ETV Bharat / state

ବଢୁଛି କିଡନୀ ରୋଗ, ସଚେତନତା ବାର୍ତ୍ତା ବାଣ୍ଟିଲା SCB - ଏସସିବି ବଡ଼ ମେଡିକାଲ

ଏସସିବି ବଡ଼ ମେଡିକାଲ ରେ ପାଳିତ ହୋଇଛି ବିଶ୍ୱ କିଡନୀ ଦିବସ। ଏନେଇ ଏସସିବିର ସମସ୍ତ ଡାକ୍ତରୀ ଛାତ୍ରଛାତ୍ରୀ ଏକ ବିଶାଳ ରାଲି ଜରିଆରେ ହାତରେ ଫ୍ଲାଗ କାର୍ଡ ଧରି ଏହି ରୋଗ ନେଇ ସଚେତନ କରିଛନ୍ତି। ଅଧିକ ପଢନ୍ତୁ

World Kidney Day
World Kidney Day
author img

By

Published : Mar 9, 2023, 10:24 PM IST

World Kidney Day

କଟକ: ଏସସିବି ବଡ଼ ମେଡିକାଲ ରେ ପାଳିତ ହୋଇଛି ବିଶ୍ୱ କିଡନୀ ଦିବସ। ଏହି ଉପଲକ୍ଷେ ଏସସିବି ର ସମସ୍ତ ଡାକ୍ତରୀ ଛାତ୍ରଛାତ୍ରୀ ଏକ ବିଶାଳ ରାଲି ଜରିଆରେ ହାତରେ ଫ୍ଲାଗ କାର୍ଡ ଧରି ଏହି ରୋଗ ନେଇ ସଚେତନ କରାଇଥିଲେ। ବର୍ତ୍ତମାନ ସମୟରେ ସାରା ବିଶ୍ୱରେ କିଡନୀ ଜନିତ ରୋଗ ବୃଦ୍ଧି ପାଇବାରେ ଲାଗିଛି। ପ୍ରତି 10ଜଣରେ ଜଣେ କିଡନୀ ରୋଗୀ ଚି଼ହ୍ନଟ ହେଉଛନ୍ତି। ଧୀରେ ଧୀରେ ରୋଗୀ ଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହା ସମସ୍ତ ଙ୍କ ପାଇଁ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି।

ବିଶେଷକରି ପରିଶ୍ରା କମିବା, ପରିଶ୍ରା କରିବା ସମୟରେ କଷ୍ଟ , ରକ୍ତ ପଡିବା ଇତ୍ୟାଦି ଏହି ରୋଗର ଲକ୍ଷଣ। ତେବେ କଟକ ଏସସିବି ମେଡିକାଲ ରେ ଏହି ରୋଗ ର ସଫଳ ମୁକାବିଲା କରାଯାଉଛି। ଚିକିତ୍ସା ସେବା ସମ୍ପୂର୍ଣ୍ଣ ମାଗଣାରେ ଯୋଗାଇ ଦିଆଯାଉଛି। ଏହି ରୋଗ ମଧୁମେହ ଉଚ୍ଚ ରକ୍ତ ଚାପ ରୋଗୀ ଙ୍କ କ୍ଷେତ୍ର ରେ ଅଧିକ ଦେଖିବାକୁ ମିଳୁଥିବା ବେଳେ ଅନିୟମିତ ଖାଦ୍ୟ ଗ୍ରହଣ , ପେନ କିଲର ସେବନ, କମ ପାଣି ପିଇବା ଫଳରେ ମଧ୍ୟ ଏହି ରୋଗ ହୋଇଥାଏ। ବ୍ୟାପକ ସଚେତନତା ହିଁ ରୋଗ କୁ ରୋକିବାର ମୂଳ ଉପାୟ ବୋଲି ବିଶିଷ୍ଟ ଡକ୍ଟର ଓ ବିଶେଷଜ୍ଞ ମତ ଦେଇଛନ୍ତି ।

ତେବେ ଆଜିର ପରିସ୍ଥିତି ତଥା ଜରୁରୀ କାଳୀନ ପରିସ୍ଥିତି ରେ କିପରି କିଡନୀ ରୋଗୀ ନିଜକୁ ସୁରକ୍ଷିତ ଓ ସୁସ୍ଥ ରଖିପାରିବେ ସେନେଇ ଚଳିତ ବର୍ଷ ବାର୍ତ୍ତା ପ୍ରଦାନ କରାଯାଇଛି। ଆଜିର ଦିନରେ ଅଧିକ ରୁ ଅଧିକ ସଂଖ୍ୟା ରେ ଆକସ୍ମିକ ମୃତ୍ୟୁବରଣ କରୁଥିବା ବ୍ୟକ୍ତି କିଡନୀ ଦାନ କରନ୍ତୁ ବୋଲି ଡାକ୍ତର ଅପିଲ କରିଛନ୍ତି ଡାକ୍ତରୀ ଛାତ୍ରଛାତ୍ରୀ। ତେବେ କିଡନୀ ଦିବସ ହେଉଛି ଏକ ବିଶ୍ୱବ୍ୟାପୀ ସ୍ୱାସ୍ଥ୍ୟ ସଚେତନତା ଅଭିଯାନ । ପ୍ରତିବର୍ଷ ମାର୍ଚ୍ଚ ଦ୍ୱିତୀୟ ଗୁରୁବାରରେ ଏହି ଦିବସ ପାଳନ କରାଯାଏ । ଏହା ଇଣ୍ଟରନ୍ୟାସନାଲ ସୋସାଇଟି ଅଫ୍ ନେଫ୍ରୋଲୋଜି ଏବଂ ଇଣ୍ଟରନ୍ୟାସନାଲ ଫେଡେରେସନ୍ ଅଫ୍ କିଡନୀ ଫାଉଣ୍ଡେସନ-ୱାର୍ଲ୍ଡ କିଡନୀ ଆଲାଏନ୍ସ ର ମିଳିତ ପ୍ରୟାସ ।

2006 ଠାରୁ ପ୍ରତିବର୍ଷ ଏହି ଦିନ ପାଳନ କରାଯାଉ ଅଛି କିଡନୀ ଦିବସ । କଟକ ଏସସିବି ବଡ ମେଡିକାଲ ନେଫରୋଲୋଜି ଓ ୟୁରୋଲୋଜି ବିଭାଗ ପକ୍ଷରୁ ଏହି ଦିବସ ପାଳନ କରାଯାଇଛି। ଏସସିବି ଅଧିକ୍ଷକ ଡାକ୍ତର ସୁଧାଂଶୁ ଶେଖର ମିଶ୍ର , ଅଧକ୍ଷ ଡାକ୍ତର ପ୍ରସନ୍ନଜିତ ମହାନ୍ତି , ୟୁରୋଲୋଜି ବିଭାଗୀୟ ମୁଖ୍ୟ ଡାକ୍ତର ସମୀର ସ୍ୱାଇଁ ଓ ନେଫରୋଲୋଜି ବିଭାଗୀୟ ଡାକ୍ତର ଅରୁଣା ଆଚାର୍ଯ୍ୟ ପ୍ରମୁଖ ଏହି ବିଶାଳ ରାଲି ରେ ଯୋଗଦେଇ ଡାକ୍ତରୀ ଛାତ୍ରଛାତ୍ରୀ ମାନଙ୍କ ମନୋବଳ ବଢାଇବା ସହ ବିଶ୍ୱ ଉଦ୍ଧେଶ୍ୟରେ ସଚେତନତା ବାର୍ତା ବାଣ୍ଟିଥିଲେ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.