ବୌଦ୍ଧ: ଟ୍ରାକ୍ଟର ଦୁର୍ଘଟଣାରେ ଚାପି ହୋଇ ଶ୍ରମିକ ମୃତ । ଅସମୟରେ ଚାଲିଗଲା ଶ୍ରମିକଙ୍କ ଜୀବନ । ମୃତ ଶ୍ରମିକ ଜଣକ ଅତ୍ୟନ୍ତ ଗରିବ ପରିବାରର ହୋଇଥିବାରୁ ସରକାରୀ ସହାୟତା ଯୋଗାଇଦେବାକୁ ଦାବି ହୋଇଛି ।ଶୁକ୍ରବାର ମଧ୍ୟରାତ୍ରିରେ ବୌଦ୍ଧ ଜିଲ୍ଲା ହରଭଙ୍ଗା ତହସିଲ ଅନ୍ତର୍ଗତ ବଘାରପାଲି ଗାଁ ରାସ୍ତାରେ ଘଟିଛି ଦୁର୍ଘଟଣା ।
ସୂଚନା ମୁତାବକ ମୃତ ଶ୍ରମିକ ସୁରେଶ ମଲ୍ଲିକ ଡ୍ରାଇଭିଂ ଜାଣି ଥିବାରୁ ଟ୍ରାକ୍ଟର ନେଇ ରାତିରେ ଯାଉଥିବା ବେଳେ ବଘାରପାଲି ଗାଁ ନିକଟରେ ଦୁର୍ଘଟଣା ଘଟିଥିଲା ।ଟ୍ରାକ୍ଟର ଟି ଭାରସାମ୍ୟ ହରାଇ ଓଲଟି ପଡିବା ଫଳରେ ଟ୍ରାକ୍ଟର ତଳେ ଚାପି ହୋଇ ଶ୍ରମିକ ଜଣକ ମୃତ୍ୟୁ ବରଣ କରିଥିଲେ । ମୃତ ଶ୍ରମିକଙ୍କ ଘର ଲୁଣିବାହାଲ ପଞ୍ଚାୟତର ଲଇଗାଁ ବୋଲି ଜଣାପଡିଛି ।ଘଟଣା ସ୍ଥଳରେ ବୌଦ୍ଧ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।ମୃତ ଶ୍ରମିକଙ୍କ ପରିବାର ଅତ୍ୟନ୍ତ ଗରିବ ହୋଇଥିବାରୁ ସେମାନଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ସାଧାରଣରେ ଦାବି ହୋଇଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ