ETV Bharat / state

Ramdan 2023: ବୁଧବାର ଦିଶିଲାନି ରମଜାନ ଚାନ୍ଦ, 24ରେ ପ୍ରଥମ ରୋଜା

ଗତକାଲି ରାଜ୍ୟର କୌଣସି ସ୍ଥାନରେ ଚନ୍ଦ୍ର ଦେଖା ନ ଯିବା କାରଣରୁ ଆସନ୍ତାକାଲି(ଶୁକ୍ରବାର) ଠାରୁ ଆରମ୍ଭ ହେବ ରମଜାନ ମାସ । ଅଧିକ ପଢନ୍ତୁ

author img

By

Published : Mar 23, 2023, 7:34 AM IST

Ramadan 2023
Ramadan 2023
Ramadan 2023

କଟକ: ଆସନ୍ତାକାଲି(ଶୁକ୍ରବାର) ଠାରୁ ଇସଲାମ ଧର୍ମାଲମ୍ବୀଙ୍କ ଆରମ୍ଭ ହେବ ରମଜାନ ମାସ । ଗତକାଲି ରାଜ୍ୟର କୌଣସି ସ୍ଥାନରେ ଚନ୍ଦ୍ର ଦେଖା ନଯିବା କାରଣରୁ କଟକ ଚାନ୍ଦ କମିଟି ନେଇଛି ନିଷ୍ପତ୍ତି । ତେବେ ଶୁକ୍ରବାର ଦିନ ରମଜାନ ମାସର ପ୍ରଥମ ଦିନ ହୋଇଥିବା ବେଳେ ଅଞ୍ଜୁମାନ ଇସଲାମୀୟ ଅହଲେ ସୁନ୍ନତ ଅଲ୍ ଜମାତ କାର୍ଯ୍ୟାଳୟରେ ଚାନ୍ଦ କମିଟି ପକ୍ଷରୁ ଆୟୋଜିତ ବୈଠକ ପରେ ଏହି ଘୋଷଣା କରାଯାଇଛି ।

ତେବେ ଅନ୍ୟପଟେ କଟକ ସହରରେ ରମଜାନ ମାସ ଆରମ୍ଭ ହେବାକୁ ଥିବାବେଳେ ସବୁ ଆଡେ ଏକ ନିଆରା ପରିବେଶ ଦୃଷ୍ଟିଗୋଚର ହୋଇଛି । ମୁସଲିମ ଭାଇ ଓ ଭଉଣୀ ଏନେଇ ଏବେଠୁ ପ୍ରସ୍ତୁତି ପର୍ଯ୍ୟାୟରେ ଲାଗି ପଡିଲେଣି । ତେଣୁ ଏହି ପବିତ୍ର ରମଜାନ ମାସ ଆରମ୍ଭ ପୂର୍ବରୁ ଗତ ମଙ୍ଗଳବାର କଟକର ସମସ୍ତ ମସଜିଦ ବୁଲି ଦେଖିଥିଲେ ମେୟର ସୁବାସ ସିଂ ଓ କମିଶନର । ଇଦ୍‌ ସମୟରେ ଯେପରି ମୁସଲିମ ସମ୍ପ୍ରଦାୟର ଲୋକ ମାନେ କୌଣସି ଅସୁବିଧାର ସମୁଖୀନ ନ ହେବେ ସେନେଇ ଗତକାଲି(ବୁଧବାର) ସାହି ମୁରବି ଓ ମସଜିଦ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ ମେୟର ଓ କମିଶନର । ସ୍ଥାନୀୟ କର୍ପୋରେଟର ସିଏମସିର ସମସ୍ତ ଅଧିକାରୀ ବିଭିନ୍ନ ସ୍ଥାନରେ ପାନୀୟ ଜଳ ଓ ଆଲୋକୀକରଣ ୨୪ ଘଣ୍ଟା ବ୍ୟବସ୍ଥା ଉପରେ ଗୁରୁତ୍ବ ଦେବାକୁ ଅନୁରୋଧ କରିଥିଲେ । ଏଥିସହ ମୁସଲମାନ ସଂଗଠନ ଓ ବରିଷ୍ଠ ନାଗରିକ ମାନେ ଖୁବ ଶୀଘ୍ର ଅନ୍ୟାନ୍ୟ ମସଜିଦ ପରିଦର୍ଶନ କରି ସମସ୍ତ ପ୍ରକାରର ସୁବିଧା ଯୋଗାଇଦେବା ନିମନ୍ତେ ପ୍ରତିଶ୍ରୁତି ଦେଇଥିଲେ ମେୟର ଓ ସିଏମସି କମିସନର ।

ସେହିପରି ରମଜାନ ଗୋଟିଏ ମାସ ଧରି ଚାଲିବାକୁ ଥିଲା ବେଳେ ଏହି ଦିନ ମଧ୍ୟରେ ପରିମଳ, ଲାଇଟ, ଜଳ ଯୋଗାଣ ଇତ୍ୟାଦି ଦିଗ ବେଶ ଗୁରୁତ୍ୱ ବହନ କରେ । କାହିଁକି ନା ମାସ ତମାମ ମସଜିଦରେ ହଜାର ହଜାର ମୁସିଲମ ଭାଇ ମାନେ ମସଜିଦରେ ନମାଜ ପଢିବା ସହ ରୋଜା ରଖିବେ । ତେଣୁ ଏହାକୁ ନଜର ରଖି କଟକ ମହାନଗର ନିଗମ ସମ୍ପୁର୍ଣ୍ଣ ପ୍ରସ୍ତୁତ ରହିଛି । ତେବେ ମସଜିଦ ସମେତ ସହରକୁ କିପରି ଏହି ଇଦ ସମୟରେ ସରସ ସୁନ୍ଦର କରାଯିବ ଏନେଇ ସବୁ ବ୍ଲୁ ପ୍ରିଣ୍ଟ ଶେଷ ହୋଇଛି । କଟକରେ ବିଶେଷକରି କଦମ ଏ ରସୁଲ , ଇଦଗା, ଛୋଟୀ ମସଜିଦ, ବଡି ମସଜିଦ, ପଲଟନ ମସଜିଦ ସୁତାହାଟ, ଓଡ଼ିଆ ବଜାର ମସଜିଦ ଆଦିରେ ଚଳିତବର୍ଷ ଇଦ ପର୍ବ ବେଶ ଧୁମଧାମରେ ପାଳନ ହେବ । ସେନେଇ ସମସ୍ତ ମସଜିଦରେ ପ୍ରସ୍ତୁତି ପର୍ଯ୍ୟାୟ ଶେଷରେ ପହଞ୍ଚିଛି । ତେଣୁ ଭାଇଚାରା ସହରରେ ଯେପରି ଦୁର୍ଗା ପୂଜା ସେହିପରି ଇଦ । ସବୁ ପର୍ବକୁ ବେଶ ଆଡ଼ମ୍ବରରେ ପାଳନ କରିବା ନେଇ ଲୋକମାନଙ୍କ ମଧ୍ୟରେ ଉତ୍ସାହ ରହିଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.