ETV Bharat / state

କଟକରେ ପୁଣି ବେଆଇନ ଲିଙ୍ଗ ନିରୂପଣ କେନ୍ଦ୍ର ଠାବ, ଆକ୍ସନ୍‌ ମୋଡ୍‌ରେ ସ୍ବାସ୍ଥ୍ୟ ବିଭାଗ

author img

By ETV Bharat Odisha Team

Published : Sep 13, 2023, 4:56 PM IST

କଟକ ସ୍ଥିତ ଏକ ଘରୋଇ କ୍ଲିନିକରେ ବେଆଇନ ଗର୍ଭପାତ ଓ ଲିଙ୍ଗ ନିରୂପଣ କରୁଥିବା କ୍ଲିନିକ୍‌ର ପର୍ଦ୍ଦାଫାସ କଲା ସ୍ୱାସ୍ଥ୍ୟ ବିଭାଗ । 3ଟି ଅଲଟ୍ରାସାଉଣ୍ଡ ମେସିନ ସହ ଗର୍ଭପାତ ମେଡ଼ିସିନ ଜବତ । ଅଧିକ ପଢନ୍ତୁ

ଚାଲିଛି ବେଆଇନ ଲିଙ୍ଗ ନିରୂପଣ ଓ ଗର୍ଭପାତ କାରବାର ଚଢାଉ କଲା ସ୍ବାସ୍ଥ୍ୟ ବିଭାଗ

କଟକ: ବେଧଡ଼କ ଚାଲିଛି ବେଆଇନ ଲିଙ୍ଗ ନିରୂପଣ ଓ ଗର୍ଭପାତ କାରବାର । ସ୍ୱାସ୍ଥ୍ୟ ବିଭାଗ ଟିମ୍‌ କଲା ଏହାର ପର୍ଦ୍ଦାଫାସ । ଆଜି 12 ଜଣିଆ ଟିମ ସହରର ଦୋଳମୁଣ୍ଡାଇ, ବାଦାମବାଡ଼ି ଓ ଅରୁଣୋଦୟ ନଗରରେ ଥିବା ଘରୋଇ ହସ୍ପିଟାଲ ଉପରେ ଚଢ଼ାଉ କରି 3ଟି ଅଲଟ୍ରାସାଉଣ୍ଡ ମେସିନ ସହ ଗର୍ଭପାତ ମେଡ଼ିସିନ ଜବତ କରିଛି । ବାହାରକୁ ଫିଜିଓଥେରାପି କ୍ଲିନିକ ନାଁରେ ଏପରି ବେଆଇନ କାର୍ଯ୍ୟ କରୁଥିବା ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ବାସ୍ଥ୍ୟ ବିଭାଗ ଟିମ୍ ଚଢ଼ାଉ କରି ସିଲ୍‌ କରିଛି ।

ସହକାରୀ ଡ୍ରଗ କଣ୍ଟ୍ରୋଲର ଧର୍ମଦେବ ପୁହାଣ କହିଛନ୍ତି, "କଟକ ସହର ମୁଖଶାଳା ବାଦାମବାଡ଼ି ଦୋଳମୁଣ୍ଡାଇ ସାଙ୍ଗକୁ ଅରୁଣଦୟନଗର ଅଞ୍ଚଳରେ ଥିବା ଏକ ଘରୋଇ ହସ୍ପିଟାଲରେ ଏହି ଅପରାଧିକ କାର୍ଯ୍ୟ ଚାଲିଥିଲା । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜଏଣ୍ଟ୍‌ ଡାଇରେକ୍ଟର ଡାକ୍ତର ପ୍ରତିଭା ପ୍ରଧାନଙ୍କ ସମେତ 12 ଜଣିଆ ଟିମ୍‌ ଓ ଡ୍ରଗ୍‌ ବିଭାଗ ଚଢ଼ାଉ କରିଥିଲା । ଏହି ଚଢ଼ାଉରେ 3ଟି ଭିନ୍ନଭିନ୍ନ ସ୍ଥାନରୁ 3ଟି ଅଲଟ୍ରାସାଉଣ୍ଡ ମେସିନ ସହ ଗର୍ଭପାତ ମେଡ଼ିସିନ ଜବତ କରାଯାଇଛି । ଶିଶୁର ଲିଙ୍ଗ ନିରୂପଣ ଆଇନକୁ କଡ଼ାକଡ଼ି ଉଲ୍ଲଂଘନ କରି ବେଆଇନ ଭାବେ ଲିଙ୍ଗ ନିରୂପଣ ସହ ଗର୍ଭପାତ କରାଯାଉଥିଲା । ଘଟଣାକୁ ନେଇ ଅଧିକ ତଦନ୍ତ ଜାରି ରହିଛି ।"

ଏହା ମଧ୍ୟ ପଢନ୍ତୁ... ବେଆଇନ ଗର୍ଭପାତ ଓ ଲିଙ୍ଗ ନିରୂପଣ ମାମଲା, ଡାକ୍ତରଙ୍କୁ ଅଢେଇ ବର୍ଷ ଜେଲ

ତେବେ ଭୃଣ ହତ୍ୟା ଓ ଗର୍ଭ ନିରୂପଣ ଘଟଣା କଟକରେ ପ୍ରଥମ ଥର ନୁହେଁ । ପୂର୍ବରୁ କଟକର ଫ୍ରେଣ୍ଡସ କଲୋନୀରେ ଏକ ଆବାସିକ ଘରେ ହେଉଥିଲା ଭୃଣ ହତ୍ୟା ତାଥା ଲିଙ୍ଗ ନିରୂପଣ କରାଯାଉଥିବା ଜଣା ପଡ଼ିବା ପରେ ସିଲ୍‌ କରାଯାଇଥିଲା । ବେଆଇନ ଭୃଣ ହତ୍ୟା କରୁଥିବା ଡାକ୍ତର ପୁନ୍ୟଶ୍ଲୋକ ଦାସଙ୍କୁ ପୋଲିସ ଗରିଫ କରିଥିଲା । ଏହାସହ ଜିଲ୍ଲା ପ୍ରଶାସନ ଓ ସିଡିଏମଓଙ୍କ ସ୍ଵତନ୍ତ୍ର ଟିମ୍ ଏହି ଚଢାଉ କରିଥିଲା । ଚଢାଉ ସମୟରେ ପାଖାପାଖି 10 ଜଣ ମହିଳାଙ୍କୁ ଉଦ୍ଧାର କରାଯାଇଥିଲା । ଦୀର୍ଘ ଦିନ ହେବ ଶ୍ଳୋକ ନିଜ ଘରେ କ୍ଲିନିକ କରି ବେଆଇନ ଭାବରେ ଏହି କାରବାର ଚଳାଉଥିଲେ । ମୋଟା ଅଙ୍କର ଟଙ୍କା ନେଇ ଗର୍ଭବତୀମାନଙ୍କୁ ଗର୍ଭସ୍ତ ଶିଶୁର ଲିଙ୍ଗ ସମ୍ପର୍କରେ ଜଣାଉ ଥିଲେ । ଏହାସହ ପରିବାର ଲୋକଙ୍କ କଥାରେ ଗର୍ଭପାତ ମଧ୍ୟ କରୁଥିଲେ । ସରକାରଙ୍କ କଡ଼ା କଟକଣା ପରେ ମଧ୍ୟ ଏପରି କିଛି ଲୋଭି ପ୍ରବୃତ୍ତିର ଲୋକେ ଏପରି ବେଆଇନ କାର୍ଯ୍ୟ କଳାପରେ ଲିପ୍ତ ରହୁଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.