କଟକ: ଗର୍ଜିଲେ ବିଦ୍ୟୁତ ମଜଦୁର ମହାସଂଘ । କଟକ TPCODL କାର୍ଯ୍ୟଳୟ ସମ୍ମୁଖରେ ଓଡ଼ିଶା ରାଜ୍ୟ ବିଦ୍ୟୁତ ମଜଦୁର ମହାସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। କର୍ମଚାରୀମାନେ 4ରି ଦଫା ଦାବି ନେଇ ଧାରଣା ଦେଇଥିବା ମହାସଙ୍ଘର ସଦସ୍ୟ କହିଛନ୍ତି । ଗତ ଏକ ମାସ ହେବ ଏହି ଚାରି ଦଫା ଦାବି ବିଷୟରେ ଟାଟା ପାୱାରକୁ ଚିଠି ଲେଖିଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ କମ୍ପାନୀ ଅଣଦେଖା କରୁଥିବା ଅଭିଯୋଗ ହୋଇଛି ।
ତେବେ ଗତକାଲି ଭୁବନେଶ୍ୱରରେ ବିଦ୍ୟୁତ ମଜଦୁର ମହାସଂଘର ସଦସ୍ୟ ଧାରଣା ଦେଇଥିବା ବେଳେ କର୍ଣ୍ଣପାତ କରିନଥିଲେ କମ୍ପାନୀ କର୍ତ୍ତୃପକ୍ଷ । କମ୍ପାନୀ କର୍ତ୍ତୃପକ୍ଷ ସିଧାସଳଖ ଭାବରେ କୌଣସି କଥା ନଶୁଣିବା ମଧ୍ୟ ଅଭିଯୋଗ ହୋଇଛି । ଦୀର୍ଘ ବର୍ଷ ଧରି TPCODLରେ ଚାକରି କରୁଥିବା କର୍ମଚାରୀଙ୍କୁ ତାଙ୍କ ହକ୍ ମିଳୁନଥିବା ଆଭିଯୋଗ ହୋଇଛି । ମାତ୍ରାଧିକ କାର୍ଯ୍ଯ କରାଉଥଇବା ବେଳେ ଦରମା ଦେବା ସମୟରେ ମୁଲଚାଲ କରୁଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଏଭଳି ଆନ୍ଦୋଳନପନ୍ଥା ଆପଣାଇବାକୁ ବାଧ୍ୟ ହୋଇଛନ୍ତି ବୋଲି କହିଛନ୍ତି ଅନନ୍ଦୋଳନରତ କର୍ମଚାରୀ।
କର୍ମଚାରୀ 4 ଦଫା ଦାଵି ପୂରଣ ନହେବା ପର୍ଯ୍ଯନ୍ତ ଏପରି ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି । ପୂର୍ବରୁ ହେଡ୍ ଅଫିସକୁ ଏକ ଚିଠି ମଧ୍ୟ ପ୍ରଦାନ ସରିଛି ଯେଉଁଥିରେ ଦାବି ସମ୍ବଳିତ ତଥ୍ୟ ରହିଛି । ତେବେ 4 ଦଫା ଦାବି ଦେଉଛି, ସ୍ଥାୟୀ ଚାକିରି, ଦ୍ୱିତୀୟରେ ସମସ୍ତଙ୍କୁ ସମାନ ଦରମା । ତୃତୀୟରେ ଚାକିରିର ସର୍ତ୍ତାବଳୀ ଓ ଶେଷ ଦାବି ହେଉଛି ସ୍ବାସ୍ଥ୍ଯଗତ ବୀମା । କମ୍ପାନୀ କର୍ତ୍ତୃପକ୍ଷ ଏହି ଦିଗରେ କର୍ଣ୍ଣପାତ ନକରିବାରୁ ବାଧ୍ୟ ହୋଇ ଗତକାଲି ଭୁବନେଶ୍ୱର ମୁଖ୍ୟ କାର୍ଯ୍ୟଳୟରେ ଆଠ ହଜାର ବିଦ୍ୟୁତ କର୍ମଚାରୀ ଧାରଣା ଦେଇଥିଲେ ।
ତେବେ ଗୋଟିଏ ପଟେ ଖରା ବର୍ଷା ଶୀତ କାକର ଖାଇ କର୍ମଚାରିମାନେ କାର୍ଯ୍ୟରତ ଥିବା କରୁଛୁ । ଯଦି ଟାଟା କମ୍ପାନୀ ଦାବି ପୂରଣ ନକରେ ତେବେ ଆଗାମୀ ଦିନରେ ହଜାରହଜାର କର୍ମଚାରୀ ନେଇ ଧର୍ମଘଟକୁ ବ୍ୟାପକ କରିବେ ବୋଲି ଚେତାବନୀ ଦେଇଛି ବିଦ୍ୟୁତ ମଜଦୁର ମହାସଂଘର ସଦସ୍ୟ । ତେବେ ଆଜିର ଏହି ଆନ୍ଦୋଳନରେ 200ରୁ ଊର୍ଦ୍ଧ୍ବ କର୍ମଚାରୀ ଯୋଗ ଦେଇ TPCODL କାର୍ଯ୍ୟଳୟ ଆଗରେ ନିଜର ହକ ଓ ଅଧିକାର ପାଇଁ ସ୍ୱର ଉତ୍ତୋଲନ କରିଥିଲେ। ଯଦି ଆଗମୀ ଦିନରେ ଏହି ଦାବି ପୂରଣ ନହୁଏ ତେବେ ଅଫିସ ଆଗରେ ପ୍ରତ୍ୟେକ ଦିନ ନ୍ୟାୟ ମାଗିବୁ ବୋଲି କହିଛନ୍ତି ଆନ୍ଦୋଳନକାରୀ ।
ଇଟିଭି ଭାରତ, କଟକ