ETV Bharat / state

heat wave: ଅସମ୍ଭାଳ ଗରମ, ତତଲା କଢେଇରେ ଭାଜି ହେଉଛନ୍ତି ବୌଦ୍ଧବାସୀ - ତତଲା କଢେଇରେ ଭାଜି ହେଉଛନ୍ତି ଜିଲ୍ଲାବାସୀ

ଆକାଶରୁ ହେଉଛି ଅଗ୍ନି ବର୍ଷା । ଆଉ ତତଲା କଡେଇରେ ଶିଝୁଛନ୍ତି ଜିଲ୍ଲାର ଅଧିବାସୀ । ଅଧିକ ପଢନ୍ତୁ

ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହରେ ଜନଜୀବନ ଅସ୍ତବ୍ୟସ୍ତ

author img

By

Published : Jun 18, 2023, 10:07 PM IST

ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହରେ ଜନଜୀବନ ଅସ୍ତବ୍ୟସ୍ତ

ବୌଦ୍ଧ: ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି । ଆକାଶରୁ ଅଗ୍ନି ବର୍ଷା ହେଉଥିବା ବେଳେ ଦିନରେ ଖରାର ଉତ୍ତାପ ଓ ରାତିରେ ଅସହ୍ୟ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ଜିଲ୍ଲାବାସୀ । ପଥପ୍ରାନ୍ତ ବନୀକରଣ ଜିଲ୍ଲାରେ ଏକପ୍ରକାର ଫେଲ ମାରିଥିବା ବେଳେ ବିଭିନ୍ନ ସ୍ଥାନରେ ପାନୀୟଜଳର ଉତ୍କଟ ଅଭାବରୁ ମଣିଷଙ୍କ ସହିତ ପଶୁପକ୍ଷୀମାନେ ମଧ୍ୟ ସନ୍ତୁଳି ହେଉଛନ୍ତି । ପ୍ରଚଣ୍ଡ ଖରା ଯୋଗୁଁ ରାସ୍ତା ଘାଟରେ କର୍ଫ୍ୟୁ ଲାଗିଲା ଭଳି ସୁନସାନ ହୋଇପଡୁଛି । ବିଗତ ମାସେ ହେଲା ବୌଦ୍ଧ ଜିଲ୍ଲାରେ ପାରଦ ପ୍ରାୟ 45 ଡିଗ୍ରୀ ପାଖାପାଖି ରହୁଥିବା ବେଳେ ଅପରାହ୍ନରେ ଆକାଶରୁ ଅଗ୍ନି ବର୍ଷା ଭଳି ଖରାର ଉତ୍ତାପ ରହୁଛି । ଅନେକ ସ୍ଥାନରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁଁ ଆଗ୍ନେୟଗିରିର ଲାଭା ଭଳି ରାସ୍ତାର ପିଚୁ ତରଳି ଯାଉଛି ।

ବୌଦ୍ଧ ଦେଇ ମହାନଦୀ ସମେତ ବିଭିନ୍ନ ନଦୀନାଳରେ ଚଳିତ ବର୍ଷ ଆଶାତୀତ ଭାବରେ ଜଳପ୍ରବାହ କମିଥିବା ବେଳେ ଅନେକ ପୋଖରୀ, ନାଳ ସମ୍ପୂର୍ଣ୍ଣ ଶୁଖିଲା ପଡିଛି । ପାନୀୟଜଳର ଅବ୍ୟବସ୍ଥା କାରଣରୁ ଉପାନ୍ତ ଅଞ୍ଚଳରେ ଲୋକେ ଚୂଆଖୋଳି ପାଣି ସଂଗ୍ରହ କରିବାକୁ ମାଇଲ ମାଇଲ ବାଟ ଯିବାକୁ ପଡୁଛି । ପାଣି ମୁନ୍ଦାଏ ପାଇଁ କିଲୋମିଟର କିଲୋମିଟର ବାଟ ଯାଇ ପାଣି ସଂଗ୍ରହ କରିବାକୁ ପଡୁଛି କହିଛନ୍ତି ଗ୍ରାମବାସୀ । ଏପରିକି ଅନେକ ଉପାନ୍ତ ଅଞ୍ଚଳରେ ଶୁଖିଲା ପାହାଡିଆ ନାଳରୁ ଚୂଆ ଖୋଳି ପାଣି ସଂଗ୍ରହ କରିବାକୁ ପଡୁଛି । ପାନୀୟଜଳ ସମସ୍ୟାର ସମାଧାନ ନିମନ୍ତେ ସରକାର ବୌଦ୍ଧ ଜିଲ୍ଲାର ଲୋକାପଡା, ଜଗତୀ ଓ ପାଣିଘରା ଭଳି ସ୍ଥାନରେ ମେଗା ପାନୀୟଜଳ ପ୍ରକଳ୍ପ କାର୍ଯ୍ୟ ହାତକୁ ନେଇଛନ୍ତି ।

ବୌଦ୍ଧରେ ଜଙ୍ଗଲ ହ୍ରାସ ସହିତ ବନୀକରଣ କାର୍ଯ୍ୟ ଠିକରେ ହେଉନଥିବାରୁ ସବୁଜ ବଳୟଠାରୁ ଢେର ଦୂରରେ ରହିଛି ଅନେକ ସ୍ଥାନ । ପଥପ୍ରାନ୍ତ ବନୀକରଣ ଯୋଜନା ଫେଲ ମାରିଥିବା ନେଇ ଅଭିଯୋଗ ହେଉଥିବା ବେଳେ ଖାସ ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ତଥା ବନଖଣ୍ଡ ଅଧିକାରୀଙ୍କ ବାସଭବନ ସମ୍ମୁଖରେ ଗତ ଦୁଇ ବର୍ଷ ତଳେ ହୋଇଥିବା ବନୀକରଣର ବୃକ୍ଷ ଖରାରେ ଜଳିପୋଡି ଯାଇଛି । ରକ୍ଷଣାବେକ୍ଷଣ ଅଭାବରୁ ବୃକ୍ଷ ସବୁର ଏଭଳି ଅବସ୍ଥା ହୋଇଥିବା ଅଭିଯୋଗ ହୋଇଛି ।

ଜିଲ୍ଲାର ଏଭଳି ପରିସ୍ଥିତି ଉପରେ ବୌଦ୍ଧ ଜିଲ୍ଲା ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ରଖିବା ସହିତ ଏହାର ପ୍ରତିକାର ପାଇଁ ବ୍ୟାପକ ସଚେତନତା କାର୍ଯ୍ୟ ହାତକୁ ନେଇଛି । ଆଜି ରବିବାର ସତ୍ତ୍ୱେ ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ବରିଷ୍ଠ ପ୍ରଶାସନିକ ଅଧିକାରୀମାନଙ୍କ ସହିତ ସମସ୍ତ ବିଭାଗୀୟ ଅଧିକାରୀ ଏଭଳି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ତଥା ଆଗାମୀ ବର୍ଷା ଋତୁରେ ଜିଲ୍ଲାର ସମ୍ଭାବ୍ୟ ବନ୍ୟା ପରିସ୍ଥିତି ଉପରେ ବିଭିନ୍ନ ଦିଗ ଉପରେ ପଦକ୍ଷେପ ଗ୍ରହଣ ପାଇଁ ପ୍ରସ୍ତୁତ ରହିବାକୁ ସମସ୍ତଙ୍କୁ ପରାମର୍ଶ ଦିଆଯାଇଥିଲା ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.