ବୌଦ୍ଧ: ଦୁର୍ଘଟଣାରେ ଚାଲିଗଲା ବାପାର ଜୀବନ, କ୍ଷତିପୂରଣ ଦାବିରେ ରାସ୍ତା ରୋକ କଲା ଭିନ୍ନକ୍ଷମ ପୁଅ । ମୃତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ବୌଦ୍ଧ ମଥୁରାର ବାନ୍ଧ କଳାକାର । ସୂଚନାଅନୁଯାୟୀ ବୌଦ୍ଧ ଜିଲ୍ଲା ଦେଇ ଯାଇଥିବା 57 ନମ୍ବର ଜାତୀୟ ରାଜପଥରେ ଗତ ଶୁକ୍ରବାର ଦୁର୍ଘଟଣାରେ ଶିକାର ହୋଇଥିବା ବାନ୍ଧ କଳାକାରଙ୍କୁ ବୁର୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଗତକାଲି ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଥିଲା ।
ମୃତକ ଜଣଙ୍କ ପରିବାରର ଏକମାତ୍ର ରୋକଗାର କ୍ଷମ ବ୍ୟକ୍ତି ହୋଇଥିବାରୁ ଉପଯୁକ୍ତ କ୍ଷତିପୂରଣ ଦାବିରେ ତାଙ୍କ ଭିନ୍ନକ୍ଷମ ପୁଅ ଓ ଅନ୍ୟ ସ୍ଥାନୀୟ ଲୋକେ 57 ନମ୍ବର ଜାତୀୟ ରାଜପଥକୁ ଦୀର୍ଘ ସମୟ ଧରି ଅବରୋଧ କରିଥିଲେ । ଶେଷରେ ବୌଦ୍ଧ ପୋଲିସ ଉପସ୍ଥିତିରେ ଉପଜିଲ୍ଲାପାଳ, ହରଭଙ୍ଗା ତହସିଲଦାର ପ୍ରମୁଖ ପହଞ୍ଚି ମୃତକଙ୍କ ପରିବାରକୁ ସହାୟତା ଯୋଗାଇ ଦେବାରୁ ରାସ୍ତା ରୋକ ହଟିଥିଲା । ତେବେ ବାରମ୍ବାର ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ସଡକ ଦୁର୍ଘଟଣା ଘଟୁଥିବାରୁ ଏନେଇ ଗଭୀର ଉଦବେଗ ପ୍ରକାଶ ପାଇଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ