କଟକ/ସମ୍ବଲପୁର: ଜାରି ରହିଛି ବାର କାଉନସିଲ ଅଫ ଇଣ୍ଡିଆ (Bar Council of India ) ର କାର୍ଯ୍ୟାନୁଷ୍ଠାନ । ଆଜି ପୁଣି ସମ୍ବଲପୁର ବାର ଆସୋସିଏସନର 14 ଜଣ ଆଇନଜୀବୀଙ୍କ ଲାଇସେନ୍ସ 18 ମାସ ପାଇଁ କଲା ସସପେଣ୍ଡ (Bar Council of India suspends licences of 14 more lawyers for a period of 18 months) । କାର୍ଯ୍ୟାନୁଷ୍ଠାନ ନେଇ ବାର କାଉନସିଲ ଅଫ ଇଣ୍ଡିଆ ପକ୍ଷରୁ ପ୍ରେସ ରିଲିଜ ଜରିଆରେ ସୂଚନା ।
ଏହାବି ପଢନ୍ତୁ- Action Against Advocates: ସମ୍ବଲପୁରର 29 ଓକିଲଙ୍କ ଲାଇସେନ୍ସ ସସପେଣ୍ଡ କଲା BCI
ଓକିଲ ଆନ୍ଦୋଳନକୁ ନେଇ ଅପ୍ରୀତିକର ପରିସ୍ଥିତିକୁ ନେଇ ଗତକାଲି BCI 29 ଜଣ ଆଇନଜୀବୀଙ୍କ ଲାଇସେନ୍ସ ସସପେଣ୍ଡ କରିଥିଲା । ଏହାସହ ସମ୍ବଲପୁର ବାର ଆସୋସିଏସନକୁ ସାମୟିକ ସମୟ ପାଇଁ ରଦ୍ଦ କରିଥିଲା । ଓଡିଶା ବାର କାଉନସିଲର ତଥ୍ୟ ପ୍ରମାଣ ଆଧାରରେ କାର୍ଯ୍ୟାନୁଷ୍ଠାନ ନେଇଛି BCI । ବର୍ତ୍ତମାନ ସୁଦ୍ଧା 43 ଜଣ ଆଇନଜୀବୀଙ୍କ ଲାଇସେନ୍ସ ହେଲାଣି ସସପେଣ୍ଡ ।
ଏହାବି ପଢନ୍ତୁ- Lawyers Agitation: ଓକିଲ ଆନ୍ଦୋଳନ ସ୍ଥଗିତ, ପରବର୍ତ୍ତୀ ପଦକ୍ଷେପ ଉପରେ ନଜର
ସୂଚନା ଯୋଗ୍ୟ ଯେ ଗତକାଲିର ଅପ୍ରୀତିକର ସ୍ଥିତି ପାଇଁ ଓକିଲ ସଂଘ ଦୁଃଖ ପ୍ରକାଶ କରିଛି । ଏହାସହ ସମ୍ବିଧାନ, ସୁପ୍ରିମକୋର୍ଟ ଓ ସରକାରଙ୍କ ଉପରେ ଭରଷା ରଖି ଓକିଲ ଆନ୍ଦୋଳନକୁ ସାମୟିକ ସମୟ ପାଇଁ ସ୍ଥଗିତ ରଖିଛି ।
ଇଟିଭି ଭାରତ, କଟକ, ସମ୍ବଲପୁର