ETV Bharat / state

ଦୁର୍ଗା ମଣ୍ଡପରେ ଲାଗୁଛି ମିଟର, ବଢୁଛି ଅସନ୍ତୋଷ

ପୂଜା ମଣ୍ଡପରେ ମିଟର ଲାଗିବା ନେଇ ବଢୁଛି ଅସନ୍ତୋଷ । କିନ୍ତୁ ପୂର୍ବରୁ ପୂଜା ମଣ୍ଡପରେ ମିଟର ଲାଗିବା ନେଇ ସ୍ପଷ୍ଟ କରିଛି TPCODL ।

author img

By ETV Bharat Odisha Team

Published : Oct 12, 2023, 7:37 AM IST

ଦୁର୍ଗା ମଣ୍ଡପରେ ମିଟର ଲାଗିବା ନେଇ ବଢୁଛି ଅସନ୍ତୋଷ

କଟକ: ପୂଜା ମଣ୍ଡପରେ ମିଟର ଲାଗିବା ନେଇ ବଢୁଛି ଅସନ୍ତୋଷ । 2022 ମସିହାରେ ବିଦ୍ୟୁତ ବିଲ ଯେପରି ଦିଆଯାଉଥିଲା ସେହି ଅନୁସାରେ ଦିଆଯିବା ନେଇ ପ୍ରତ୍ୟକ୍ଷ ଓ ପରୋକ୍ଷରେ ଦାବି କରି ଆସୁଛି ମହାନଗର ପୂଜା କମିଟି ଓ ଶାନ୍ତି କମିଟି । ତେବେ ଏହି ଦିଗରେ ପୂର୍ବରୁ ପ୍ରତ୍ୟକ ପୂଜା ମଣ୍ଡପରେ ମିଟର ଲାଗିବା ନେଇ ସ୍ପଷ୍ଟ କରିଛି TPCODL ।

ହେଲେ ଏହି ନିସ୍ପତିକୁ ପରିବର୍ତ୍ତନ କରିବା ପାଇଁ ଦାବି କରିଛନ୍ତି କଟକର ଉଭୟ ଶାନ୍ତି କମିଟି ଓ ପୂଜା କମିଟି । ଆଜି ସିଏମସି କନ୍ଫରେନ୍ସ କକ୍ଷରେ ଏହି ସଂକ୍ରାନ୍ତିୟ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ଟାଟା ପାୱାରର କତ୍ତୃପକ୍ଷ ପୂର୍ବାଞ୍ଚଳ ଶାନ୍ତି କମିଟି ଓ ପୂଜା କମିଟିକୁ ନେଇ ଏହି ବୈଠକର ଆୟୋଜନ କରିଥିଲା କଟକ ମହାନଗର ନିଗମ । ପ୍ରଥମରୁ ହିଁ ମିଟର ଲାଗିବା ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ସମସ୍ତ ପୂଜା କମିଟିର ସଭାପତି ଓ ସଂପାଦକ । ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ବିଦ୍ୟୁତ ବିଲ ପୈଠ କରିବାକୁ ଦାବି କରିଥିଲେ ଶାନ୍ତି କମିଟି ଓ ପୂଜା କମିଟି ।

ଏହା ମଧ୍ୟ ପଢନ୍ତୁ...ଆସୁଛନ୍ତି ମା': ଚଳଚଞ୍ଚଳ ଇସ୍ପାତ ନଗରୀ, ଶୋଭାପାଇବ ଜୟପୁରର ଅଲବର୍ଟ ହଲ ମ୍ୟୁଜିୟମ

ଅନ୍ୟପକ୍ଷରେ ଏହି ଦିଗରେ ବିଧିବଦ୍ଧ ଭାବରେ ଆଲୋଚନା କରାଯାଇ ନିସ୍ପତି ନିଆଯିବ ବୋଲି ସୂଚନା ଦେଇଛନ୍ତି TPCODL କର୍ତ୍ତୃପକ୍ଷ । ତେବେ କହିବାକୁ ଗଲେ ପାଖେଇ ଆସୁଛି ମାଆଙ୍କ ପୂଜା । ଏନେଇ ସବୁ ଆଡ଼େ ପ୍ରସ୍ତୁତି ଆରମ୍ଭ ହୋଇସାରିଲାଣି । ତେବେ ଏହାରି ଭିତରର ଯେଉଁ ପୂଜା ମଣ୍ଡପରେ ମିଟର ଲାଗିବା ନେଇ ଯେଉଁ ପ୍ରଶ୍ନ ଉଠିଥିଲା ତାହା ମଧ୍ୟ ପୂର୍ବରୁ ସ୍ପଷ୍ଟ କରିଥିଲା ଟାଟା ।

ଏହା ମଧ୍ୟ ପଢନ୍ତୁ.....ପୂଜା ସମୟରେ ଚାନ୍ଦା ଆଦାୟକୁ ନା, ଟୋଲ ଫ୍ରି ନମ୍ବର ଜାରି କଲା କମିଶନରେଟ ପୋଲିସ

ପ୍ରତି ମଣ୍ଡପରେ ଇଲେକ୍ଟ୍ରି ମିଟର ଲାଗିବା ନେଇ ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଥିଲା । ହଜାର ବର୍ଷର ସହର କଟକରେ ଦୁର୍ଗା ପୂଜାକୁ ଆଡ଼ମ୍ବରର ସହ ପାଳନ କରାଯାଏ । ଏହାରି ଭିତରେ ବିଦ୍ୟୁତ ବିଭାଗ ମଧ୍ୟ ତାହାର କର୍ତ୍ତବ୍ୟ ସୁଚାର ରୂପେ ପାଳନ କରିବ । ଯଦି ଦେଖିବା କଟକରେ ପୂଜା ପୂର୍ବରୁ ସବୁ ବିଦ୍ୟୁତ ତାରକୁ ଉଚ୍ଚକୁ ନିଆଯିବ, ଖୁଣ୍ଟି ମରାମତି, ଇତ୍ୟାଦି କାମ ଜାରି ରହିଛି । ପୂଜା ପୂର୍ବରୁ ସବୁ କାମ ଶେଷ ହେବ ବୋଲି ପୁର୍ବରୁ ସ୍ପଷ୍ଟ କରିଛି ବିଦ୍ୟୁତ ବିଭାଗ ।

ଇଟିଭି ଭାରତ,କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.