ ଭୁବନ ଅଞ୍ଚଳର ୭୦ବର୍ଷୀୟ ପୁରୁଷ । ତେବେ ଗତ ଶନିବାର ଜିଲ୍ଲାରେ 3ଜଣଙ୍କର ମୃତ୍ୟୁ ହୋଇଥିଲା । ଏହି 4ଜଣ ମୃତକଙ୍କୁ ମିଶାଇ ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ୧୦ରେ ପହଞ୍ଚିଛି ।

ରବିବାର ଜିଲ୍ଲାରେ 85ଜଣ କୋରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଜିଲ୍ଲାରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା 3979ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ ହୋମ କ୍ବାରେଣ୍ଟାଇନରୁ 58ଜଣ, ସ୍ଥାନୀୟ ସଂକ୍ରମଣରୁ18 ଜଣ, ଭୁବନେଶ୍ବର ଓ କଟକ ମେଡିକାଲରୁ 9ଜଣ, ଢେଙ୍କାନାଳ ମ୍ୟୁନିସପାଲଟିରୁ 26, ଭୁବନରୁ 2 , ଓଡାପଡାରୁ 3, ସଦର ବ୍ଳକରୁ 5, ଗଦିଁଆରୁ 22, କାମାକ୍ଷାନଗର ଏନଏସିରୁ 1, ପରଜଙ୍ଗରୁ 10, କାମାକ୍ଷାନଗରରୁ 7ଜଣ ଚିହ୍ନଟ ହୋଇଛନ୍ତି । ସମସ୍ତ ଆକ୍ରାନ୍ତଙ୍କୁ ଢେଙ୍କାନାଳର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

ସେପଟେ ଚିକିତ୍ସା ପରେ 57ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ରବିବାର ସୁଦ୍ଧା ଜିଲ୍ଲାରେ 3979 ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ 3363 ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା 606 ଜଣ ଆକ୍ରାନ୍ତ ଚିକତ୍ସିତ ହେଉଛନ୍ତି ବୋଲି ଜଣାପଡିଛି।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.