ETV Bharat / state

ନିଯୁକ୍ତି ସମୟସୀମା ବୃଦ୍ଧି ଦାବିରେ କୋଭିଡ ନର୍ସଙ୍କ ପ୍ରତିବାଦ - ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା

ଢେଙ୍କାନାଳରେ ନିଯୁକ୍ତି ସମୟସୀମା ବୃଦ୍ଧି ପ୍ରତିବାଦରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଲେ ଅସ୍ଥାୟୀ ନର୍ସ । ପଢନ୍ତୁ ଅଧିକ ....

ନିଯୁକ୍ତି ସମୟସୀମା ବୃଦ୍ଧି ଦାବିରେ କୋଭିଡ ନର୍ସଙ୍କ ପ୍ରତିବାଦ

author img

By

Published : Oct 28, 2020, 7:53 PM IST

ଢେଙ୍କାନାଳ: ନିଯୁକ୍ତି ସମୟସୀମା ବୃଦ୍ଧି ପ୍ରତିବାଦରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଲେ ଅସ୍ଥାୟୀ ନର୍ସ। ମହାମାରୀ କୋରୋନା ସମୟରେ ସଂକ୍ରମିତ ମାନଙ୍କୁ ଚିହ୍ନଟ ହେଉ ବା ଚିକିତ୍ସା ଅସ୍ତାୟୀ ଭାବେ 3 ମାସ ପାଇଁ ନିଯୁକ୍ତି ପାଇଥିବା ନର୍ସ ମାନେ ଏବେ ତାଙ୍କ ନିଯୁକ୍ତି ସମୟ ସୀମା ବୃଦ୍ଧି ପାଇଁ ଦାବି କରୁଛନ୍ତି । ଏପରି କିଛି ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲାରେ ।

ନିଯୁକ୍ତି ସମୟସୀମା ବୃଦ୍ଧି ଦାବିରେ କୋଭିଡ ନର୍ସଙ୍କ ପ୍ରତିବାଦ

କୋଭିଡ କାର୍ଯ୍ୟରେ ତିନିମାସ ପାଇଁ ଅସ୍ଥାୟୀ ନିଯୁକ୍ତି ହୋଇଥିବା ଏହି ନର୍ସ ମାନଙ୍କ ପକ୍ଷରୁ ନିଯୁକ୍ତି ଅବଧି ବଢାଇବା ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ଧାରଣା ଦିଆଯିବା ସହ ପ୍ରତିବାଦ ଶୋଭାଯାତ୍ରା କରାଯାଇଛି । ଯୁବ ସମାଜସେବୀ ଦେବାଶିଷ ହୋତାଙ୍କ ନେତୃତ୍ବରେ ନର୍ସ ମାନେ ଏକ ଶୋଭାଯାତ୍ରାରେ ଯାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ଏ ସମ୍ପର୍କରେ ସେମାନେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ଦାବିପତ୍ର ଜିଲ୍ଲାପ୍ରଶାସନ ଜରିଆରେ ପ୍ରଦାନ ମଧ୍ୟ କରିଛନ୍ତି।

ତେବେ ନିଜ ଦାବିରେ ଜିଲ୍ଲାପାଳ କାର୍ଯ୍ୟାଲୟ ଆଗରେ ଧାରଣାରେ ଅଡି ବସିବାରୁ ପୁଲିସ ସେମାନଙ୍କୁ ପ୍ରଥମେ ଗିରଫ କରି ପରେ ଛାଡ଼ି ଦେଇଥିବା ଜଣାପଡିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.