ETV Bharat / state

ସହରରେ ମାତିଛନ୍ତି ଚନ୍ଦନ ତସ୍କର, ଲୁଟ ହେଉଛି ଚନ୍ଦନ ଗଛ

author img

By

Published : Jun 18, 2023, 11:10 AM IST

ଦେବଗଡ଼ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମ ପରିଷରରେ ଥିବା ତିନୋଟି ଚନ୍ଦନ ଗଛକୁ କାଟି ଲୁଟ । ଅଧିକ ପଢନ୍ତୁ

sandal wood loot
sandal wood loot
sandal wood loot

ଦେବଗଡ: ଦେବଗଡ଼ ସହରରେ ମାତିଛନ୍ତି ଚନ୍ଦନ ତସ୍କର । ଲୁଟକରି ଚାଲିଛନ୍ତି ଗୋଟିଏ ପରେ ଗୋଟିଏ ମୂଲ୍ୟବାନ ଚନ୍ଦନ ଗଛ । ହେଲେ ଏମାନଙ୍କ ଟେର ପାଉନି ପୋଲିସ କିମ୍ବା ବନ ବିଭାଗ । ତେବେ କିଛିଦିନର ନୀରବତା ପରେ ଦେବଗଡ଼ ସହରରେ ପୁଣିଥରେ ସକ୍ରିୟ ହୋଇ ଉଠିଛନ୍ତି ଚନ୍ଦନ ତସ୍କର । ଗତକାଲି ରାତିରେ ଦେବଗଡ଼ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମ ପରିଷରରେ ଥିବା ତିନୋଟି ଚନ୍ଦନ ଗଛକୁ କାଟି ଲୁଟି ନେଇଛନ୍ତି ଏହି ତସ୍କର ।

ସୂଚନା ଅନୁଯାୟୀ, ଦେବଗଡ଼ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମ ପରିଷରରେ ଥିବା ଜିଲ୍ଲା କ୍ରୀଡା ସଂସଦ ଅଫିସ ସମ୍ମୁଖରେ ଆଜକୁ 15 ବର୍ଷ ହେଲା ରହିଥିବା ତିନୋଟି ପରିପକ୍ୱ ଚନ୍ଦନ ଗଛକୁ ଲୁଟି ନେଇଛନ୍ତି ଚନ୍ଦନ ତସ୍କର । ରାତ୍ର ସମୟ ପ୍ରାୟ 1. 30 ଟା ରୁ 2 .30 ମଧ୍ୟରେ ଏହି ଚନ୍ଦନ ଗଛ ଲୁଟ ହୋଇଥିବା କୁହାଯାଉଛି । ଦୁର୍ବୃତ୍ତ ମାନେ ଆସି ଇଲେକ୍ଟ୍ରି କଟରରେ ଏହି ତିନୋଟି ଚନ୍ଦନ ଗଛକୁ ମୂଳରୁ କାଟି ଲୁଟ କରି ନେଇଛନ୍ତି । ଏନେଇ ଗତକାଲି ଭୋରରୁ ଅଫିସ ଜଗୁଆଳି ଗଛ ତିନୋଟି କଟା ଯାଇଥିବା ଦେଖି କ୍ରୀଡା ସମ୍ପାଦକ ଓ ଅନ୍ୟ କର୍ମକର୍ତ୍ତାଙ୍କୁ ଖବର ଦେଇଥିଲେ ।

ଏନେଇ କ୍ରୀଡା ସାଂସଦ କର୍ମକର୍ତ୍ତା ଘଟଣାସ୍ଥଳରେ ପହଞ୍ଚି ଗଛ ତିନୋଟି କଟାଯାଇଥିବା ଦେଖି ପୋଲିସ ଓ ବନବିଭାଗକୁ ଜଣାଇଥଲେ । ବନବିଭାଗ କର୍ମଚାରୀ ଆସି ଘଟଣାର ତଦାରଖ କରିବା ସହ କଟାଯାଇଥିବା ତିନୋଟି ଗଛର ମୂଲ୍ୟାୟନ କରିଥିଲେ । ତେବେ ସେହି ତିନୋଟି ଗଛ 15 ବର୍ଷର ପୁରୁଣା ଗଛ ହୋଇଥିବା ବେଳେ ଏହ ର ଆନୁମାନିକ ମୂଲ୍ୟ ପ୍ରାୟ 2 ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି । ଉଭୟ ପୋଲିସ ଓ ବନବିଭାଗ ପକ୍ଷରୁ ଘଟଣାର ଅନୁସନ୍ଧାନ ଜାରି ରହିଛି ।

ତେବେ ଦେବଗଡ଼ ସହରରେ ଏହା କିଛି ନୁଆଁ କଥା ନୁହଁ । ବିଗତ କିଛିବର୍ଷ ମଧ୍ୟରେ ଦେବଗଡ଼ ସହରର ବିଭିନ୍ନ ମନ୍ଦିର ପ୍ରାଙ୍ଗଣ ଓ ଲୋକଙ୍କ ବଗିଚାରେ ଥିବା ପ୍ରାୟ ଶତାଧିକ ଚନ୍ଦନ ଗଛକୁ ଏହି ତସ୍କର ମାନେ ଲୁଟ କରି ନେଇଥିବା ଜଣାଯାଇଛି । କିଛିମାସ ପୂର୍ବରୁ ପ୍ରଧାନପାଟ ଚମ୍ପକେଶ୍ୱର ମନ୍ଦିର, ଗୋପାଳଜୀଉ ମନ୍ଦିର ସମେତ ଲୋକଙ୍କ ଗୃହ ପରିଷରରୁ ଲଗାତାର ଭାବେ ଏକାଧିକ ପରିପକ୍ୱ ଚନ୍ଦନ ଗଛ ଲୁଟ ହୋଇଥିଲା । ଯାହାର କୌଣସି ଟେର ସୁଦ୍ଧା ଏପର୍ଯ୍ୟନ୍ତ ମିଳିପାରିନାହିଁ । ସହରରେ ସକ୍ରିୟ ଥିବା ଏହି ଚନ୍ଦନ ତସ୍କରଙ୍କୁ ଠାବ କରି ଏମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ସହରବାସୀ ଦାବି କରିଛନ୍ତି ।

ଇଟିଭି ଭାରତ, ଦେବଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.