ETV Bharat / state

ବୌଦ୍ଧରେ ହାଡ ଭଙ୍ଗା ଶୀତ, ଜନଜୀବନ ଅସ୍ତବ୍ୟସ୍ତ

author img

By

Published : Dec 21, 2020, 12:40 PM IST

ବୌଦ୍ଧ ଜିଲ୍ଲାରେ ଦୁଇଦିନ ହେବ ହାଡ ଭଙ୍ଗା ଶୀତରେ କଲବଲ ହୋଇଛନ୍ତି ବୌଦ୍ଧବାସୀ । ଅଧିକ ପଢନ୍ତୁ...

ବୌଦ୍ଧରେ ହାଡ ଭଙ୍ଗା ଶୀତ
ବୌଦ୍ଧରେ ହାଡ ଭଙ୍ଗା ଶୀତ

ବୌଦ୍ଧ: ରାଜ୍ୟରେ ଆରମ୍ଭ ହୋଇଯାଇଛି ଅସ୍ୟହ ଶୀତ । ବୌଦ୍ଧ ଜିଲ୍ଲାରେ ଦୁଇଦିନ ହେବ ହାଡଭଙ୍ଗା ଶୀତରେ କଲବଲ ହୋଇଛନ୍ତି ବୌଦ୍ଧବାସୀ । ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣଂ ଜାରି ହୋଇଛି ।

ହାଡଭଙ୍ଗା ଶୀତରେ କଲବଲ ବୌଦ୍ଧବାସୀ

ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ଶୀତ ସାଙ୍ଗକୁ ଘନ କୁହୁଡି ପରିଲକ୍ଷିତ ହୋଇଛି । ଗତ ଦୁଇଦିନ ହେବ ଶୀତର ଲହରୀ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି । ପ୍ରବାହିତ ଶୀତରେ ଗରିବ ଲୋକେ ବିଶେଷ ଭାବରେ ପ୍ରଭାବିତ ହୋଇଛନ୍ତି ।ପାରଦ ଦଶ ଡିଗ୍ରୀରୁ ତଳେ ରହୁଥିବା ବେଳେ ଦିନ ତମାମ ଥଣ୍ଡା ଅନୁଭୂତ ହେଉଛି । ସଂନ୍ଧ୍ୟା ପାଞ୍ଚ ଟାରୁ ସକାଳ ଦଶଟା ପର୍ଯ୍ୟନ୍ତ ଘରୁ ବାହାରିବା ମୁସକିଲ ହୋଇପଡିଛି । ଫଳରେ ଲୋକେ ନିଆଁଜାଳି ସେକି ହେବା ସହ ଚା ଦୋକାନରେ ଭିଡ ଲାଗିଥିବାର ପରିଲକ୍ଷିତ ହୋଇଛି ।

ପ୍ରବଳ ଥଣ୍ଡା କାରଣରୁ ପାଣିପାଗ ବିଭାଗ ପକ୍ଷରୁ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣଂ ଜାରି ହୋଇଛି । ସେପଟେ ବୌଦ୍ଧ ଜିଲ୍ଲା ଶୁଣ୍ଢିପଦର ପଞ୍ଚାୟତର ଲକ୍ଷ୍ମୀ ପ୍ରସାଦ ଗ୍ରାମରେ ଏକ ଗୋଷ୍ଠୀ ଖଳା ଓ ବୀରନରସିଂପୁର ପଞ୍ଚାୟତର ନୂଆପଡାରେ ଧାନଗଦାରେ ନିଆଁଲାଗି ଧାନ ଫସଲ ନଷ୍ଟ ହୋଇଥିବା ସୂଚନା ମିଳିଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.