ETV Bharat / state

ଆଜି ଗୁରୁଦିବସ, ଅଲୋଡା ସାଜିଛି ଶତାଧିକ ଶିକ୍ଷକ ସୃଷ୍ଟି କରିଥିବା ପ୍ରଶିକ୍ଷଣ କେନ୍ଦ୍ର

author img

By

Published : Sep 5, 2021, 5:08 PM IST

ଜିଲ୍ଲାର ଶିକ୍ଷକ ପ୍ରଶିକ୍ଷଣ କେନ୍ଦ୍ର ଏବେ ପାଲଟିଛି ଭୂତ କୋଠି । ଏହାର ରକ୍ଷଣାବେକ୍ଷଣ ହୋଇପାରିଲେ ପୁଣି ଶତାଧିକ ନୂତନ ଶିକ୍ଷକ ସୃଷ୍ଟି ହୋଇପାରିବେ ବେଲି ଜିଲ୍ଲାବାସୀ ଦାବି କରିଛନ୍ତି । ଅଧିକ ପଢନ୍ତୁ...

ଗୁରୁ ଦିବସରେ ଅଲୋଡା ହୋଇ ପଡିରହିଛି ଜିଲ୍ଲାର ଶିକ୍ଷକ ପ୍ରଶିକ୍ଷଣ କେନ୍ଦ୍ର

ବୌଦ୍ଧ: ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନରେ ନିରାଡମ୍ବର ଭାବେ ପାଳନ କରାଯାଉଛି ଗୁରୁଦିବସ । ଭାରତର ପୂର୍ବତନ ଉପ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମ ଦିବସ ବା ଗୁରୁ ଦିବସ । ଏହି ଅବସରରେ ବୌଦ୍ଧ ଜିଲ୍ଲାର ବିଭିନ୍ନ ଉପାନ୍ତ ତଥା ଅପହଞ୍ଚ ଅଞ୍ଚଳରେ ଶିକ୍ଷାଦାନ ଭଳି ପବିତ୍ର ବୃତ୍ତିକୁ ଆପଣେଇଥିବା ଶିକ୍ଷକ କେତେବେଳେ ବଣଜଙ୍ଗଲ ରାସ୍ତାରେ ଚାଲି ଚାଲି ଆସୁଛନ୍ତି ତ, ପୁଣି କେତେବେଳେ ନଦୀନାଳ ପାରି ହୋଇ ଦେଶର ଭବିଷ୍ୟତକୁ ଗଢୁଥିବାରୁ ବିଭିନ୍ନ ମହଲରେ ସେମାନଙ୍କୁ ଶୁଭେଚ୍ଛା ପ୍ରଦାନ କରାଯାଇଛି ।

ତେବେ ଆଜି (ରବିବାର) ଏହି ପବିତ୍ର ଦିବସରେ ଅଲୋଡ଼ା ହୋଇ ପଡିଛି ଗୁରୁ ପ୍ରଶିକ୍ଷଣ କେନ୍ଦ୍ର । ବୌଦ୍ଧ ଜିଲ୍ଲା ସଦର ମହକୁମା ଅଧିନ ରାଜବାଟୀ ନିକଟରେ ଥିବା ଶିକ୍ଷକ ପ୍ରଶିକ୍ଷଣ କେନ୍ଦ୍ରରେ ଦୀର୍ଘ ୫୦ ବର୍ଷରୁ ଉର୍ଦ୍ଧ୍ବ ହେବ ଲକ୍ଷ ଲକ୍ଷ କୃତି ଶିକ୍ଷକଙ୍କୁ ସୃଷ୍ଟି କରିଥିବା ପବିତ୍ର ସ୍ଥାନ ବର୍ତ୍ତମାନ ଅସାମାଜିକ ଲୋକଙ୍କ ଆଡ୍ଡା ସ୍ଥଳୀ ପାଲଟିଛି ।

ସେପଟେ ପ୍ରଶିକ୍ଷଣ କେନ୍ଦ୍ରର ନୂତନ କୋଠା ଲାଣ୍ଡିବନ୍ଧକୁ ସ୍ଥାନାନ୍ତରିତ ହେବାପରେ ପୁରୁଣା କୋଠାଟି ପରିତ୍ୟକ୍ତ ହୋଇ ପରିସ୍ରାଗାରରେ ପରିଣତ ହୋଇଛି । କିଛି କିଛି ସ୍ଥାନ ଲଟାବୁଦାରେ ପରିପୂର୍ଣ୍ଣ ହୋଇଥିବାରୁ ମଦ୍ୟପ ଓ ଜୁଆଡିଙ୍କ ଆଡ୍ଡାସ୍ଥଳୀ ପାଲଟି ଥିବା ନେଇ ଅଭିଯୋଗ ହୋଇଛି । ଏନେଇ ସ୍ଥାନୀୟ ବୁଦ୍ଧିଜୀବୀ ଓ ଶିକ୍ଷାବିତ ଏହି ଘଟଣାକୁ ନେଇ ଗଭୀର ଉଦବେଗ ପ୍ରକାଶ କରିବା ସହ ଏହି ପବିତ୍ର ସ୍ଥାନର ସଂରକ୍ଷଣ ପାଇଁ ଦାବି କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.