କଟକ: କୋରୋନାକୁ ନେଇ ଦେଶରେ ଭୟ ଓ ଆତଙ୍କ । ଏହି ମହାମାରୀ ପ୍ରତ୍ୟେକ ଦିନ ନେଉଛି ଶହ ଶହ ଜୀବନ । ଭାରତରେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ମୃତ୍ୟୁ ସଂଖ୍ୟା 60ରୁ ଅଧିକ ହେଲାଣି । ତେବେ କୋରୋନା ପାଇଁ ସହାୟତାର ହାତ ବଢାଇଛି କଟକ ମାଲଗୋଦାମ ବ୍ୟବସାୟୀ ସଙ୍ଘ ।
ବ୍ୟବସାୟୀ ସଙ୍ଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ ଓ ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡକୁ ଏକ ଲକ୍ଷ ଲେଖାଏଁ ସହାୟତା ରାଶିର ଚେକ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନିଙ୍କ ମାଧ୍ୟମରେ ପଠାଯାଇଛି ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ