ଦେବଗଡ: କୋରୋନା ମହାମାରୀ ପାଇଁ ସାରା ଦେଶରେ ଲକଡାଉନ ଜାରି ହୋଇଛି । ଏହି ସମୟରେ ଦେବଗଡ଼ ପୌରାଞ୍ଚଳରେ ଥିବା ଜନସାଧାରଣଙ୍କୁ ପୌରପରିଷଦ ପକ୍ଷରୁ 30 ପ୍ରତିଶତ ହୋଲଡିଂ ଟ୍ୟାକ୍ସ ରିହାତି ପାଇଁ ଦେବଗଡ଼ ବିଧାୟକ ସୁବାଷ ଚନ୍ଦ୍ର ପାଣିଗ୍ରାହୀ ଦାବି କରିଛନ୍ତି ।
![Deogarh legislator has demanded a tax reduction on the holding of the municipality](https://etvbharatimages.akamaized.net/etvbharat/prod-images/od-deo-02-holdingtax-rebate-demand-avo-10022_20042020190139_2004f_1587389499_460.jpg)
ଏ ବାବଦରେ ସେ ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲଙ୍କ ସହିତ ଆଲୋଚନା କରିଛନ୍ତି । ଲକଡାଉନ ସମୟରେ ସମସ୍ତଙ୍କ ଆର୍ଥିକ ସ୍ଥିତି ଦୁର୍ବଳ ହୋଇ ପଡିଛି । ତେଣୁ ହୋଲଡିଂ ଟ୍ୟାକ୍ସରେ ପୌରବାସୀଙ୍କୁ ରିହାତି ଦେଇ ସହାୟତା କରିବାକୁ ବିଧାୟକ ପ୍ରଶାସନ ନିକଟରେ ଦାବି କରିଛନ୍ତି । ଜିଲ୍ଲାପାଳ ଓ ପୌର ଅଧିକାରୀ ଏଥିପ୍ରତି ଆବଶ୍ୟକ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିବା ବିଧାୟକ ସୁବାଷ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।
ଅନ୍ୟପକ୍ଷରେ ମେଡିକାଲ ଓ ଇଞ୍ଜିନିୟରିଂ ପଢିବାକୁ ରାଜସ୍ଥାନ କୋଟାକୁ ଯାଇଥିବା ଓଡ଼ିଶାର ଛାତ୍ରଛାତ୍ରୀ ମାନେ ଲକଡାଉନ ଯୋଗୁଁ ସେଠାରେ ଅଟକି ରହିଛି । ସେମାନଙ୍କୁ ଓଡିଶାକୁ ଫେରାଇ ଆଣିବାକୁ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ବିଧାୟକ ପାଣିଗ୍ରାହୀ ପତ୍ର ମାଧ୍ୟମରେ ଅନୁରୋଧ କରିଛନ୍ତି ।
ଦେବଗଡରୁ ସରୋଜ ଶତପଥୀ, ଇଟିଭି ଭାରତ