ETV Bharat / state

ସାଙ୍ଗର ସ୍ତ୍ରୀ ଓ ପିଲାକୁ ନେଇ ଫେରାର ହେଲା ସାଙ୍ଗ, ଥାନାରେ ହାଇଡ୍ରାମା - ଯାଜପୁର ଜିଲ୍ଲା କାଳିଆପାଣୀ ଗ୍ରାମ

ସାଙ୍ଗର ସ୍ତ୍ରୀ ଓ ପିଲାକୁ ନେଇଗଲା ସାଙ୍ଗ । ଏପରି ଘଟଣା ଘଟିଛି ଯାଜପୁର ଜିଲ୍ଲା କାଳିଆପାଣୀ ଗ୍ରାମରେ । ଅଧିକ ପଢନ୍ତୁ

ସାଙ୍ଗ ନାଁରେ କଳଙ୍କ
ସାଙ୍ଗ ନାଁରେ କଳଙ୍କ
author img

By ETV Bharat Odisha Team

Published : Sep 29, 2023, 10:45 PM IST

ସାଙ୍ଗ ନାଁରେ କଳଙ୍କ

ଢେଙ୍କାନାଳ: ସାଙ୍ଗ ନାଁରେ କଳଙ୍କ । ସାଙ୍ଗର ସ୍ତ୍ରୀ ଓ ପିଲାକୁ ନେଇ ଫେରାର ହେଲା ସାଙ୍ଗ । ଏପରି ଘଟଣା ଘଟିଛି ଯାଜପୁର ଜିଲ୍ଲା କାଳିଆପାଣୀ ଗ୍ରାମରେ । ତେବେ ଏହି ଘଟଣାକୁ ନେଇ ପୋଲିସ ଷ୍ଟେସନରେ ଦୁଇଟି ଏତଲା ଦାୟର କରାଯାଇଥିବା ବେଳେ ଥାନାରେ ଦେଖିବାକୁ ମିଳିଛି ହାଇଡ୍ରାମ ।

ସୂଚନା ଅନୁଯାୟୀ, ଗ୍ରାମର ନିତ୍ୟାନନ୍ଦ ମହାନ୍ତ ୩୪ ବର୍ଷ ଓ ରସିଆ ହେନ୍ତାଳିଆ ୩୫ ବର୍ଷ ଦୁଇ ଡ୍ରାଇଭର ସାଙ୍ଗ ସାଥୀ ହୋଇ ଏକିଠୀ ଗାଡି ଚଲାଉଥିଲେ । ଦୁହିଁଙ୍କ ମଧ୍ୟରେ ଥିଲା ନିବିଡ ସମ୍ପର୍କ । ନିତ୍ୟାନନ୍ଦ ମହାନ୍ତ ସ୍ତ୍ରୀ ନିରସି ମହାନ୍ତ ଓ ଦୁଇ ଝିଅଙ୍କୁ ନେଇ ସଂସାର । ସେହିପରି ରସିଆ ହେନ୍ତାଳିଆଙ୍କ ସ୍ତ୍ରୀ ମାମୁନୀ ପିଙ୍ଗୁଆ ଓ ଏକ ପାଞ୍ଚ ବର୍ଷର ପୁଅକୁ ନେଇ ସୁଖଦୁଃଖର ସଂସାର । ଉଭୟଙ୍କ ପରିବାର ମଧ୍ୟରେ ଭଲ ସମ୍ପର୍କ ଥିବା ବେଳେ ନିତ୍ୟାନନ୍ଦ ସର୍ବାଦା ରସିଆଙ୍କ ଘରକୁ ଯିବା ଅସିବା କରିଥାନ୍ତି । ଏହାରି ମଧ୍ୟରେ ନିତ୍ୟାନନ୍ଦ ମହାନ୍ତ ଓ ମାମୁନି ପିଙ୍ଗୁଆ ମଧ୍ୟରେ ପ୍ରେମ ସମ୍ପର୍କ ଗଢିଉଠିଥିଲା । ମାମୁନୀଙ୍କ ସ୍ବାମୀ ରସିଆ ଏହି କଥା ଜାଣିବା ପରେ ଦୁଇ ପରିବାର ମଧ୍ୟରେ ଥିବା ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା ।

ସେହି ଦିନଠାରୁ ଆଜକୁ ସାତ ମାସ ହେବ ନିତ୍ୟାନନ୍ଦ ମହାନ୍ତ ଛତିଶଗଡରେ ଏକ କମ୍ପାନୀରେ ଗାଡି ଚଳାଇ ପରିବାର ପ୍ରତିପୋଷଣ କରୁଥିଲେ । କିନ୍ତୁ ଆଜକୁ ଦୁଇ ଦିନ ହେବ ନିତ୍ୟାନନ୍ଦ ଗଣେଷ ପୂଜାକୁୁ ଗାଁକୁ ଆସିଥିଲେ । ଗତକାଲି(ଗୁରୁବାର) ରସିଆ ହେନ୍ତାଳିଆ ଗାଡି ଚଳାଇବା ପାଇଁ ଯାଇଥିବାର ସୁଯୋଗ ନେଇ ମାମୁନୀ ପୀଙ୍ଗୁଆ ପୁଅକୁ ସାଥୀରେ ନେଇ ନିତ୍ୟାନନ୍ଦ ମହାନ୍ତଙ୍କ ସହିତ ଘରୁ ପଳାଇଥିଲେ । ତେବେ ଏହି ଖବର ନିତ୍ୟାନନ୍ଦଙ୍କ ପରିବାର ଲୋକେ ଜାଣିପାରି ଖୋଜାଖୋଜି କରିଥିଲେ । ଏହା ସମ୍ପର୍କରେ ନିତ୍ୟାନନ୍ଦଙ୍କ ପରିବାର ଲୋକେ ଭୁବନ ପୋଲିସକୁ ଖବର କରିଥିଲେ । ଘଟଣାସ୍ଥଳରେ ଭୁବନ ପୋଲିସ ପହଞ୍ଚି ରାତି ଦୁଇଟା ସମୟରେ ନିତ୍ୟାନନ୍ଦ, ମାମୁନୀ ଓ ନାବାଳକ ପୁତ୍ରକୁ ଥାନାକୁ ନେଇ ଅଟକ ରଖିଥିଲେ ।

ଏହା ମଧ୍ୟ ପଢନ୍ତୁ...ତିନି ମାସର ଛୁଆକୁ ଛାଡି ମାଆ ଫେରାର, ଥାନାରେ ଏତଲା

ତେବେ ଆଜି ଥାନାରେ ଦେଖିବାକୁ ମିଳିଥିଲା ହାଇଡ୍ରାମା । ନିତ୍ୟାନନ୍ଦଙ୍କ ସ୍ତ୍ରୀ ନିରସି ମହାନ୍ତ ସ୍ବାମୀଙ୍କୁ ନେଇ ଘରକୁ ଯିବାକୁ ଜିଦ ଧରିଥିବାବେଳେ କିନ୍ତୁ ନିତ୍ୟାନନ୍ଦ ଉଭୟ ମହିଳାଙ୍କୁ ନିଜ ପାଖରେ ରଖିବେ ବୋଲି ଜିଦ୍ କରିଥିଲେ । ଏହାକୁ ନେଇ ନିତ୍ୟାନନ୍ଦଙ୍କ ସ୍ତ୍ରୀ ନିରସି ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ଅନ୍ୟପଟେ ମାମୁନୀ ପିଙ୍ଗୁଆଙ୍କ ସ୍ବାମୀ ରସିଆ ହେନ୍ତାଳିଆ ଭୁବନ ଥାନାରେ ପହଞ୍ଚି ସ୍ତ୍ରୀ ବିରୋଧରେ ଏକ ଲିଖିତ ଅଭିଯୋଗ ଦାୟର କରି ସ୍ତ୍ରୀକୁ ଛାଡି ପୁଅକୁ ନେବା ପାଇଁ କହିଥିଲେ । ତେବେ ଦୁଇ ପକ୍ଷ ମଧ୍ୟରେ କୌଣସି ସମାଧାନ ବାଟ ନଫିଟିବାରୁ ପୋଲିସ ଦୁଇଟି ଅଭିଯୋଗକୁ ଗ୍ରହଣ କରି ତଦନ୍ତ ଆରମ୍ଭ କରିଛି ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.