ETV Bharat / state

ପାତଳୀ କ୍ଷେତ୍ରରେ ରଜ ସଂକ୍ରାନ୍ତି ପାଳିତ - raja celebrate

ବୌଦ୍ଧ ଜିଲ୍ଲାର ଅନ୍ୟତମ ପର୍ଯ୍ୟଟନସ୍ଥଳୀ ନାଏକପଡାର ପାତାଳୀ କ୍ଷେତ୍ର । ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାତଳୀ କ୍ଷେତ୍ର ଭାବେ ପରିଚିତ ବୌଦ୍ଧ ଜିଲ୍ଲାର ନାଏକପଡା ଗୁମ୍ଫା । ଏଠାରେ ପବିତ୍ର ରଜ ସଂକ୍ରାନ୍ତି ପର୍ବ ଆନନ୍ଦ ଉଲ୍ଲାସର ସହିତ ପାଳନ କରାଯାଇଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ
author img

By

Published : Jun 15, 2019, 11:05 PM IST

Updated : Jun 18, 2019, 10:55 AM IST

ବୌଦ୍ଧ: ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅନ୍ୟତମ ପାତଳୀ କ୍ଷେତ୍ର ଭାବେ ପରିଚିତ ବୌଦ୍ଧ ଜିଲ୍ଲାର ନାଏକପଡା ଗୁମ୍ଫା । ଏଠାରେ ପବିତ୍ର ରଜ ସଂକ୍ରାନ୍ତି ପର୍ବ ଆନନ୍ଦ ଉଲ୍ଲାସର ସହିତ ପାଳନ କରାଯାଇଛି । ମହାନଦୀ ପତ୍ତନଠାରୁ ଅତି କମରେ ହଜାରେ ଫୁଟ ଉଚ୍ଚ ପାହାଡ ଶିଖରରେ ଥିବା ଏହି ଆଧ୍ୟାତ୍ମିକ ପୀଠରେ ପହଞ୍ଚିଥିଲେ ‘ଇଟିଭି ଭାରତ’ ଟିମ୍ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ବୌଦ୍ଧ ଜିଲ୍ଲାର ଅନ୍ୟତମ ପର୍ଯ୍ୟଟନସ୍ଥଳୀ ନାଏକପଡାର ପାତାଳୀ କ୍ଷେତ୍ର । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଏକ ନୈସର୍ଗିକ ଆନନ୍ଦ ପ୍ରଦାନ କରୁଥିବା ସ୍ଥାନ । ଯାହାକି ଯୁଗେ ଯୁଗେ ଶ୍ରୀ ଜଗନ୍ନାଥ ପ୍ରେମୀ ଭକ୍ତଙ୍କୁ ଟାଣି ଆଣିଥାଏ । ଇତିହାସ ଓ ପ୍ରାଚୀନ ଗ୍ରନ୍ଥରୁ ଜଣାଯାଏ ଯେ ବିଧର୍ମୀଙ୍କ ଆକ୍ରମଣରୁ ଶ୍ରୀଜୀଉଙ୍କ ସୁରକ୍ଷା ଉଦ୍ଦେଶ୍ୟରେ ଚତୁର୍ଦ୍ଧା ବିଗ୍ରହଙ୍କୁ ମହାନଦୀର ଜଳପଥରେ ଦଇତାପତିମାନେ ଘେନିଆସି ଭଞ୍ଜ ଶାସିତ ଉଡ୍ରମଣ୍ଡଳ ବା ବୌଦ୍ଧ ରାଜ୍ୟର ନାଏକପଡାଠାରେ ପାତାଳୀ କରିଥିଲେ ।

ଆଜି ମଧ୍ୟ ସ୍ଥାନୀୟ ଅଧିବାସୀ ଏହି ସ୍ଥାନରେ ଶ୍ରୀ ଜଗନ୍ନାଥଙ୍କ ସ୍ମୃତିଚାରଣ ପୂର୍ବକ ସଂକ୍ରାନ୍ତି ଦିବସକୁ ଆନନ୍ଦ ଓ ଶ୍ରଦ୍ଧାର ସହ ପାଳନ କରିଥାନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅନ୍ୟତମ ପାତଳୀ କ୍ଷେତ୍ର ଭାବରେ ପରିଚିତ ବୌଦ୍ଧ ଜିଲ୍ଲାର ନାଏକପଡା ଗୁମ୍ଫାରେ ପବିତ୍ର ରଜ ସଂକ୍ରାନ୍ତି ପର୍ବ ଆନନ୍ଦ ଉଲ୍ଲାସର ସହିତ ପାଳନ କରାଯାଇଛି ।ମହାନଦୀ ପତ୍ତନ ଠାରୁ ଅନ୍ୟୁନ ହଜାରେ ଫୁଟ ଉଚ୍ଚ ପାହାଡ ଶିଖରରେ ଥିବା ଏହି ଆଧ୍ୟାତ୍ମିକ ପୀଠରେ ପହଞ୍ଚିଥିଲା ଈଟିଭି ଭାରତ ।

Body:ବୌଦ୍ଧ ଜିଲ୍ଲାର ଅନ୍ୟତମ ପର୍ଯ୍ୟଟନ ସ୍ଥଳୀ ନାଏକପଡା ର ପାତାଳୀ କ୍ଷେତ୍ର ।ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଏକ ନୈସର୍ଗିକ ଆନନ୍ଦ ପ୍ରଦାନ କରୁଥିବା ସ୍ଥାନ, ଯାହାକି ଯୁଗେ ଯୁଗେ ଶ୍ରୀ ଜଗନ୍ନାଥ ପ୍ରେମୀ ଭକ୍ତଙ୍କୁ କାଳେ କାଳେ ଟାଣି ଆଣିଥାଏ ।ଇତିହାସ ଓ ପ୍ରାଚୀନ ଗ୍ରନ୍ଥରୁ ଜଣାଯାଏ ଯେ ବିଧର୍ମୀଙ୍କ ଆକ୍ରମଣରୁ ଶ୍ରୀଜୀଉ ମାନଙ୍କ ସୁରକ୍ଷା ଉଦ୍ଦେଶ୍ୟରେ ଚତୁର୍ଦ୍ଧା ବିଗ୍ରହଙ୍କୁ ମହାନଦୀ ର ଜଳପଥରେ ଦଇତାପତି ମାନେ ଘେନିଆସି ଭଞ୍ଜ ଶାସିତ ଉଡ୍ରମଣ୍ଡଳ ବା ବୌଦ୍ଧ ରାଜ୍ୟର ନାଏକପଡା ଠାରେ ପାତାଳୀ କରିଥିଲେ । ଆଜି ମଧ୍ୟ ସ୍ଥାନୀୟ ଅଧିବାସୀ ଏହି ସ୍ଥାନରେ ଶ୍ରୀ ଜଗନ୍ନାଥଙ୍କ ସ୍ମୃତିଚାରଣ ପୂର୍ବକ ସଂକ୍ରାନ୍ତି ଦିବସକୁ ଆନନ୍ଦ ଓ ଶ୍ରଦ୍ଧା ର ସହ ପାଳନ କରିଥାନ୍ତି ।

Conclusion:ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
Last Updated : Jun 18, 2019, 10:55 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.