ETV Bharat / state

ଦୁର୍ଘଟଣାକୁ ହାତ ଠାରି ଡାକୁଛି ରାସ୍ତା, ଭାକରସାହି- ଅଡଶପୁର ରାସ୍ତା କାମ କେବେ ? - ମରଣଯନ୍ତା ପାଲଟିଛି ରାସ୍ତା

ମରଣଯନ୍ତା ପାଲଟିଛି ଭାକରସାହି ଠାରୁ ଅଡଶପୁର ପର୍ଯ୍ୟନ୍ତ ରାସ୍ତା । ରାସ୍ତାରେ ସୃଷ୍ଟି ହୋଇଛି କୃତ୍ରିମ ପୋଖରୀ ।‌ ଚାରି ଜିଲ୍ଲାର ଲୋକେ ହନ୍ତସନ୍ତ।‌ ଅଧିକ ପଢନ୍ତୁ

road problem in khordha
road problem in khordha
author img

By ETV Bharat Odisha Team

Published : Sep 14, 2023, 4:00 PM IST

road problem in khordha

ନିଆଳି/ବାଲିପାଟଣା: ମରଣଯନ୍ତା ପାଲଟିଛି ରାସ୍ତା। ଖାଲ ଖମାର ସହ ବର୍ଷା ପାଣିରେ ବେହାଲ ରାସ୍ତାର ଅବସ୍ଥା । ବଡ଼ବଡ଼ ଖାଲ ଢିପ ସାଙ୍ଗକୁ ପାଣି କାଦୁଅରେ ଭର୍ତ୍ତି ପୁରା ରାସ୍ତା । ବର୍ଷା ପରେ କୃତ୍ରିମ ପୋଖରି ସୃଷ୍ଟି ହୋଇଛି ରାସ୍ତାରେ । ଆମେ କହୁଛି ରାଜଧାନୀ ଉପକଣ୍ଠ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ କଥା । ଏଠାରେ ଭାକରସାହି ଠାରୁ ଅଡ଼ଶପୁର ପର୍ଯ୍ୟନ୍ତ ଯାଇଥିବା ଗ୍ରାମ୍ୟ ଉନ୍ନୟନ ବିଭାଗର ରାସ୍ତା ଏବେ ମରଣଯନ୍ତା ପାଲଟିଛି । ରାସ୍ତାରେ ବଡ଼ବଡ଼ ଗର୍ତ୍ତ ହୋଇଥିବାରୁ ଅତି ସତର୍କତାର ସହ ଯାତାୟତ କରୁଛନ୍ତି ଲୋକେ ।

ଦୁଇ କିଲୋମିଟର ରାସ୍ତାରେ ୧୦୦ରୁ ଊର୍ଦ୍ଧ୍ବ ଗର୍ତ୍ତ ସୃଷ୍ଟି ହୋଇଛି । କଟକ ଓ ଖୋର୍ଦ୍ଧା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ରହିଛି ଭାକରସାହି ଓ ଅଡ଼ଶପୁର ପର୍ଯ୍ୟନ୍ତ ରାସ୍ତା । ଏହି ରାସ୍ତା ଦେଇ ପ୍ରତ୍ୟେକ ଦିନ ବାଇକ, ଅଟୋ, କାର, ଟ୍ରାକ୍ଟର, ଡମ୍ପର ଭଳି ଗାଡ଼ି ଯିବା ଆସିବା କରିଥାନ୍ତି। ଏଥି ସହ ସକାଳ ହେଲେ 4ଟି ଜିଲ୍ଲାର ଲୋକେ ଏହି ରାସ୍ତା ଦେଇ ଯାତାୟତ କରନ୍ତି । ବିଶେଷ କରି ଖୋର୍ଦ୍ଧା, କଟକ, ପୁରୀ ଓ ଜଗତସିଂହପୁର ଜିଲ୍ଲାର ଲୋକେ ବିଭିନ୍ନ ସ୍ଥାନକୁ ଭାକରସାହି ଓ ଅଡ଼ଶପୁର ରାସ୍ତା ଦେଇ ଯାତାୟତ କରୁଛନ୍ତି । ରାସ୍ତାରେ ଖାଲଖମା ଯୋଗୁଁ ବହୁ ସମୟରେ ଦୁର୍ଘଟଣା ଘଟିବା ସହିତ ଧନ ଜୀବନ କ୍ଷତି ହେଉଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ-ସୁଧୁରୁନି ରାଞ୍ଚି-ବିଜୟୱାଡା କରିଡ଼ରର ସମସ୍ୟା, ମରାମତି ଆଳରେ ମାଲାମାଲ ହେଉଛନ୍ତି ଯନ୍ତ୍ରୀ ଠିକାଦାର !

ଏହି ରାସ୍ତା ପ୍ରତି ଗ୍ରାମ୍ଯ ଉନ୍ନୟନ ବିଭାଗ ନିଘା ନଥିବା କାରଣରୁ ରାସ୍ତାରେ ପୋଖରୀର ଭ୍ରମ ସୃଷ୍ଟି ହୋଇଛି । ଭାକରସାହି ଓ ଅଡ଼ଶପୁର ଗ୍ରାମ୍ୟ ଉନ୍ନୟନ ରାସ୍ତା ଦେଇ ବାଲିପାଟଣା ବ୍ଲକ ବନମାଳୀପୁର ଓ ଆଖପାଖ ଅଞ୍ଚଳର ଜନସାଧାରଣ ପ୍ରତ୍ୟେକ ଦିନ ଅଡଶପୁର ମେଡିକାଲ ଯାଉଥିବା ବେଳେ ଅଡଶପୁରସ୍ଥିତ ସ୍ୱୟଂ ସାଶିତ ମହାବିଦ୍ୟାଳୟକୁ ବହୁ ଛାତ୍ରଛାତ୍ରୀ ଯିବା ଆସିବା କରିଥାନ୍ତି। କିନ୍ତୁ ବର୍ଷା ଦିନରେ ରାସ୍ତା ସାରା ଗର୍ତ୍ତ ଯୋଗୁଁ ବର୍ଷା ପାଣି ଜମି ରହିଛି । ଯାହା ଫଳରେ ଦୁର୍ଘଟଣା ହେବା ଆଶଙ୍କା ଅଧିକ ରହିଛି । ଏହି ରାସ୍ତା ଏକ ମାତ୍ର ରାସ୍ତା ମହାବିଦ୍ୟାଳୟକୁ ଯିବା ପାଇଁ। ନଚେତ ଅନ୍ଯ ପଟରେ ଗଲେ ବହୁ ବାଟ ଦେଇ ଯିବାକୁ ପଡ଼ିବ। ଭାକରସାହିଠାରୁ ଅଡ଼ଶପୁର ପର୍ଯ୍ୟନ୍ତ ୨ କିଲୋମିଟର ଦୂର ରାସ୍ତା କଟକ ଓ ଖୋର୍ଦ୍ଧା ଜିଲ୍ଲାକୁ ସଂଯୋଗ କରୁଥିବା ବେଳେ ଗ୍ରାମ୍ଯ ଉନ୍ନୟନ ବିଭାଗ ଅଧିନରେ ରହିଛି ଏହି ରାସ୍ତା ।

ଦୁଇ କିଲୋମିଟର ରାସ୍ତା ମଧ୍ୟରୁ କଟକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ରହିଛି ୬ କିଲୋମିଟର ରାସ୍ତା ଏବଂ ଅବଶିଷ୍ଟ ରାସ୍ତା ଖୋର୍ଦ୍ଧା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ତଥା ବାଲିପାଟଣା ବ୍ଲକ ଅଧିନରେ ରହିଛି ଉକ୍ତ ରାସ୍ତା। ଏହି ଦୁଇ ବିଭାଗର ଖାମଖିଆଲି ମନୋଭାବ ଯୋଗୁଁ ହଜାର ହଜାର ଲୋକ ବହୁ ହଇରାଣ ହରକତ ହେଉଥିବା ନେଇ ଅଭିଯୋଗ କରିଛନ୍ତି।

ଏନେଇ ଜଣେ ସ୍ଥାନୀୟ ବାସିନ୍ଦା କହିଛନ୍ତି ଯେ, ଭାକରସାହି ଠାରୁ ଅଡଶପୁର ପର୍ଯ୍ୟନ୍ତ ଯାଇଥିବା ଗ୍ରାମ୍ୟ ଉନ୍ନୟନ ବିଭାଗର ରାସ୍ତା ଉପରେ 4ଟି ଜିଲ୍ଲାକୁ ସଂଯୋଗ ହୋଇଛି। ଆରଡି ବିଭାଗର କୌଣସି ଅଧିକାରୀ ରାସ୍ତା ଉପରେ ନଜର ପକାଉ ନାହାନ୍ତି। ଏହି ରାସ୍ତାରେ ଅନେକ ଥର ଦୁର୍ଘଟଣା ଘଟିଛି । ମୁଁ ଲୋକଙ୍କୁ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲକୁ ପଠାଇଛି।

ଏନେଇ ଖୋର୍ଦ୍ଧା ଓ କଟକ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିକାରୀଙ୍କ ସହିତ ଫୋନରେ ଯୋଗାଯୋଗ କରିବା ପରେ କିନ୍ତୁ ଦୁଇ ବିଭାଗରେ ଅଧିକାରୀ ରାସ୍ତାର ଅନୁଧ୍ୟାନ ପରେ ରାସ୍ତାର ପୁନଃ ଉଦ୍ଧାର ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ଖାଲି ଦେଖିବାକୁ ବାକି ରହିଲା ଭାକରସାହିଠାରୁ ଅଡ଼ଶପୁର ପର୍ଯ୍ୟନ୍ତ ରାସ୍ତାର ମରାମତି କେବେ ହେଉଛି ।

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.