କଟକ: ଆଜି ପବିତ୍ର ଅକ୍ଷୟ ତୃତୀୟା । କୃଷକ ମାନଙ୍କ ପାଇଁ ଦିନଟିଏ । ଆଜିର ଦିନରେ କୌଣସି ପ୍ରକାର ନୂତନ କାର୍ଯ୍ୟ ଆରମ୍ଭ କରାଯାଇଥାଏ । ଏହି ଅବସରରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଆଠଗଡ ନିର୍ବାଚନ ମଣ୍ଡଳୀର ଆଠଗଡ ବ୍ଲକର ସମସରପୁର ଗାଁରେ ଅଖିମୁଠି ଅନୁକୂଳ କରିଛନ୍ତି ।
ଓଡ଼ିଶାର ପାରମ୍ପରିକ ରୀତିନୀତି ଅନୁଯାୟୀ ସେ ବିଲରେ ପୂଜାର୍ଚ୍ଚନା କରିବା ସହ ହଳ କରି ଧାନ ବୁଣିଛନ୍ତି । ଆୟୋଜିତ ସଭାରେ ଯୋଗଦେଇ ଚାଷୀଙ୍କ ପାଇଁ ଅଭାବି ଧାନ ବିକ୍ରୀ, କାଳିଆ ଯୋଜନା, ସୋସାଇଟିର ଋଣ ଜାଲିଆତି ଘଟଣାରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ ।
କେନ୍ଦ୍ର ସରକାରଙ୍କ ଯୋଜନା ଚାଷୀଙ୍କ ପାଖରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ସଭାପତିଙ୍କ ସମେତ ରାଜ୍ୟ କୃଷକ ମୋର୍ଚ୍ଚାର ପଦାଧିକାରୀ ଓ ଦଳୀୟ କାର୍ଯ୍ୟକର୍ତ୍ତାମାନେ ଯୋଗ ଦେଇଥିଲେ ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ