କଟକ: ସଟଡାଉନ ହେଲା କଟକ । ଜୁଲାଇ 8 ତାରିଖ ପର୍ଯ୍ୟନ୍ତ ସମଗ୍ର ସହର ହେବ ସଟଡାଉନ । କୋରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ଯୋଗୁଁ ଶନିବାର ଏଭଳି ନିଷ୍ପତ୍ତି ନେଇଛି କଟକ ମହାନଗର ନିଗମ ।
ନଜର ପକାନ୍ତୁ କ’ଣ ରହିଛି ଗାଇଡଲାଇନ:-
![Silver City shutdown until July 8](https://etvbharatimages.akamaized.net/etvbharat/prod-images/od-ctc-04-shutdowncuttack-avo-7204966_04072020142925_0407f_1593853165_412.png)
- ଅତିଜରୁରୀ ନଥିବା ଯାତ୍ରା ଏବଂ ଆବଶ୍ୟକ ନଥିବା ଦୋକାନ ଗୁଡିକ ସମ୍ପୂର୍ଣ୍ଣ ବନ୍ଦ ରହିବ
- ସକାଳ 5ଟାରୁ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ସଉଦା, କ୍ଷୀର ଓ ପରିବା ଦୋକାନ ଖୋଲା ରହିବ । ସାମାଜିକ ଦୂରତା ଏବଂ ମାସ୍କ ପରିଧାନ କରି ଏହି ଦୋକାନ ଗୁଡିକୁ ଯାଇପାରିବେ
- ଔଷଧ ଦୋକାନ ଗୁଡିକ ମଧ୍ୟ ଖୋଲା ରହିବ
- ଅନଲାଇନରେ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ମଗାଇପାରିବେ
- ଜରୁରୀକାଳୀନ ସେବା ଯଥା, ଇଲେକଟ୍ରିସିଟି ଏବଂ ପାଣି ଯୋଗାଣ ଜାରି ରହିବ
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ