ETV Bharat / state

ପୂଜା ବଜାରରେ ଦୁଲୁକିବ ମେଲୋଡି , ଝୁମିବେ ଦର୍ଶକ

author img

By

Published : Aug 28, 2022, 11:11 PM IST

ଆଉ ଦିନ କେଇଟା ପରେ ଗଣେଷ ପୂଜା । ଏନେଇ ପୂଜା ମଣ୍ଡପ ଚଳଚଞ୍ଚଳ । ଏଥିପାଇଁ ଚଳିତ ଥର ପ୍ରତି ପୂଜା ମଣ୍ଡପରେ ଧୂମଧାମ୍‌ରେ ପୂଜା କରିବାକୁ ଜୋରଦାର ପ୍ରସ୍ତୁତି ଦେଖିବାକୁ ମିଳିଛି । ତେବେ ପୂଜା ବଜାରକୁ ଆହୁରି ସରଗରମ କରିବା ପାଇଁ ଚଳିତ ବର୍ଷ ମେଲୋଡି ଟିମ ହେଲେଣି ସଜବାଜ । ଭଳି କି ଭଳି ଗୀତ ସାଙ୍ଗରେ ଲୋକଙ୍କ ମନ ମୋଇବା ପାଇଁ ପ୍ରସ୍ତୁତ ହେଲେଣି ସମସ୍ତ ମେଲୋଡି ପାର୍ଟି । ଅଧିକ ପଢନ୍ତୁ

melody team prepared for puja
ପୂଜା ବଜାରରେ ଦୁଲୁକିବ ମେଲୋଡି , ଝୁମିବେ ଦର୍ଶକ

କଟକ: ଆଉ ଦିନ କେଇଟା ପରେ ଗଣେଷ ପୂଜା । ଏନେଇ ପୂଜା ମଣ୍ଡପ ଗୁଡିକ ଚଳଚଞ୍ଚଳ । ଚିକମିକ ଆଲୁଅରେ ଝଲସିବ ଗାଁଠୁ ସହର । ପୂଜାର ମାହୋଲରେ ଉଠିବ ପଡିବ ସାରା ଓଡିଶା । କୋଭିଡ କଟକଣା ଯୋଗୁଁ ଦୁଇ ବର୍ଷ ହେଲା ଭକ୍ତଙ୍କ ଗହଣକୁ ଆସି ପାରିନଥିଲେ ଗଜାନନ । ଏଥିପାଇଁ ଚଳିତ ଥର ପ୍ରତି ପୂଜା ମଣ୍ଡପରେ ଧୂମଧାମ୍‌ରେ ପୂଜା କରିବାକୁ ଜୋରଦାର ପ୍ରସ୍ତୁତି ଦେଖିବାକୁ ମିଳିଛି । ତେବେ ପୂଜା ବଜାରକୁ ଆହୁରି ସରଗରମ କରିବା ପାଇଁ ଚଳିତ ବର୍ଷ ମେଲୋଡି ଟିମ ହେଲେଣି ସଜବାଜ । ଭଳି କି ଭଳି ଗୀତ ସାଙ୍ଗରେ ଲୋକଙ୍କ ମନ ମୋହିବା ପାଇଁ ପ୍ରସ୍ତୁତ ହେଲେଣି ସମସ୍ତ ମେଲୋଡି ପାର୍ଟି ।

ବିଘ୍ନ ବିନାଶକଙ୍କ ପୂଜା ପରେ ପରେ ଆସିଯିବ ଶାରଦୀୟ ଦୁର୍ଗାପୂଜା । ଚଳିତବର୍ଷ ପୂଜା ବଜାର ହେବ ଚଳଚଞ୍ଚଳ । କାରଣ ଦୁଇ ବର୍ଷ କୋଭିଡ କଟକଣା ପରେ ଚଳିତବର୍ଷ ଜାକଜମକରେ ପାର୍ବଣ ପାଳିବେ ଓଡ଼ିଶାବାସୀ । ଯାହାକୁ ନେଇ ଏବେଠୁ ପ୍ରସ୍ତୁତ ହେଲେଣି ସମସ୍ତ ପୂଜା ମଣ୍ଡପ । ତେବେ ଏହି ଖୁସିର ମାହୋଲ ମଧ୍ୟରେ ପୂଜା ବଜାରକୁ ଆହୁରି ରଙ୍ଗୀନ କରିବା ପାଇଁ ମେଲୋଡି ପାର୍ଟି ହେଲେଣି ପ୍ରସ୍ତୁତ । ଭଳି କି ଭଳି କି ଗୀତ ଷ୍ଟେଜ ରେ ଆସିବ ନଜର । ଗତ ଦୁଇ ବର୍ଷ ଧରି କୋରୋନା ଯୋଗୁଁ କଳାକାରମାନେ ଅନେକ କ୍ଷତିଗ୍ରସ୍ତ ହୋଇଥିଲେ । ହେଲେ ଚଳିତ ବର୍ଷ ଫୁଲ ଦମରେ ପ୍ରସ୍ତୁତ ହେଉଛନ୍ତି ମେଲୋଡି କଳାକାର ।

ବିଶେଷକରି ସମ୍ବଲପୁରୀ ହିନ୍ଦୀ ଓ ,ତେଲୁଗୁ ସିନେମାର ଗୀତରେ ଝୁମିବେ ଦର୍ଶକ । ତେବେ କନସର୍ଟ ପୂର୍ବରୁ ସମସ୍ତ ମେଲୋଡି ପାର୍ଟ ହେଲେଣି ପ୍ରସ୍ତୁତ । ଦେଢ଼ ମାସ ରୁ ଉର୍ଦ୍ଧ୍ଵ ସମୟର ଧରି ଅଭ୍ୟାସ ଆରମ୍ଭ କରିଛନ୍ତି ମେଲୋଡି ଟିମ । ପୁଷ୍ପା ଫିଲ୍ମର ଗୀତ ସାମୀ, ଉ ଅଣ୍ଟା ମାମା, ଶ୍ରୀବଲି ଗୀତ । ସେହିପରି ସମ୍ବଲପୁରୀ ର ଦେଶିଆ ପିଲା , ଝୁଲରେ ନିତାଇ ଝୁଲ , ଶିବ ଶମ୍ଭୁ ଭାଇରାଲ ଗୀତ ରହିବ ଆକର୍ଷଣ । ତେଣୁ ଏହି ଗୀତକୁ ଆହୁରି ସ୍ମୃତି ମଧୁର କରିବା ପାଇଁ ଅଭ୍ୟାସରେ ମାତିଛନ୍ତି ମେଲୋଡି ଟିମ ।

ମେଲୋଡି କଳାକାର କହିଛନ୍ତି, "କଳାକାର ସବୁ ଭେରାଇଟର ଗୀତ ଗାଇପାରିବ । ତେବେ ଦର୍ଶକଙ୍କ ରୁଚିକୁ ଅଗ୍ରାଧିକାର ଦେବା ପାଇଁ ମେଲୋଡି ଦଳ ସବୁ ଅଭ୍ୟାସରେ ମାତିଛନ୍ତି । ତେରି ଝଲକ, ଆମେ ସମ୍ବଲପୁରିଆ, ରସିଆ ପିଲା । ଏବର୍ଷ ଟିକେ ଜବରଦସ୍ତ ରହିବ ।"

2ବର୍ଷ ପରେ ଗଣେଶ ପୂଜା ଧୁମଧାମରେ ପାଳନ ହେବାକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ସାରା ରାଜ୍ୟରେ ପୂଜା ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପୂଜାକୁ ନେଇ ମେଲୋଡି ଟିମର ପ୍ରସ୍ତୁତି ମଧ୍ୟ ଜୋରଦାରରେ ଚାଲିଛି। ତେବେ ପୂଜାରେ କେବଳ କଟକ ନୁହେଁ ବରଂ ଓଡିଶା ଓ ଓଡିଶା ବାହାରେ ମଧ୍ୟ ଚଳିତବର୍ଷ ଦମଦାର ମେଲୋଡିକୁ ଦେଖିବାର ସୁଯୋଗ ପାଇବେ ଦର୍ଶକ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.