କଟକ: ବାଲିଯାତ୍ରା ରେ ଶୋଭାପାଇବ ତାରିକସି କାମ । ଯାହା ଜିଲା ପ୍ରଶାସନର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ମଧ୍ୟରୁ ଗୋଟିଏ । ଏନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଗୁରୁବାର ବସିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ନିଷ୍ପତି ନେଇଛନ୍ତି ଜିଲାପାଳ ।
କାରଣ କଟକର ଐତିହ ହେଉଛି ବାଲିଯାତ୍ରା । ଏହାସହିତ କଟକର ତାରକସି ମଧ୍ୟ ବେଶ ପ୍ରସିଦ୍ଧ । ଯଦି ଏହି ଦୁଇଟି ପ୍ରସିଦ୍ଧିର ସମ୍ମିଳନ ହୁଏ ତେବେ ବାଲିଯାତ୍ରାର ମହତ୍ବ ବଢିଯିବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ ।
ତେବେ ବୈଠକରେ ମହାନଗର ବଣିଆ ସମାଜ ସହ ସିଧାସଳଖ ଆଲୋଚନା କରାଯାଇଛି। ଜିଲ୍ଲା ପ୍ରଶାସନର ଏପରି ପଦକ୍ଷେପ ତାରକସି କାରିଗରଙ୍କ ମୁହଁରେ ହସ ଫୁଟାଇବ । ଆଉ ବାଲିଯାତ୍ରାର ମହତ୍ବ ଓ ସୌନ୍ଦର୍ଯ୍ୟ ମଧ୍ୟ ବୃଦ୍ଧି କରିବ ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ