ଢେଙ୍କାନାଳ: ଅଣାୟତ କୋରୋନା । ଦିନକୁ ଦିନ କମିବା ବଦଳରେ ବୃଦ୍ଧି ପାଇବାରୁ ଲାଗିଛି କୋଭିଡ-19 ସଂକ୍ରମଣ । ଢେଙ୍କାନାଳ ଜିଲ୍ଲାରୁ ରବିବାର ପୁଣି 13 ଜଣ କୋରୋନା ଚିହ୍ନଟ ହୋଇଛନ୍ତି । ୧୩ଜଣଙ୍କ ମଧ୍ୟରେ କଙ୍କଡାହାଡ଼ ବ୍ଲକ ସଦର ମହକୁମାରୁ ୫ଜଣ, ଗଁନ୍ଦିଆ ଷଢଙ୍ଗୀରୁ ୨ଜଣ ଓ କାଲୁରିଆରୁ ଜଣେ ।
ସେହପରି ଗୋବିନ୍ଦପୁରରୁ ଜଣେ, କାମାକ୍ଷାନଗର ନୂଆ ରେକୁଳାରୁ ଜଣେ, ରାସୋଳ ଓ ବାବନ୍ଧରୁ ଜଣେ ଲେଖାଏଁ ଓ ଅନ୍ୟଜଣେ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରୁ ଜଣେ ଚିହ୍ନଟ ହୋଇଛନ୍ତି । ତେବେ ଏମାନଙ୍କ ମଧ୍ୟରୁ ରାସୋଳ ଓ ବାବନ୍ଧର କେବଳ ସଙ୍ଗରୋଧ କେନ୍ଦ୍ରରୁ । ଅନ୍ୟ ସମସ୍ତେ ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡିଛି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ