ETV Bharat / state

କୁମ୍ବିଂ ଅପରେସନବେଳେ ୩ ଯବାନ ଆହତ !

author img

By ETV Bharat Odisha Team

Published : Jan 5, 2024, 10:40 PM IST

3 jawans injured: ମାଓବାଦୀ ଓ ଯବାନଙ୍କ ଗୁଳିବିନିମୟ ଫଳରେ ୩ ଜଣ ଯବାନ ଆହତ ହୋଇଥିବା ସୂଚନା ମିଳିଛି । ଆଭ୍ୟନ୍ତରୀଣ ଜଙ୍ଗଲ ଅଞ୍ଚଳରେ ମାଓ କ୍ୟାମ୍ପ ଠାବ କରି ସେଠାରୁ ବିପୁଳ ବିସ୍ଫୋରକ ଜବତ ହୋଇଛି । ଅଧିକ ପଢନ୍ତୁ

୩ ଯବାନ ଆହତ
୩ ଯବାନ ଆହତ
୩ ଯବାନ ଆହତ

ବୌଦ୍ଧ: ମାଓବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳିବିନିମୟ । ଆଭ୍ୟନ୍ତରୀଣ ଜଙ୍ଗଲ ଅଞ୍ଚଳରେ ମାଓବାଦୀ ଓ ଯବାନଙ୍କ ଗୁଳିବିନିମୟ ଫଳରେ ୩ ଜଣ ଯବାନ ଆହତ ହୋଇଥିବା ସୂଚନା ମିଳିଛି । ଏହି ଜଙ୍ଗଲରେ ଦୀର୍ଘ ଦିନ ଧରି କେକେବିଏନ ମାଓ ଡିଭିଜନ ସକ୍ରିୟ ଥିବା ସୂଚନା ମିଳିଥିଲା । ପୂର୍ବରୁ ସୁରକ୍ଷା ବାହିନୀଙ୍କ ଦ୍ଵାରା ଦୁଇ ଦୁଇଥର ମାଓ କ୍ୟାମ୍ପ ଧ୍ବଂସ କରାଯାଇଥିବାର ନଜିର ରହିଛି । ସୂଚନା ଅନୁସାରେ, ଆଜି ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅଧୀନରେ ଥିବା ଶଗଡା ଫାଣ୍ଡି ଅନ୍ତର୍ଗତ ବାତେପଙ୍ଗା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଫୁଲବାଣୀ ପୋଲିସ ପକ୍ଷରୁ କୁମ୍ବିଂ ଅପରେସନ କରାଯାଇଥିଲା ।

ଏହି କୁମ୍ବିଂ ଅପରେସନ ସମୟରେ ୩ ଜଣ ଯବାନ ଆହତ ହୋଇଥିବା ସୂଚନା ମିଳିଛି । ତେବେ ଉଭୟ ପକ୍ଷ ମଧ୍ୟରେ ପ୍ରବଳ ଗୁଳିବିନିମୟ ହୋଇଥିବାବେଳେ ଏଥିରେ ଆହତ ହୋଇଛନ୍ତି ୩ ଯବାନ । ଜିଲ୍ଲାର ଆଭ୍ୟନ୍ତରୀଣ ଜଙ୍ଗଲ ଅଞ୍ଚଳରେ ସକ୍ରିୟ ରହିଛନ୍ତି ମାଓବାଦୀ। ଗତ ମାସକ ମଧ୍ୟରେ ବୌଦ୍ଧ ପୋଲିସ ଉକ୍ତ ଶଗଡ଼ା ଫାଣ୍ଡି ଅନ୍ତର୍ଗତ ଗୁନ୍ଦୁଳିଆ ଓ ଶଗଡ଼ା ପଞ୍ଚାୟତ ଅନ୍ତର୍ଗତ ବିଭିନ୍ନ ଆଭ୍ୟନ୍ତରୀଣ ଜଙ୍ଗଲ ଅଞ୍ଚଳରେ ମାଓବାଦୀଙ୍କ କ୍ୟାମ୍ପ ଠାବ କରି ସେଠାରୁ ବିପୁଳ ବିସ୍ଫୋରକ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଥିଲା ।

ଏହା ମଧ୍ୟ ପଢନ୍ତୁ...ଦିନ କେଇଟା ପରେ ସାଜିଥାନ୍ତେ ବର, ମିଳିଲା ଯବାନଙ୍କ ମୃତଦେହ

ଏହା ମଧ୍ୟ ପଢନ୍ତୁ...୧୭ବର୍ଷ ଦେଶ ସେବା ପରେ ଫେରିଲେ ଯବାନ, ମହାଆଡମ୍ବରରେ ପାଛୋଟି ନେଲେ ଗ୍ରାମବାସୀ

ଏହା ମଧ୍ୟ ପଢନ୍ତୁ...କୁମ୍ବିଂ ଅପରେସନ ବେଳେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଦୁଇ ଏସଓଜି ଯବାନ ଗୁରୁତର

ଆଜି ପୁଣିଥରେ କନ୍ଧମାଳ ଓ ବୌଦ୍ଧ ଜିଲ୍ଲା ସୀମାନ୍ତରେ ଥିବା ଆଭ୍ୟନ୍ତରୀଣ ଜଙ୍ଗଲ ଅଞ୍ଚଳରେ ଫୁଲବାଣୀ ପୋଲିସ ମାଓବାଦୀଙ୍କୁ ଠାବ କରିବାକୁ ସର୍ଚ୍ଚ ଅପରେସନ ଜାରି କରିଥିଲା । ଏହି କୁମ୍ବିଂ ଅପରେସନ ଜାରି ରହିଥିବାବେଳେ ୩ ଜଣ ଯବାନ ଆହତ ହୋଇଥିବା କୁହାଯାଉଛି। ତେବେ ଉଭୟ ବୌଦ୍ଧ ଓ କନ୍ଧମାଳ ଜିଲ୍ଲା ପୋଲିସ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ । ବର୍ତ୍ତମାନ ଏସବୁ ଅଞ୍ଚଳରେ କେକେବିଏନ ମାଓ ଡିଭିଜନ ସକ୍ରିୟ ଥିବା କାରଣରୁ ଉଭୟ ବୌଦ୍ଧ ଓ କନ୍ଧମାଳ ଜିଲ୍ଲା ପୋଲିସ ବେଶ ସତର୍କତା ଅବଲମ୍ବନ କରୁଥିବା ସୂଚନା ମିଳିଛି । ସମ୍ପୃକ୍ତ ଅଞ୍ଚଳକୁ ମାଓ ପ୍ରବଣ ଜିଲ୍ଲା ଭାବରେ ଘୋଷଣା କରି ସରକାର ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଛନ୍ତି ବୁଦ୍ଧିଜୀବୀ ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.