ETV Bharat / state

ପାର୍ଲରରୁ ମହିଳାଙ୍କ ମୃତ ଦେହ ଉଦ୍ଧାର, ଆତ୍ମହତ୍ୟା ସନ୍ଦେହ

କଟକ ସିଡିଏ ସେକ୍ଟର ୬ ଅଞ୍ଚଳରେ ଥିବା ଏକ ପାର୍ଲରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କଲା ମର୍କତନଗର ଥାନା ପୋଲିସ ।

ପାର୍ଲରରୁ ମହିଳାଙ୍କ ମୃତ ଦେହ ଉଦ୍ଧାର
ପାର୍ଲରରୁ ମହିଳାଙ୍କ ମୃତ ଦେହ ଉଦ୍ଧାର
author img

By

Published : Oct 22, 2022, 8:01 PM IST

କଟକ: ପାର୍ଲରରୁ ମହିଳାଙ୍କ ମୃତଦେହ ଉଦ୍ଧାର । କଟକ ସିଡିଏ ସେକ୍ଟର ୬ ଅଞ୍ଚଳରେ ଥିବା ଏକ ପାର୍ଲର ମଧ୍ୟରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କଲା ପୋଲିସ(Woman dead body recovered from Parlour in Cuttack ) । ମହିଳା ଜଣଙ୍କ ବିଷ ପିଇ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି । ମହିଳା ଜଣଙ୍କ ହେଉଛନ୍ତି ତୃପ୍ତି ପ୍ରଭା ଦାସ, ତାଙ୍କ ବୟସ ୪୫ ବର୍ଷ ବୋଲି ଜଣାପଡିଛି ।

ପାର୍ଲରରୁ ମହିଳାଙ୍କ ମୃତ ଦେହ ଉଦ୍ଧାର

ମିଳିଥିବା ସୂଚନା ଅନୁଯାୟୀ, ମର୍କତନଗର ଥାନା ଅଞ୍ଚଳର CDA ସେକ୍ଟର ୬ରେ ଥିବା ଏକ ପାର୍ଲରରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ପୋଲିସ ଖବର ପାଇଥିଲା । ଏହାପରେ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ପରେ ପୋଷ୍ଟମର୍ଟମ ପାଇଁ ବଡ଼ ମେଡ଼ିକାଲ ପଠାଇଥିଲା ମର୍କତନଗର ଥାନା ପୋଲିସ (Markatnagar police station)। ପ୍ରାଥମିକ ତଦନ୍ତରୁ ଏହା ଆତ୍ମହତ୍ୟା ବୋଲି ସନ୍ଦେହ କରାଯାଉଛି । ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି । ସିଡିଏ ସେକ୍ଟର ୬ରେ ପାର୍ଲର ଘର ଭଡ଼ା ନେଇ ପାର୍ଲର କରିଥିଲେ ।

ଏହା ମଧ୍ୟ ପଢନ୍ତୁ-ଜେଲ କୋଠରୀରେ ନାଗ ଚାନ୍ଦ ଦମ୍ପତି, ଜବତ ଡାଏରୀକୁ ନେଇ ବଢିଲା ସସପେନ୍ସ ?

ବିଷ ପିଇ ମହିଳା ଜଣଙ୍କ ଆତ୍ମହତ୍ୟା କରିଥିବା ସନ୍ଦେହ କରୁଛି ପୋଲିସ । ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁ କିପରି ହେଲା ତାହା ସ୍ପଷ୍ଟ ହେବ । ଗତ ୫ ବର୍ଷ ପୂର୍ବରୁ ମୃତ ମହିଳାଙ୍କ ସ୍ଵାମୀଙ୍କ ପରଲୋକ ହୋଇଯାଇଛି । ଗୋଟିଏ ପୁଅ ରାୟଗଡ଼ା ଗୁଣୁପୁରରେ ପାଠ ପଢୁଛି । ତେବେ ମହିଳା ଜଣଙ୍କ କାହିଁକି ଆତ୍ମହତ୍ୟା କଲେ ତାର କାରଣ ପୋଲିସର ତଦନ୍ତ ପରେ ହିଁ ସ୍ପଷ୍ଟ ହେବ । ଏହା ପଛରେ ପାରିବାରିକ କାରଣ ରହିଛି ନା ଆଉ କିଛି ଏହାକୁ ନେଇ ଅଧିକ ତଦନ୍ତ କରିବ ପୋଲିସ ।

ଏହା ମଧ୍ୟ ପଢନ୍ତୁ-ଖୁସି ଖବର: ଓଡିଶା ଫେରିବ ବିଜୁ ପଟ୍ଟନାୟକଙ୍କ ଡାକୋଟା ବିମାନ, AAI ର ଗ୍ରୀନ ସିଗନାଲ

ଏହି ଘଟଣା ନେଇ କଟକ ସିଡିଏ ପିନାକ ମିଶ୍ର କହିଛନ୍ତି ଯେ, ''ସେକ୍ଟର ୬ ଅଞ୍ଚଳରେ ଥିବା ଏକ ପାର୍ଲରରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ବିଷକ୍ରିୟା ଯୋଗୁଁ ମହିଲାଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ମୃତଦେହକୁ ଉଦ୍ଧାର କରାଯାଇ ପୋଷ୍ଟମର୍ଟମ ପାଇଁ ପଠାଯାଇଛି । ରିପୋର୍ଟ ଆସିବା ପରେ ତଦନ୍ତ ଆଗକୁ ଯିବ ବୋଲି କହିଛନ୍ତି କଟକ ଡିସିପି ।''

କଟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.