ETV Bharat / state

କଟକରେ ପାନୀୟ ଜଳ ଯୋଗାଣରେ ଅସୁବିଧା, ମେୟର କଲେ ସମୀକ୍ଷା

26ନମ୍ବର ଓ୍ବାର୍ଡରେ ଗତ କିଛି ଦିନ ତଳେ 24ଘଣ୍ଟା ଧରି ପାଣି ନ ଆସିଥିବା ନଜରକୁ ଆସିଥିଲା । ତେବେ ଏପରି ସ୍ଥଳେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ ଲୋକେ । ଏନେଇ କଟକବାସୀକଟକ ମହାନଗର ନିଗମରେ ବସିଲା ଗୁରୁତ୍ୱପୂର୍ଣ୍ଣ ବୈଠକ। ଅଧିକ ପଢନ୍ତୁ

author img

By

Published : Sep 15, 2022, 10:33 PM IST

କଟକରେ ପାନୀୟ ଜଳ ଯୋଗାଣରେ ଅସୁବିଧା , ମେୟର କଲେ ରିଭ୍ୟୁ

କଟକ: କଟକରେ ବଢୁଛି ଜଳ ସମସ୍ୟା। ପିଇବା ପାଣି ମିଳିବା ହୋଇ ପଡୁଛି କଷ୍ଟକର । ତେବେ ଏନେଇ ଅନେକ ଓ୍ବାର୍ଡରେ ଏପରି ଚିତ୍ର ସାମ୍ନାକୁ ଆସୁଛି। ଏପରିକ 26ନମ୍ବର ଓ୍ବାର୍ଡରେ ଗତ କିଛି ଦିନ ତଳେ 24ଘଣ୍ଟା ଧରି ପାଣି ନ ଆସିଥିବା ନଜରକୁ ଆସିଥିଲା। ତେବେ ଏପରି ସ୍ଥଳେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ କଟକବାସୀ। ତେବେ ଏନେଇ କଟକ ମହାନଗର ନିଗମ ରେ ବସିଲା ଗୁରୁତ୍ୱପୂର୍ଣ୍ଣ ବୈଠକ ।

ଅନ୍ୟପଟେ ଠାଏ ଠାଏ ବନ୍ୟାଜଳ ପରି ଗୋଳିଆ ପାଣି ଆସୁଥିବାରୁ ଅଭିଯୋଗ ମଧ୍ୟ ହେଉଛି। ଏପରି ସ୍ଥଳେ ୱାଟକୋ ବିଭାଗ ଉପରେ ଉଠିଛି ପ୍ରଶ୍ନ। ତେବେ ଏହି ଅସୁବିଧାର ସମାଧାନ ପାଇଁ କଟକ ମହାନଗର ନିଗମରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ତେବେ ବିଭାଗୀୟ ଯନ୍ତ୍ରୀ ଓ କର୍ପୋରେଟରଙ୍କ ଉପସ୍ଥିତିରେ ମେୟର କରିଛନ୍ତି ରିଭ୍ୟୁ । ତେବେ କେଉଁ ୱାର୍ଡ ରେ କିପରି ପରିସ୍ଥିତି ରହିଛି ତାହହା ଦେଖିବା ସହ ଯେଉଁଟି ବି ଯାନ୍ତ୍ରିକ ତ୍ରୁଟି ଅବା ଗୋଳିଆ ପାଣି ଆସୁଛି ସେହି ୱାର୍ଡରେ ଶୀଘ୍ର ପଦକ୍ଷେପ ଗ୍ରହଣ କରିବାକୁ ୱାଟକୋ କୁ ନିର୍ଦେଶ ଦେଇଛନ୍ତି ମେୟର । ଏଥିସହ ଡେଡ଼ ଲାଇନ ପୂର୍ବରୁ କଟକ ରେ 24 ଘଣ୍ଟିଆ ଜଳ ଯୋଗାଣ କରିବାକୁ ନିର୍ଦେଶ ଦେଇଛନ୍ତି ମେୟର ସୁବାସ ସିଂ ।

ତେବେ ଏନେଇ କର୍ପୋରେଟର ଗଗନ ଓଝା କହିଛନ୍ତି,"ମୋ ଓ୍ବାର୍ଡରେ କିଛି ଅଞ୍ଚଳର 3000 ଲୋକ ପ୍ରାୟତଃ ମାସେ ହେବ ପାଣି ପାଉନାହାନ୍ତି। ଏମାନେ 24 ଘଣ୍ଟିଆ ଜଳ ଯୋଗାଣ କଥା ଚିନ୍ତା କରୁଥିବା ବେଳେ ଅଥଚ ମୋ ଓ୍ବାର୍ଡରେ କିଛି ଲୋକଙ୍କ ଘରେ ଗୋଟେ ବୁନ୍ଦା ବି ପାଣି ଆସୁନି। ତା ପ୍ରତି ସେମାନେ କ'ଣ ବିଚାର କରିବେ । କାରଣ ବର୍ତ୍ତମାନ ସମୟରେ କଟକ ସହରରେ ପାଣି ସମସ୍ୟା ବହୁତ ମାତ୍ରାରେ ଦେଖା ଦେଉଛି। ନଳା ପାଣି କିଛି ଯାଗାରେ ମିଶି ଯାଉଥୁବାରୁ ପାଣିରୁ ଦୁର୍ଗନ୍ଧ ମଧ୍ୟ ଆସୁଛି ଏଥିସହ ଗୋଳିଆ ପାଣି ଦେଖିବାକୁ ମିଳୁଛି।"

ଅନ୍ୟପଟେ କଟକ ମେୟର ସୁବାସ ସିଂ କହିଛନ୍ତି," କଟକକୁ 350 କୋଟି ଟଙ୍କା ବିନିମୟରେ ଜଳ ଯୋଗାଣ ପ୍ରକଳ୍ପ ଡିସେମ୍ବର 2023 ଶେଷ ସୁଧା ହେବାକୁ ଲକ୍ଷ୍ୟ ରହିଛି। ଏବେ 18ଟା ଓଭରହେଡ ଟାଙ୍କି ହେବାର ଅଛି। ଆଗକୁ ଘରେ ଘରେ ମିଟର ଲଗାଯିବ। ମନ ଇଚ୍ଛା ପାଣି ବ୍ୟବହାର କରିପାରିବେ ନାହିଁ ଲୋକେ। ଏଥିସହ ଡେଡ଼ ଲାଇନ ପୂର୍ବରୁ କଟକ ରେ 24 ଘଣ୍ଟିଆ ଜଳ ଯୋଗାଣ କରିବା ନିର୍ଦେଶ ଦେଇଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.