ETV Bharat / state

ଆକାଶରୁ ହେଉଛି ଅଗ୍ନି ବର୍ଷା, ଅସ୍ତବ୍ୟସ୍ତ ଜନଜୀବନ - ରାଜ୍ୟର ଉତ୍ତପ୍ତ ଜିଲ୍ଲା

ଆକାଶରୁ ଅଗ୍ନି ବର୍ଷା ହେଉଥିବା ବେଳେ ତତଲା କଡେଇରେ ଭାଜି ହେଉଛନ୍ତି ବୌଦ୍ଧ ଜିଲ୍ଲାବାସୀ । ପ୍ରବଳ ଗରମ ଓ ଗୁଳୁଗୁଳି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଥିବା ବେଳେ ଖରାର ପ୍ରକୋପରେ ଗୃହପାଳିତ ପଶୁପକ୍ଷୀମାନେ ମଧ୍ୟ ଗଭୀର ପ୍ରଭାବିତ ହେଉଛନ୍ତି । ଅଧିକ ପଢନ୍ତୁ

people daily life affected
people daily life affected
author img

By

Published : May 22, 2023, 7:32 AM IST

people daily life affected

ବୌଦ୍ଧ: ଆକାଶରୁ ହେଉଛି ଅଗ୍ନି ବର୍ଷା । ତତଲା କଡେଇରେ ଭାଜି ହେଉଛି ବୌଦ୍ଧ ଜିଲ୍ଲା । ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁଁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଥିବା ବେଳେ ପାନୀୟଜଳର ମଧ୍ୟ ଉତ୍କଟ ଅଭାବ ପରିଲକ୍ଷିତ ହୋଇଛି । ଗ୍ରୀଷ୍ମପ୍ରବାହ ଯୋଗୁଁ ମଣିଷଙ୍କ ସହିତ ଗୃହପାଳିତ ପଶୁପକ୍ଷୀମାନେ ମଧ୍ୟ ଗଭୀର ପ୍ରଭାବିତ ହେଉଛନ୍ତି । ବିଶେଷ ଭାବରେ ବର୍ତ୍ତମାନ ପ୍ରାଣୀଧନ ବିଭାଗର କର୍ମଚାରୀ ଆନ୍ଦୋଳନ ଜାରି ରଖିଥିବାରୁ ଗୃହପାଳିତ ପଶୁପକ୍ଷୀମାନଙ୍କ ଚିକିତ୍ସାରେ ମଧ୍ୟ ସମସ୍ୟା ସୃଷ୍ଟି ହେଉଛି ।

ଜିଲ୍ଲାରେ ପାରଦ ଲଗାତାର ୧୫ଦିନ ହେଲା 42 ଡିଗ୍ରୀ ଉପରେ ରହି ସାରା ରାଜ୍ୟର ଉତ୍ତପ୍ତ ଜିଲ୍ଲା ଭାବରେ ପରିଗଣିତ ହେଉଛି ବୌଦ୍ଧ ଜିଲ୍ଲା । ବୌଦ୍ଧ ଜିଲ୍ଲାରେ ଦ୍ରୁତଗତିରେ ଜଙ୍ଗଲ ଅବକ୍ଷୟ ସହିତ ବିକାଶ ନାରେ ବଳି ପଡୁଥିବା ବୃକ୍ଷରାଜି ଯୋଗୁଁ ଜିଲ୍ଲାରେ ପ୍ରଚଣ୍ଡ ଖରା ଅନୁଭୂତ ହେଉଛି । ଜିଲ୍ଲାର ହରଭଙ୍ଗା, ବୌଦ୍ଧ ଓ କଣ୍ଟାମାଳ ବ୍ଲକର ବିଭିନ୍ନ ପଞ୍ଚାୟତରେ ମନରେଗା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚରେ ପଥପ୍ରାନ୍ତ ବନୀକରଣ କାର୍ଯ୍ୟ କରାଯାଇଥିଲେ ମଧ୍ୟ ତାହା ଫେଲ ମାରିଥିବା ଅଭିଯୋଗ ହୋଇଛି ।

ବୌଦ୍ଧ ଜିଲ୍ଲା ସଦର ମହକୁମାର ବାଏପାସ ରାସ୍ତାରେ ଗୋଟିଏ ମଧ୍ୟ ବଡ ଗଛ ନ ଥିବାରୁ ଉକ୍ତ ରାସ୍ତାରେ ସକାଳ ୯ଟା ପରେ କୌଣସି ପଥଚାରୀ ଯାତାୟତ ପ୍ରାୟତଃ କରୁନଥିବା ଦେଖିବାକୁ ମିଳୁଛି । ସେହିପରି ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ହରଭଙ୍ଗା ପର୍ଯ୍ୟନ୍ତ ଥିବା ଜଗନ୍ନାଥ ସଡକର ଦୁଇ ପାର୍ଶ୍ଵରେ ଗତ କିଛି ବର୍ଷ ତଳେ ବ୍ୟାପକ ବୃକ୍ଷରାଜି ଥିବା ବେଳେ ବର୍ତ୍ତମାନ ରାସ୍ତା ପ୍ରଶସ୍ତିକରଣ ନାରେ ସବୁ ପୁରୁଣା ଗଛକୁ କାଟି ଦିଆଯାଇଛି । ଫଳରେ ପଥଚାରୀ ମାନେ ଗଛ ଛାଇ ଟିକିଏ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେପଟେ ଯେଉଁ କେତେକ ସ୍ଥାନରେ ପଥପ୍ରାନ୍ତ ବନୀକରଣ କାର୍ଯ୍ୟ ହୋଇଛି ତନ୍ମଧ୍ୟରୁ ଅଧିକାଂଶ ସ୍ଥାନରେ ଗଛ ସବୁ ରକ୍ଷଣାବେକ୍ଷଣ ଅଭାବରୁ ଜଳିପୋଡି ମରିଯାଇଛି ।

ଅନ୍ୟପଟେ ଗ୍ରୀଷ୍ମପ୍ରବାହ ସମୟରେ ସବୁଠାରୁ ଅଧିକ କଷ୍ଟ ଦେଉଛି ପାନୀୟଜଳର ଉତ୍କଟ ସମସ୍ୟା । ବିଭିନ୍ନ ଉପାନ୍ତ ତଥା ଦୁର୍ଗମ ଅଞ୍ଚଳରେ ପାନୀୟଜଳର ସଙ୍କଟ ଲାଗିରହିଥିବା ବେଳେ ଲୋକେ ଚୂଆଖୋଳି ପାଣି ସଂଗ୍ରହ କରୁଛନ୍ତି । ଅନେକ ସ୍ଥାନରେ ଜଳସ୍ତର ହ୍ରାସ ଯୋଗୁଁ ନଳକୂପ ଅଚଳ ହୋଇ ପଡିଥିବା ବେଳେ ପାଣି ମୁନ୍ଦାଏ ପାଇଁ ଲୋକେ ମାଇଲ ମାଇଲ ବାଟ ଚାଲିବାକୁ ପଡୁଛି । ଜଳ ସଂକଟ ଦୂର ପାଇଁ ଜିଲ୍ଲାର ତିନୋଟି ବ୍ଲକରେ ତିନୋଟି ମେଗା ପାନୀୟଜଳ ପ୍ରକଳ୍ପ ନିର୍ମାଣ କରାଯାଇଥିଲେ ମଧ୍ୟ ତାହା ସମ୍ପୂର୍ଣ୍ଣ ହୋଇନଥିବାରୁ ଜଳ ସଙ୍କଟ ଲାଗି ରହୁଛି ।

ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ରହିଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପଞ୍ଚାୟତକୁ ବିଭିନ୍ନ ସ୍ଥାନରେ ଜଳଛତ୍ର ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି । କିନ୍ତୁ ଜଳଛତ୍ର ନାଁରେ ଅନେକ ସ୍ଥାନରେ ଗରମ ପାଣି ନଚେତ୍‌ ଆଦୌ ଠିକରେ ବ୍ୟବସ୍ଥା କରାଯାଇ ନଥିବା ପରିଲକ୍ଷିତ ହୋଇଛି । ଅନେକ ସ୍ଥାନରେ ଗାଈ, କୁକୁର ମାନେ ଜଳଛତ୍ରର ପାଣି ପିଇ ସେଠାରେ ଆଶ୍ରୟ ନେଉଥିବା ଦେଖାଯାଇଛି । ସେପଟେ ଜିଲ୍ଲାର ବିଭିନ୍ନ ଡାକ୍ତରଖାନାରେ ୧୦ରୁ ଊର୍ଦ୍ଧ୍ବ ଅଂଶୁଘାତ ଜନିତ ରୋଗୀ ଚିକିତ୍ସିତ ହେଉଥିବା ସୂଚନା ମିଳିଛି ।

ଏଭଳି ଗରମ ଗୁଳୁଗୁଳି ସମୟରେ ମଣିଷ ମାନଙ୍କ ସହିତ ପଶୁପକ୍ଷୀ ମାନେ ମଧ୍ୟ ଗଭୀର ପ୍ରଭାବିତ ହେଉଥିବା ଦେଖାଯାଉଛି । ଗୃହପାଳିତ ପଶୁପକ୍ଷୀ ଖାଦ୍ୟ ଓ ପାଣି ପାଇଁ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସେପଟେ ବର୍ତ୍ତମାନ ପ୍ରାଣୀଧନ ବିଭାଗର କର୍ମଚାରୀମାନେ ସେମାନଙ୍କ ଆନ୍ଦୋଳନ ଜାରି ରଖିଥିବାରୁ ପ୍ରାଣୀଧନ ଚିକିତ୍ସା ମଧ୍ୟ ଠିକରେ ହୋଇପାରୁନାହିଁ ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.