ETV Bharat / state

ନଭେମ୍ବର 12ରୁ ବାଲିଯାତ୍ରା, ରିକ୍ସାର ମଜା ନେବେ ସହରିଆ - rickshaw to be grant entry in bali yatra

ରିକ୍ସା ଚାଳକଙ୍କୁ ଗ୍ରୀନ ସିଗନାଲ । ଚଳିତବର୍ଷ ଲୋକେ ରିକ୍ସା ମାଧ୍ୟମରେ ଉଠାଇପାରିବେ ବାଲିଯାତ୍ରାର ମଜା । ଏଥିପାଇଁ ବାଲିଯାତ୍ରାରୁ ଚାଲିବ ‘ମୋ କଟକ ବାଲିଯାତ୍ରା ରିକ୍ସା’ ।

ବାଲିଯାତ୍ରାରେ ରିକ୍ସାର ଗ୍ରାଣ୍ଟ ଏଣ୍ଟ୍ରି
author img

By

Published : Oct 25, 2019, 9:13 PM IST

କଟକ: ଆସନ୍ତା 12 ତାରିଖରୁ ଜମିବ ଐତିହାସିକ ବାଲିଯାତ୍ରା । ଆଉ ଏଥର ବାଲିଯାତ୍ରାରେ ଗ୍ରାଣ୍ଡ ଏଣ୍ଟ୍ରି କରିବ ରିକ୍ସା । ରିକ୍ସାରେ ବାଲିଯାତ୍ରା ବୁଲିବାକୁ ପ୍ରଶାସନ ନେଇଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ପୂର୍ବ ନିର୍ଦ୍ଧାରିତ ଭଡା ଅନୁସାରେ ରିକ୍ସା ଚାଳକ ନେବେ ପାରିଶ୍ରମିକ । ଆଜି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିବା ଗୁରୁତ୍ବପୂର୍ଣ୍ଣ ବୈଠକରେ ‘ମୋ କଟକ ବାଲିଯାତ୍ରା ରିକ୍ସା’କୁ ଗ୍ରୀନ ସିଗନାଲ ଦେଇଛି ପ୍ରଶାସନ ।

ବାଲିଯାତ୍ରାରେ ରିକ୍ସାର ଗ୍ରାଣ୍ଟ ଏଣ୍ଟ୍ରି

ସେପଟେ ଏହି ନିଷ୍ପତ୍ତିକୁ ସ୍ବାଗତ କରିଛି ରିକ୍ସା ଚାଳକ ସଂଘ । କଟକରେ କାଁଭାଁ ରିକ୍ସା ଦେଖିବାକୁ ମିଳୁଥିବାବେଳେ ହାତବାନ୍ଧି ବସିଛନ୍ତି ରିକ୍ସାଚାଳକ । ତେବେ ଜିଲ୍ଲା ପ୍ରଶାସନର ଏହି ନିଷ୍ପତ୍ତି ସେମାନଙ୍କ ମନରେ ଆଶାର କିରଣ ଦେଖାଇଛି । ଏହାଦ୍ବାରା ରିକ୍ସା ପ୍ରତି ଲୋକଙ୍କ ଆଗ୍ରହ ବଢିବା ସହ ପ୍ରଦୂଷଣ ମାତ୍ରା କମି ପାରିବ ବୋଲି କହିଛନ୍ତି ରିକ୍ସା ଚାଳକ ସଂଘର ଉପସଭାପତି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Intro:କଟକ: ରିକ୍ସା ଚାଳକ ଙ୍କୁ ଗ୍ରୀନ ସିଗନାଲ । ଚଳିତବର୍ଷ ଦର୍ଶକମାନେ ରିକ୍ସା ମାଧ୍ୟମରେ ଉଠାଇପାରିବେ ବାଲିଯାତ୍ରା ର ମଜା । ପାର୍କିଂ ପାଖରୁ ଆରମ୍ଭ କରି ଗୋଟିଏ ଦୋକାନରୁ ଅନ୍ୟ ଦୋକାନ ପର୍ଯ୍ୟନ୍ତ ବୁଲିବା ସହ ଯାତ୍ରା ର ମଜା ଉଠାଇବେ ଯାତ୍ରୀ । ବିନା କୌଣସି ଅସୁବିଧା ରେ ଯାତ୍ରୀ ବୁଲି ପାରିବେ ସମସ୍ତ ଦୋକାନ ବଜାର । ତେବେ ଆଜି କଟକ ରିକ୍ସା ସଂଘ ମାଲିକ ମାନଙ୍କ ସହ ରୁଦ୍ଧ ଦ୍ୱାର ବୈଠକ ପରେ ଆସିଛି ଏହି ବଡ଼ ନିଷ୍ପତି । ଯାହାଦ୍ୱରା ପରିବେଶ ପ୍ରଦୂଷଣ କୁ ରୋକିବା ସହ ଓ ରିକ୍ସା ଚାଳକ ମାନଙ୍କୁ ମଧ୍ୟ କିଛି ରୋଜଗାର ଯୋଗାଇ ପାରିବ ।

Body:ଭିଓ୧: ଜିଲା ପ୍ରଶାସନ ର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଚଳିତବର୍ଷ ବାଲିଯାତ୍ରା ରେ ରିକ୍ସା ରେ ବୁଲିବେ ଯାତ୍ରୀ । ଯେଉଁ ଦୋକାନ ଯିବେ ସେଠାକୁ ରିକ୍ସା ଚାଳକ ନେଇ ପହଞ୍ଚାଇ ଦେବ । ପାରିଶ୍ରମିକ ହିସାବରେ କୌଣସି ଅପ୍ରତିକର ସ୍ଥିତି ମଧ୍ୟ ଉପୁଜୀବନି । ଏହାଦ୍ୱାରା ପରିବେଶ ପ୍ରଦୂଷଣ କୁ ରୋକା ଯାଇପାରିବ । ଏହାଛଡା ରିକ୍ସା ଚାଳକ ମାନେ କିଛି ମାତ୍ରାରେ ରୋଜଗାର କ୍ଷମ ମଧ୍ୟ ହୋଇପାରିବେ । ତେବେ ସମସ୍ତ ପ୍ରଶାସନିକ ନିୟମ ଅଧୀନରେ ରହିବେ ରିକ୍ସା ଚାଳକ । କେତେ ରିକ୍ସା ଏକା ସମୟରେ ପଡିଆ କୁ ପ୍ରବେଶ କରିବ । କଣ ରହିବ ଡ୍ରେସ କୋର୍ଡ ତାହା ଆଗାମୀ ଦିନରେ ନିର୍ଧାରଣ କରିବ ଜିଲା ପ୍ରଶାସନ ।

ବାଇଟ: ଭବାନୀ ଶଙ୍କର ଚୟିନୀ( ଜିଲାପାଳ କଟକ)

ଭିଓ୨: ଅନ୍ୟପଟେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି କୁ ସ୍ଵାଗତ କରିଛି କଟକ ରିକ୍ସା ମାଲିକ ସଂଘ । ରିକ୍ସା ବ୍ୟବସାୟ ଧୀରେ ଧୀରେ ବୁଡିବାକୁ ଲାଗିଥିଲା ବେଳେ ପ୍ରଶାସନ ଙ୍କ ଏପରି ନିଷ୍ପତି ରିକ୍ସା ଚାଳକଙ୍କୁ ଆଶାର କିରଣ ଦେଖାଇଛି । ଯାହାଦ୍ୱାରା ସାଧାରଣ ରିକ୍ସା ଚାଳକ ମାନେ କିଛି ମାତ୍ରାରେ ରୋଜଗାର କ୍ଷମ ହେବେ । ଓ ତାଙ୍କ ପରିବାର ପାଳନ ପୋଷଣ କରିପାରିବେ । କହିବାକୁ ଗଲେ ଏହି ଆଭିମୁଖ୍ୟ ନିଶ୍ଚନ୍ତ ରୂପେ ଆମ ପାଇଁ ଏକ ନୂତନ ରାହା ବୋଲି କହିଛନ୍ତି କଟକ ରିକ୍ସା ମାଲିକ ସଂଘର ସମ୍ପାଦକ ଓ ଉପସଭାପତି ।

ବାଇଟ: ସରତ ଚନ୍ଦ୍ର ସେନାପତି ( ସଂଘ ସମ୍ପାଦକ)
ବାଇଟ: ପ୍ରମୋଦ ଅଗ୍ରୱାଲ( ସଂଘ ଉପ ସଭାପତି)

Conclusion:ଫାଭିଓ: ତେବେ ବୁଡିଯାଉଥିବା ରିକ୍ସା ବ୍ୟବସାୟ ରେ ଆସିଛି ଆଶା ର କିରଣ । ଜିଲା ପ୍ରଶାସନ ପକ୍ଷରୁ ନିଆଯାଇଥିବା ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଶ୍ଚିତ ରୂପରେ ରିକ୍ସା ଚାଳକଙ୍କ ମନରେ ହସ ଫୁଟାଇବ ବୋଲି ରହିଛି ବିଶ୍ୱାସ ।

କଟକ ରୁ ପ୍ରଭୁକଲ୍ୟାଣ ପାଳ ଇଟିଭି ଭାରତ ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.