ETV Bharat / state

ମକର ସଂକ୍ରାନ୍ତିରେ ଅଘଟଣ, ୨ ମୃତ

Accident News: ପୃଥକ ଘଟଣାରେ ୨ ଜଣଙ୍କ ମୃତ୍ୟୁ । ବ୍ରିଜ ତଳକୁ ଖସିଲା ବାଇକ ଚାଳକ ମୃତ୍ୟୁ ବରଣ କରିଥିବାବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଛେଳି ଚରାଳିଙ୍କ ମୃତ୍ୟୁ ଘଟିଥିବା ସୂଚନା । ଅଧିକ ପଢନ୍ତୁ

ମକର ସଂକ୍ରାନ୍ତିରେ ଅଘଟଣ , ଦୁଇ ମୃତ
ମକର ସଂକ୍ରାନ୍ତିରେ ଅଘଟଣ , ଦୁଇ ମୃତ
author img

By ETV Bharat Odisha Team

Published : Jan 15, 2024, 7:27 PM IST

ଢେଙ୍କାନାଳ: ଗୋଟିଏ ଦିନରେ ଗଲା ଦୁଇଟି ଜୀବନ । ପବିତ୍ର ମକର ସଂକ୍ରାନ୍ତିରେ ଢେଙ୍କାନାଳ ଦୁଇଟି ଅଘଟଣ ।ଏଥିରେ ଦୁଇ ଜଣକ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । କାମାକ୍ଷାନଗର ମହୁଲପାଳ ଗାଁ ସ୍ଥିତ ବ୍ରିଜ୍ ଉପରୁ ତଳକୁ ଖସିଛି ବାଇକ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପରଜଙ୍ଗ ଥାନା ବସୁଲେଇ ଗାଁ ନିକଟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣଙ୍କ ମୃତ୍ୟୁ ହୋଇଥିବା ଡଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତ ଦେହକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।

ସୂଚନାଯୋଗ୍ୟ କାମାକ୍ଷାନଗର ମହୁଲପାଳ ଗାଁ ପାଖରେ ଅଘଟଣ । ଜଣେ ବାଇକ ଚାଳକ ଭାରସାମ୍ୟ ହରାଇ ପୋଲ ଉପରୁ ତଳକୁ ଖସି ପଡ଼ିଥିଲେ । ଏଥିରେ ଯୁବକ ଜଣକ ଗଭୀର ଆହାତ ହୋଇଥିଲେ । ମୃତ୍ୟୁକ ଜଣକ ହେଉଛନ୍ତି କାମାକ୍ଷାନଗର ଥାନା ଆଲୁଅଝରଣ ଗ୍ରାମ ଜୁଆଙ୍ଗ ସାହିର ଦୁର୍ଯ୍ୟୋଧନ ପ୍ରଧାନଙ୍କ ପୁଅ ଦିପୁ ପ୍ରଧାନ ବୋଲି ଜଣାପଡିଛି ।

ଦିପୁ ବାଇକ ଯୋଗେ କାମାକ୍ଷାନଗରରୁ କାମସାରି ନିଜ ଗାଁ ଆଲୁଅଝରଣକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ବ୍ରିଜ ତଳକୁ ବାଇକ ସହ ଖସି ପଡ଼ିଥିଲେ । ଗୁରୁତର ଅବସ୍ଥାରେ ସ୍ଥାନୀୟ ଯୁବକମାନେ ତାଙ୍କୁ ଉଦ୍ଧାର କରି କାର୍ ଯୋଗେ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରିଥଲେ । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଏ ନେଇ ମେଡିକାଲ ପରିସରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପାଠାଇଛି ।

ଏହା ମଧ୍ୟ ପଢନ୍ତୁ ......OSRTC ବସ ଓ ସ୍କର୍ପିଓ ମୁହାଁମୁହିଁ ଧକ୍କା, ୮ ଗୁରୁତର

ଜିଲ୍ଲାର ପରଜଙ୍ଗ ଥାନା ବସୁଲେଇ ଗ୍ରାମ ନିକଟରେ ୧୩୨ କେଭି ତାର ସଂସ୍ପର୍ଶରେ ଆସି ଜଣେ ଛେଳି ଯଗୁଆଳିଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଉଛନ୍ତି ସେହି ଗ୍ରାମର ଜଗନ୍ନାଥ ରାଉତ । ସେ ଛେଳି ଚରାଇବାକୁ ଯାଇଥିବାବେଳେ ୧୩୨ କେଭି ତାରକୁ ଲାଗି ଏକ ଗଛ ରହିଥିଲା । ଉକ୍ତ ଗଛରୁ ଛେଳି ପାଇଁ ଡାଳ ହାଣିବାକୁ ଯିବାବେଳେ ବିଦ୍ୟୁତ ତାର ସଂସ୍ପର୍ଶ ଆସିିଥିଲେ । ଫଳରେ ତାଙ୍କର ୨ଟି ଗୋଡ଼ ସମ୍ପୂର୍ଣ ପୋଡ଼ି ଯାଇଥିଲା । ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଛି । ଏ ନେଇ ଖବର ପାଇ ପରଜଙ୍ଗ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସେପଟେ ବିଦ୍ୟୁତ ତାର ଝୁଲିବାକୁ ନେଇ ସ୍ଥାନୀୟ ଲୋକକେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.